ମଦ ନିଶାରେ ସ୍ତ୍ରୀଙ୍କ ସହ ବଚସା; ରାଗରେ କଅଁଳ ୩ ଛୁଆଙ୍କୁ କୂଅରେ ଫିଙ୍ଗି ହତ୍ୟା କଲେ ବାପା

ଟେନସା/ବଣାଇଁ,୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ ଏପରି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ କୂଅ ମଧ୍ୟରୁ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରିଛି । ଘଟଣାକୁ ନେଇ କୋଇଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନାନୁଯାୟୀ, କୋଇଡା ବ୍ଲକର ଡେଙ୍ଗୁଳା ପଞ୍ଚାୟତର କୁଲା ମୁଣ୍ଡା ବସ୍ତିରେ ରୁହନ୍ତି ପାଣ୍ଡୁ ମୁଣ୍ଡା(୨୧)। ସ୍ତ୍ରୀ ଧୋବଲି ମୁଣ୍ଡା(୨୦), ଝିଅ ସୀମା ମୁଣ୍ଡା (୫),ପୁଅ ରାଜୁ ମୁଣ୍ଡା,(୨)ଓ ଦୁଇ ମାସର ଝିଅକୁ ନେଇ ତାଙ୍କର ସଂସାର ଥିଲା। ହେଲେ ପାଣ୍ଡୁ ମଦ ପିଇ ମଝିରେ ମଝିରେ ସ୍ତ୍ରୀ ସହିତ ଝଗଡା କରୁଥିଲେ। ଶନିବାର କୋଇଡାରେ ହାଟ ଥିବାରୁ ପାଣ୍ଡୁ ମଦ ପିଇ ରାତିରେ ୧୦ଟାରେ ଘରକୁ ଫେରିଥିଲେ। ମଦ ନିଶାରେ ପାଣ୍ଡୁ ସ୍ତ୍ରୀ ଧୋବଲିଙ୍କ ସହିତ ଝଗଡା କରିଥିଲେ। ଏପରିକି ଏକ ଟାଙ୍ଗିଆରେ
ସ୍ତ୍ରୀଙ୍କୁ ମାରିବାକୁ ଗୋଡ଼ାଇବାରୁ ସ୍ତ୍ରୀ ନିକଟସ୍ଥ ଗ୍ରାମକୁ ଦୌଡ଼ି ପଳାଇ ଥିଲେ । ଏହାପରେ ସ୍ତ୍ରୀଙ୍କ ଉପରେ ଥିବା ରାଗକୁ ସୁଝାଇବାକୁ ଯାଇ ପାଣ୍ଡୁ ଘରେ ଶୋଇଥିବା ୩ ନିଷ୍ପାପ ଶିଶୁଙ୍କୁ ଗୋଟିଏ ପରେ ଗୋଟିଏ ଟେକି ନେଇ ନିକଟରେ ଥିବା ଏକ କୂଅକୁ ଫିଙ୍ଗି ଦେଇଥିଲେ। ସ୍ତ୍ରୀ ଧୋବଲି କିଛି ସମୟ ପରେ ଘରକୁ ଆସି ଛୁଆ ସବୁ ଘରେ ନ ଥିବା ଦେଖିବାକୁ ପାଇଥିଲେ। ବହୁତ ଖୋଜା ଖୋଜି କରିବା ପରେ ବିଛଣା ପଡ଼ିଥିବା ଦେଖି କୂଅ ନିକଟକୁ ଯାଇ ବଡ଼ ଝିଅ ଭାସୁଥିବା ଦେଖିଥିଲେ। ସେଠାରୁ ସେ ଦୌଡ଼ିଯାଇ ଦେଢ଼ଶୁରଙ୍କୁ ଜଣାଇବା ସହ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ରବିବାର କୋଇଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସକୁ ଦେଖି ପାଣ୍ଡୁ ଫେରାର ହୋଇଯାଇଥିଲେ। ଏଣୁ ପୋଲିସ କୋଇଡାଅଗ୍ନିଶମ ବିଭାଗ ସହାୟତାରେ ଶିଶୁମାନଙ୍କର ମୃତଦେହକୁ ଜବତ କରିଛି। କୂଅରେ ଆନୁମାନିକ ୩୦ଫୁଟର ପାଣି ଥିବା ଅଗ୍ନିଶମ ବିଭାଗ ହାବିଲଦାର ସୁବାସ ରାଉତ ପ୍ରକାଶ କରିଛନ୍ତି । ତେବେ ଅଞ୍ଚଳରେ ମଦ୍ୟପାନ କାରଣରୁ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ପୋଲିସ ଜନ ସଚେତନତା ଜରିଆରେ କାର୍ଯ୍ୟ କଲେ କୌଣସି ସୁଫଳ ମିଳିବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୫।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ତୁମୁଡ଼ିବନ୍ଧ...

ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ନରେନ୍ଦ୍ର ପୁଷ୍କରିଣୀ

ପୁରୀ ଅଫିସ,୨।୪: ଆସନ୍ତା ୨୬ତାରିଖରେ ପ୍ରସିଦ୍ଧ ଚନ୍ଦନଯାତ୍ରା। ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ୨୧ଦିନ ଧରି ମହାପ୍ରଭୁଙ୍କ ସହ ଜଳ କ୍ରୀଡ଼ା କରିବେ ପଞ୍ଚ ମହାଦେବ। ଏ...

ଅମ୍ଫନ ପ୍ରକଳ୍ପ ଚୟନ ତାଲିକାରେ ଚଞ୍ଚକତା: ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ବାଦ୍‌

ନାଉଗାଁ,୨୫।୧(ସ୍ବ.ପ୍ର.): ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ମରାମତି ପାଇଁ ନିର୍ଦ୍ଦେଶ ଆସିଥିଲା। ସେହି ଅନୁସାରେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅମ୍ଫନରେ ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା...

ଅଦିନିଆ ବର୍ଷା ଉଜାଡ଼ିଲା ଫସଲ

ବାଙ୍ଗିରିପୋଷି,୨୨।୧୧(ଡି.ଏନ.ଏ.)- ଅଦିନିଆ ବର୍ଷାରେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ଫସଲ ଉଜୁଡ଼ି ଯାଇଛି। ଶୁକ୍ରବାର ଅପରାହ୍ନରେ ଓ ଶନିବାର ସକାଳେ ବର୍ଷା ଲାଗି ରହିଥିଲା।...

ବଢ଼ି ଚାଲିଛି ବାଲି ଚୋରି

କେନ୍ଦୁଝର, ୯।୨ (ସ୍ବ.ପ୍ର.)  କେନ୍ଦୁଝର ଜିଲାର ବିଭିନ୍ନ ନଦୀନାଳରୁ ବିନା ଲିଜ୍‌ରେ ବାଲି ଚୋରି ବଢ଼ି ଚାଲିଛି। ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ, ପରିବେଶ...

ଫାଙ୍କା ଗୁଳିଚଳାଇ ଫାଇନାନ୍ସ  କର୍ମଚାରୀଙ୍କଠାରୁ ଲୁଟ୍‌

ପରଜଙ୍ଗ, ୧୮ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇଠାରୁ ମୁକ୍ତାପସି ଯାଇଥିବା ରାସ୍ତାର ରାହାବେରିଣୀ ଗ୍ରାମ ନିକଟରେ ଶୁକ୍ରବାର ଅପରାହ୍ନରେ ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌...

ନୂଆ ମୋଟର ଯାନ ଆଇନ:ଶେଷ ବେଳକୁ ଆର୍‌ଟିଓରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ରାଜ୍ୟ ସରକାର ଦେଇଥିବା ୩ ମାସର ଡେଡ୍‌ ଲାଇନ୍‌ ଆଉ ୪ଦିନରେ ସରୁଛି। ନୂଆ ମୋଟର ଯାନ ଆଇନକୁ କଡାକଡ଼ି ପାଳନ କରିବାକୁ ଟ୍ରାଫିକ ପୋଲିସ...

ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ଏହି ଖବର ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Advertisement
Archives

Model This Week