୧୦୦ କୋଟିରୁ ଊର୍ଦ୍ଧ୍ୱ କାରବାର କରିଛନ୍ତି ବାପ, ପୁଅ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଫିସର ତଥା ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠାବ ପାଇଁ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଦେଶର ୧୩ ସ୍ଥାନରେ ଚଢାଉ ଜାରି ରହିଛି। ୨ଦିନର ଯାଞ୍ଚରେ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ଗତ କିଛିଦିନ ମଧ୍ୟରେ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କାରବାର କରିବା ସହ ବିପୁଳ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୁଳ କରିଥିବା ପ୍ରମାଣ ପାଇଛି ଓଡିଶା ଭିଜିଲାନ୍ସ। ୧୫୦ ଭିଜିଲାନ୍ସ ଅଫିସର ଓ ବିଶେଷଜ୍ଞ ଆୟ ବହିର୍ଭୂତ ସମ୍ପତ୍ତି ତଲାସିରେ ନିୟୋଜିତ ଅଛନ୍ତି। ଚଢାଉ ଜାରି ରହିଥିବାରୁ ଆହୁରି ଅଧିକ ସମ୍ପତ୍ତି ଠାବ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ଅଭୟକାନ୍ତ ଓ ପୁଅ ଆକାଶଙ୍କ ମାଲିକାନାରେ ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ୬୦ ଲକ୍ଷ ଟଙ୍କା, ମୂଲ୍ୟବାନ ଗୃହ ଉପକରଣ ଓ ୮୦୦ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି। ଏକକାଳୀନ ୨୩ ଲକ୍ଷ ଟଙ୍କା ସୁନା ଗହଣା କିଣିଥିବାର ତଥ୍ୟ ମିଳିଛି। ପୁଅ ଆକାଶଙ୍କ ବିଭିନ୍ନ ଆକାଉଣ୍ଟରେ ୯.୪ କୋଟି ଟଙ୍କା ଜମା ଥିବାବେଳେ ଏଟିଏମ୍‌ ଜରିଆରେ ଶହୀଦନଗର ଓ ନୟାପଲ୍ଲୀସ୍ଥିତ ଦୁଇଟି ବ୍ୟାଙ୍କ୍‌ରେ ୮.୪ କୋଟି ଜମା କରାଯାଇଥିବା ଭିଜିଲାନ୍ସ ଜାଣିପାରିଛି। ସେହିଭଳି ଜବତ ଗାଡ଼ି ମଧ୍ୟରେ ବିଳାସପୂର୍ଣ୍ଣ ମର୍ସିଡିଜ୍‌, ବିଏମ୍‌ଡବ୍ଲ୍ୟୁ, ଟାଟା କାର୍‌, ତିନି ଏଡ୍‌ଜେଡ୍‌ଏସ୍‌ ବାଇକ୍‌ ପୁଅ ନାମରେ ପଞ୍ଜୀକୃତ ରହିଛି। ମର୍ସିଡିଜ୍‌ ସହ ଫାର୍ମ ନିକଟରେ ତିନୋଟି ଗାଡିଥିବାବେଳେ ଫାର୍ମ ଓ ଫ୍ଲାଟ୍‌ର ଭଡା ୧ କୋଟି ଥିବା ଭିଜିଲାନ୍ସ ଯାଞ୍ଚରୁ ଜଣାପଡିଛି। ତାଜ୍‌ମହଲ୍‌ ପ୍ୟାଲେସ୍‌ ହୋଟେଲ୍‌ ବିଲ୍‌ ୯୦ ଲକ୍ଷ ଟଙ୍କା