Advertisement

ପୁଅଙ୍କ ମାଡ଼ରେ ବାପାଙ୍କ ଜୀବନ ଗଲା

କେନ୍ଦୁଝର,୨୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଥାନା ଅଧୀନ ଫୁଲଝର ଗାଁରେ ଜଣେ ପୁଅଙ୍କ ମାଡ଼ରେ ବାପାଙ୍କର ମୃତ୍ୟୁ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।

ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ଗ୍ରାମର ବିଦେଶୀ ଦେହୁରୀ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଘରେ ତାଙ୍କ ସ୍ତ୍ରୀ ଙ୍କ ସହ ଝଗଡ଼ା କରୁଥିବା ବେଳେ ତାଙ୍କ ପୁଅ ସୁମନ୍ତ ଦେହୁରୀ ଉତ୍ତ୍ୟକ୍ତ ହୋଇ ବିଦେଶୀ ଦେହୁରୀଙ୍କୁ ଠେଙ୍ଗାରେ ପିଟି ଦେଇଥିଲେ। ବୁଧବାର ସକାଳେ ବିଦେଶୀଙ୍କୁ ଉଠେଇବାରୁ ସେ ଉଠି ନ ଥିଲେ। ପରେ ତାଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ଏନେଇ ସୂଚନା ନୟାକୋଟ ପୋଲିସ ପାଇ ତୁରନ୍ତ ଗାଁରେ ପହଞ୍ଚି ପୁତ୍ରକୁ ଅଟକ ରଖି ଥାନାକୁ ନେଇଯାଇଥିବା ସହ ମୃତଦେହ ଜବତ କରିଥିବା ସୂଚନା ମିଳିଛି।

ସୂଚନା ମୁତାବକ ବାଂଶଫାଳ ବ୍ଲକ ଫୁଲଝର ପଞ୍ଚାୟତ ଅଞ୍ଚଳରେ ବିଗତ କିଛି ବର୍ଷ ମଧ୍ୟରେ ବାରମ୍ବାର ହତ୍ୟା ଘଟଣା ଘଟି ଚାଲିଥିବା ଚର୍ଚ୍ଚାର ବିଷୟ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାକୁ ନେଇ ନୟକୋଟ ପୋଲିସ କେସ୍‌ ନଂ ୯୩/୨୨ରେ ମାମଲା ରୁଜ କରି ପଚରାଉଚରା ସହିତ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡାରେ ଚଢ଼ାଉ: ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ୧୦ ବାଇକ୍‌; ୪ ବୋଲେରୋ ଜବତ

ସୁନ୍ଦରଗଡ଼,୧୨।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା,୧୦ ବାଇକ୍‌,...

ଖେଳିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଭଉଣୀ-ଭାଇ

ପାରଳାଖେମୁଣ୍ଡି,୪ା୮(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଘୋରୋଣି ପଞ୍ଚାୟତ ଅନ୍ତର୍ଗତ ଏସ୍‌.ରତନସିଂ ଗାଁରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଖେଳିବାକୁ ଯାଇ ରମେଶ...

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ କରି ଖସି ପଳାଉଥିଲେ, ଧରି ଛେଚିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୮ା୮: ବାଲେଶ୍ୱର ଜିଲା ସୋର ଅନନ୍ତପୁର ରାସ୍ତା ପାଖ ଛକ ନିକଟରେ ବିଳମ୍ବିତ ରାତିରେ ଦୁଇଟି ବାଇକ୍‌ରେ ୩ ଜଣ ଯୁବକ ବନ୍ଧୁକ ଓ...

ସରିଲା ଆସିକା ଲୋକ ସଭା, ୭ ବିଧାନସଭା ନିର୍ବାଚନ: ଇଭିଏମ୍‌ରେ ସିଲ୍‌ ହେଲା ୫୨ ପ୍ରାର୍ଥୀଙ୍କ ଭାଗ୍ୟ

ବ୍ରହ୍ମପୁର ଅଫିସ,୧୯ା୪-ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଆସିକା ଲୋକ ସଭା ଆସନ ଓ ଏହା ଅଧୀନ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର, ଆସିକା, ହିଞ୍ଜିଳି,...

ଆରମ୍ଭ ହେଲା ସ୍ମାର୍ଟ କ୍ଲାସ୍‌ ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୩।୭ – ଢେଙ୍କାନାଳ ଜିଲା ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ‘ସ୍ଲାର୍ଟ କ୍ଲାସ ପ୍ରକଳ୍ପ’। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ...

ଯମ ଅଭିନୟରେ କରୋନା ସଚେତନତା କଲେ କଂସ ଅଭିନେତା ଭୁବନେଶ୍ବର

ବରଗଡ଼ ଅଫିସ,୧୬।୫: କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ପ୍ରତିହତ କରିବା...

ଓଡ଼ିଆ ଝିଅ ପାଇଲେ ମେକ୍‌ଅପ୍‌ କଳାକାର ଟାଇଟଲ

ସମ୍ବଲପୁର,୩୦ା୮(ବ୍ୟୁରୋ): ସମ୍ବଲପୁର ଝିଅ ମନିଶା ପଣ୍ଡା ଶ୍ରେଷ୍ଟ ମେକ୍‌ଅପ୍‌ କଳାକାର ଟାଇଟଲ ହାସଲ କରିଛନ୍ତି। ଗୋଆରେ ଭିକୋନେଟ ଷ୍ଟାର ଇଭେଣ୍ଟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଭାଗ...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମୁରିବାହାଲ ଏପିଓ

ବଲାଙ୍ଗୀର ଅଫିସ/ ମୁରିବାହାଲ,୮ା୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଆଡିସନାଲ ପ୍ରୋଗ୍ରାମ ଅଫିସର (ଏପିଓ) ସୁଶାନ୍ତ କୁମାର ଦାସ ଶୁକ୍ରବାର ଜଣେ ଗଁା ସାଥୀଙ୍କ ଠାରୁ...

Advertisement
Archives

Model This Week