୧୮ହଜାର ଟଙ୍କାରେ ପୁଅକୁ ବିକିଲେ ବାପା

ବାସୁଦେବପୁର, ୨୩ା୩ (ଡି.ଏନ୍‌.ଏ.):୧୮ହଜାର ଟଙ୍କାରେ ୨ବର୍ଷର ପୁଅକୁ ବିକ୍ରି କରିଦେଇଛନ୍ତି ବାପା। ଏ ସମ୍ପର୍କରେ ଶିଶୁପୁତ୍ରର ମା’ ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବେତଡ଼ା ନିକଟ ଚନ୍ଦନପୁର ଗ୍ରାମରେ ଏଭଳି ଶିଶୁ ବିକ୍ରି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଶିଶୁପୁତ୍ରକୁ ବୁଧବାର ପୋଲିସ ଉଦ୍ଧାର କରି ସିଡବ୍ଲ୍ୟୁସିରେ ଜିମା ଦେଇଛି।
ସୂଚନା ଅନୁଯାୟୀ, ଉକ୍ତ ଶିଶୁପୁତ୍ରଙ୍କୁ ତାଙ୍କ ବାପା ରାଜେନ୍ଦ୍ର କୁମାର ଦାସ ୧୮ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ମା’ ସୀମାରାଣୀ ଦାସ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଶିଶୁପୁତ୍ରଙ୍କୁ ଉଦ୍ଧାର ପାଇଁ ପ୍ରଥମେ ସିମୁଳିଆ ଥାନା ଅଧୀନ ବାଟି ଗ୍ରାମର ନବ ବେହେରାଙ୍କ ଘରକୁ ଯାଇଥିଲେ। ସେଠାରେ ଶିଶୁପୁତ୍ରଙ୍କୁ ନ ପାଇ ପରେ ସୋର ଥାନା ଅଧୀନ ବିଲବାଙ୍କିଆ ଗ୍ରାମର ଶତ୍ରୁଘ୍ନ ବେହେରାଙ୍କ ଘରୁ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ପୋଲିସ ଶିଶୁପୁତ୍ରଙ୍କ ମା’ ଓ ବାପାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଚଳାଇଛି। ଶିଶୁପୁତ୍ରଙ୍କୁ ଜିଲା ସିଡବ୍ଲ୍ୟୁସିରେ ହାଜର ପାଇଁ ପୋଲିସ ତାଙ୍କ ମା’ବାପାଙ୍କ ସହ ଭଦ୍ରକ ନେଇଛି। ଏ ସମ୍ପର୍କରେ ବାସୁଦେବପୁର ଥାନା ଆଇଆଇସି ସାବିତ୍ରୀ ପଣ୍ଡାଙ୍କୁ ପଚାରିବାରୁ ଶିଶୁପୁତ୍ର ବିକ୍ରି ଘଟଣାରେ ମା’ ସୀମାରାଣୀଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା (ନଂ.୧୫୩/୨୩) ରୁଜୁ ହେବା ସହ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜେନ୍ଦ୍ର ଓ ସୀମାରାଣୀ ୭ ବର୍ଷ ତଳେ ବିବାହ କରିଥିଲେ। ହେଲେ ଗତ କିଛିଦିନ ଧରି ସେମାନଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଭଲ ନ ଥିଲା। ୧୫ଦିନ ତଳେ ସୀମାରାଣୀ ତାଙ୍କ ୨ବର୍ଷର ଶିଶୁପୁତ୍ରଙ୍କୁ ଘରେ ଛାଡ଼ି ବାପଘରକୁ ପଳାଇ ଯାଇଥିଲେ। ରାଜେନ୍ଦ୍ର ଶିଶୁପୁତ୍ରର ଲାଳନପାଳନ ପାଇଁ ଗ୍ରାମ ନିକଟ ଜଣେ ସମ୍ପର୍କୀୟ ମହିଳାଙ୍କୁ ଜିମା ଦେଇଥିଲେ। ପରେ ସମ୍ପୃକ୍ତ ମହିଳା ଓ ରାଜେନ୍ଦ୍ରଙ୍କ ପରାମର୍ଶକ୍ରମେ ସିମୁଳିଆ ବାଟି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ପିଲାକୁ ପଠାଇ ଦେଇଥିଲେ। ସେଠାରୁ ପୁଣି ଏହି ପିଲାକୁ ସୋର ଥାନା ଅଧୀନ ବିଲବାଙ୍କିଆ ଗ୍ରାମର ଜଣେ ବ୍ୟକ୍ତି ନେଇଯାଇଥିଲେ। ଏହି ଘଟଣାରେ ଆର୍ଥିକ କାରବାର ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ପଣ୍ଡା କହିଛନ୍ତି। ପ୍ରକାଶଯୋଗ୍ୟ, ସୀମାରାଣୀଙ୍କ ଆଉ ଏକ ୪ ବର୍ଷର ପୁଅ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri