ପୁଅଙ୍କ ସାମ୍ନାରେ ଭାସିଗଲେ ବାପା, ୨୪ ଘଣ୍ଟା ପରେ ବି ମିଳିନି ପତ୍ତା

କେନ୍ଦୁଝର,୧୦ା୯(ସ୍ବ.ପ୍ର.): ଦୀର୍ଘ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାଂଶପାଳ ବ୍ଲକ କେନ୍ଦୁଘାଟି ନିକଟ ବୈତରଣୀରେ ଶୁକ୍ରବାର ଅପରାହ୍ନରେ ଭାସି ଯାଇଥିବା ବ୍ୟକ୍ତିଙ୍କ ପତ୍ତା ମିଳିନାହିଁ। ପୋଲିସ ଓଡ୍ରାଫ୍‌ ଟିମ୍‌ ଜରିଆରେ ଖୋଜାଖୋଜା ଜାରି ରଖିଛି। ଫଳରେ ଆଶା ଓ ଆଶଙ୍କା ମଧ୍ୟରେ ପରିବାର ଏବଂ ଗ୍ରାମବାସୀ ରହିଛନ୍ତି।
ସୂଚନାଯୋଗ୍ୟ, ପୂର୍ଣ୍ଣଚନ୍ଦ୍ର ଦେହୁରୀ ତାଙ୍କ ପୁଅ ସହିତ ବ୍ୟାଙ୍କ କାମ ସାରି ଘରକୁ ଫେରୁଥିଲେ। ଗ୍ରାମକୁ ଯିବା ପାଇଁ ବୈତରଣୀରେ ସ୍ଥାୟୀ ପୋଲ ନ ଥିବାରୁ ପାଣିରେ ଅଧାବୁଡ଼ା ଅସ୍ଥାୟୀ ପୋଲରେ ଘରକୁ ଫେରୁଥିବା ବେଳେ ପୁଅ ବାଇକ୍‌ରେ ପାର ହେଉଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଚାଲି ଚାଲି ପାର୍‌ ହେଉଥିଲେ। ଏହି ସମୟରେ ହଠାତ୍‌ ତାଙ୍କ ଗୋଡ଼ ଖସି ଯିବାରୁ ସେ ଭାସିଯାଇଥିଲେ। କିଛି ସମୟ ପୂର୍ବରୁ ବର୍ଷା ହୋଇଥିଲା। ତେଣୁ ନଦୀରେ ପାଣି ଅଧିକ ପ୍ରବାହିତ ହେଉଥିଲା। ଏଣୁ ସ୍ରୋତରେ ପୂର୍ଣ୍ଣଚନ୍ଦ୍ର ଭାସି ଯାଇଥିଲେ। ଖବର ପାଇ ନୟାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଓଡ୍ରାଫ୍‌ ଟିମ୍‌ ଜରିଆରେ ଖୋଜାଖୋଜି ଆରମ୍ଭ କରିଥିଲା। ଏନେଇ ଏସ୍‌ଡିପିଓ ପି.ଜେ.ଟପୋ କହିଛନ୍ତି, ନୟାକୋଟ ପୋଲିସ ଏବଂ ତଳକୁ ବାମେବାରୀ ପୋଲିସ ଓଡ୍ରାଫ୍‌ ଜରିଆରେ ଖୋଜାଖୋଜି ଜାରି ରଖିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ପୂର୍ଣ୍ଣଚନ୍ଦ୍ରଙ୍କର କୌଣସି ପତ୍ତା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ସୁରକ୍ଷା ପାଇଁ ନୂଆ ପ୍ରୟାସ: ବ୍ରହ୍ମପୁର, ଗଞ୍ଜାମ ପୋଲିସକୁ ମିଳିଲା ରେଡ୍‌ ସ୍କୁଟି

ବ୍ରହ୍ମପୁର ଅଫିସ/ଛତ୍ରପୁର (ଡି.ଏନ୍‌.ଏ.)୧୩।୧: ମହିଳାଙ୍କୁ ସୁରକ୍ଷା ଓ ସହାୟତା ନିମନ୍ତେ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହିକ୍ରମରେ ନିର୍ଭୟା ଯୋଜନାରେ ରାଜ୍ୟ ପୋଲିସକୁ ୫ ଶହ...

ମଣ୍ଡିରୁ ଉଠୁନି ଧାନ, ଅନଶନରେ ବସିଲେ ଜିଲା ପରିଷଦ ଅଧ୍ୟକ୍ଷା

ବରଗଡ଼ ଅଫିସ,୧।୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ତିନିମାସ ପୂରିବ। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ।...

କଟକରୁ ୩ ପଜିଟିଭ ଚିହ୍ନଟ: ଅଛନ୍ତି ୨ କ୍ୱାରାଣ୍ଟାଇନ, ୧ ସ୍ଥାନୀୟ ଅଞ୍ଚଳର

କଟକ ଅଫିସ, ୬।୭: କଟକ ସହରରୁ ସୋମବାର ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ କ୍ୱାରାଣ୍ଟାଇନରେ ଥିବା ବେଳେ ଅନ୍ୟ ଜଣେ...

ବାଲ୍ୟ ବିବାହ ରୋକିଲା ଚାଇଲ୍ଡଲାଇନ

ବସ୍ତା, ୧୪।୧୧(ସ୍ବ.ପ୍ର.)-ବାଲ୍ୟବିବାହ ବନ୍ଦ କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୋକାଯାଇପାରୁନାହିଁ। ବସ୍ତା ବ୍ଲକ ସିଂଲା...

ସ୍ଥାନ ପାଇବ ଓଡ଼ିଆ ଯୁବକଙ୍କ କଳାକୃତି

ରାଜକନିକା,୨୮ା୬(ଡି.ଏନ୍‌.ଏ.): ଡେରାଡୁନ୍‌ ମଶୌରୀର ନ୍ୟାଶନାଲ ଡିଫେନ୍ସ ଏକାଡେମୀରେ ଭାରତୀୟ ଯବାନଙ୍କ ବୀରତ୍ୱର ଝଲକ ସ୍ବରୂପ ମୂର୍ତ୍ତି ସ୍ଥାନ ପାଇବ। ଏହି ମୂର୍ତ୍ତି ନିର୍ମାଣ କରୁଛନ୍ତି କେନ୍ଦ୍ରାପଡ଼ା...

ହାତୀ ଉପଦ୍ରବ: ୨ ବନ କର୍ମଚାରୀଙ୍କୁ ଅଟକାଇଲେ ଗ୍ରାମବାସୀ

ହିନ୍ଦୋଳ,୨୮ା୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଞ୍ଚାୟତ ଗ୍ରାମବାସୀ ହାତୀ ଉପଦ୍ରବ ଯୋଗୁ ଶନିବାର ଦୁଇ ବନ କର୍ମଚାରୀଙ୍କୁ ଅଟକ ରଖିବା ସହ ହିନ୍ଦୋଳ-ଅନୁଗୋଳ...

ଅବହେଳିତ ବ୍ରହ୍ମପୁର ରେଳଷ୍ଟେଶନ : ମୌଳିକ ସୁବିଧାରୁ ବଞ୍ଚିତ ଯାତ୍ରୀ

ବ୍ରହ୍ମପୁର ଅଫିସ,୧୭ା୧୨-ବ୍ରହ୍ମପୁର ରେଳଷ୍ଟେଶନ ଉପରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଯାତ୍ରୀମାନେ ନିର୍ଭର କରୁଛନ୍ତି। ପ୍ରତିଦିନ ଏହି ଷ୍ଟେଶନର ଉଭୟ ପଟୁ ଶତାଧିକ...

ଗ୍ରାହକଙ୍କ ପସନ୍ଦ ଚକୁଳି ପିଠା

ବଅଁରପାଳ,୧୩।୭(ଡି.ଏନ.ଏ.)- ସକାଳ ହେଉ କି ସନ୍ଧ୍ୟା, ତାଙ୍କ ହାତ ତିଆରି ଚକୁଳି ପିଠା ଖାଇବାକୁ ଦୋକାନରେ ବଢ଼ୁଛି ଭିଡ଼। ମସଲା ଦୋସା ପାଇଁ ଗ୍ରାହକଙ୍କଠାରୁ ମିଳୁଛି...

Advertisement
Archives

Model This Week