ଓ ଉଦୟପୁର ତାଜ୍‌ ଲେକ୍‌ ପ୍ୟାଲେସ୍‌ ବିଲ୍‌ ୨୦ ଲକ୍ଷ ଟଙ୍କା ଦିଆଯାଇଥିବା ପ୍ରମାଣ ସଂଗ୍ରହ କରିଛି ତଦନ୍ତକାରୀ ଟିମ୍‌। ବାପ/ପୁଅଙ୍କ ବିଦେଶ ଯାତ୍ରା ସମ୍ପର୍କରେ ମଧ୍ୟ ଅନେକ ତଥ୍ୟ ମିଳିଛି। ମାଲେସିଆ, ହଂକଂ, ୟୁନାଇଟେଡ୍‌ କିଙ୍ଗଡମ୍‌, ୟୁନାଇଟେଡ୍‌୍‌ ଆରବ ଏମିରେଟ୍ସ, ମାଳଦ୍ୱୀପ ଯାତାୟାତରେ ୩ କୋଟି ଟଙ୍କା ବ୍ୟୟ ହୋଇଛି।
ଅନ୍ୟପକ୍ଷରେ ଟାଟା ମୋଟର୍ସ ନାମରେ ପୁଅ ଆକାଶ ବହୁ କୋଟି ଟଙ୍କା ଠକେଇ କରିଥିବା କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ଆକାଶଙ୍କୁ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍‌ ମୁମ୍ବାଇରୁ ଧରିଆଣି ଭୁବନେଶ୍ୱର ବିମାନବନ୍ଦରରେ ଗୁରୁବାର ରାତିରେ ପହଞ୍ଚତ୍ଛି। କଡା ସୁରକ୍ଷା ମଧ୍ୟରେ ତାଙ୍କୁ ବିମାନବନ୍ଦରରୁ ସିଧା ବାପାଙ୍କ ସରକାରୀ ବାସଭବନକୁ ନିଆଯାଇଛି। ସେଠାରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ ପଚରାଉଚରା କରିବା ସହ ସାଇବର ଠକେଇ ଓ ଅର୍ଥ କାରବାରର ନେଇ ତଥ୍ୟ ପାଇବାକୁ ଆଶା ରଖିଛି। ତେବେ ଚଢାଉ ଓ ଯାଞ୍ଚ ଶେଷ ହେବାପରେ ଆୟବହିର୍ଭୂତ ସମ୍ପତ୍ତିର ଠିକ୍‌ ପରିମାଣ ଜଣାପଡିବ ବୋଲି ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ରାତିରୁ ଅଭୟକାନ୍ତ ପାଠକଙ୍କୁ ନେଇ ଭୁବନେଶ୍ୱରର ୫, ମୁମ୍ବାଇର ୭ ଓ ବିହାରର ଗୋଟିଏ ସ୍ଥାନରେ ଚଢାଉ କରାଯାଇଥିଲା। ଏଥିମଧ୍ୟରେ ସରକାରୀ କ୍ୱାର୍ଟର୍ସ, ଭୁବନେଶ୍ୱର ଅଫିସ୍‌ ଓ ଫ୍ଲାଟ, ପୁଅ ନାମରେ ଥିବା ଘାଟିକିଆ ବିପୁଲ୍ସ ଗାର୍ଡେନ ଓ ପିପିଲିର ଡ୍ରାଇଭର ଘର ରହିଛି। ଏଥିସହିତ ପୁଣେର ସମଥ୍‌ କଲୋନୀ, ମୁମ୍ବାଇ ଜୁହୁରେ ଥିବା ରେଷ୍ଟୁରାଣ୍ଟ, ରାଜସ୍ଥାନ ଉଦୟପୁର ଘର, ବିହାରର ନିଜ ଗାଁ ବିଷ୍ଣୁପୁରଠାରେ ଦୁଇଟି ବିଳାସପୂର୍ଣ୍ଣ କୋଠା, କ୍ୱାର୍ଟର୍ସ ଆପାର୍ଟମେଣ୍ଟ ଓ ଗର୍ଡସ ବ୍ଲେସିଂ ଆପାର୍ଟମେଣ୍ଟ, ପୁଣେ ଓ ଗୁରୁଗ୍ରାମ ଅଫିସ ସମେତ ଫାର୍ମ ହାଉସ୍‌ରେ ଏକକାଳୀନ ଚଢାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?