ଝିଅ କଳା ବୋଲି ତଡ଼ି ଦେଲେ ବାପା

ରୂପସା/ବସ୍ତା/ଲଙ୍ଗଳେଶ୍ୱର, ୧୬।୯(ଡି.ଏନ.ଏ.):ଝିଅର ରଙ୍ଗ କଳା ବୋଲି ବାପା ନିଷ୍ଠୁରତାର ସୀମା ଟପିଯାଇଛନ୍ତି। ଝିଅ ସହ ମା’ଙ୍କୁ ଘରୁ ତଡି ଦେଇଛନ୍ତି। ସେମାନେ ଅସହାୟ ଅବସ୍ଥାରେ ଘର ସମ୍ମୁଖରେ ଭୋକ ଉପାସରେ ବସି ରହିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ତାଡ଼ଦା ଗ୍ରାମରେ।
ତାଡ଼ଦା ଗ୍ରାମର ଚନ୍ଦନ ଦାସ ୨୦୧୩ରେ ବସ୍ତା ଥାନା ଅଧୀନ ଜନ୍ତିକାପାଳ ଗ୍ରାମର ଜ୍ୟୋତ୍ସ୍ନା ଦାସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ବିବାହର ୨ ବର୍ଷ ପରେ ଜ୍ୟୋତ୍ସ୍ନାଙ୍କର ଝିଅଟିଏ ଜନ୍ମ ହୋଇଥିଲା। ଝିଅର ରଙ୍ଗ କଳା ହୋଇଥିବାରୁ ପରିବାର ଲୋକଙ୍କ ରୋଷର ଶିକାର ହୋଇଥିଲେ ଜ୍ୟୋତ୍ସ୍ନା। ପରିବାର ଲୋକେ ଝିଅ ହେଉ ବୋଲି ଚାହୁଁ ନ ଥିଲେ। ଝିଅ ପୁଣି କଳା ହୋଇଥିବାରୁ ସବୁ ଦୋଷ ଜ୍ୟୋତ୍ସ୍ନାଙ୍କ ମୁଣ୍ଡରେ ଲଦି ଦିଆଯାଇଥିଲା। ସେହିଦିନଠାରୁ ଆରମ୍ଭ ହୋଇଥିଲା ଶାରୀରିକ ଏବଂ ମାନସିକ ନିର୍ଯାତନା। ଏମିତିକି ଗଁାଦାଣ୍ଡରେ ମା, ଝିଅଙ୍କୁ ଗୋଡ଼ାଇ ଗୋଡ଼ାଇ ସ୍ବାମୀ, ଶାଶୁ, ନଣନ୍ଦ ମିଶି ମାଡ଼ ମାରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏମିତିକି ତାଙ୍କୁ ଖାଇବା ପିଇବାକୁ ମଧ୍ୟ ଦେଉ ନ ଥିଲେ। ଗଣେଶ ପୂଜା ଦିନ ଜ୍ୟୋତ୍ସ୍ନାଙ୍କ ୭ ବର୍ଷର ଝିଅ ଦିପାଲୀଙ୍କ ଦେହ ଅସୁସ୍ଥ ହେବାରୁ ଜଣେ ଗ୍ରାମବାସୀଙ୍କ ସହାୟତାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଝିଅର ଦେହ ସୁସ୍ଥ ହେବା ପରେ ଜ୍ୟୋତ୍ସ୍ନା ବୁଧବାର ସକାଳେ ଘରକୁ ଫେରିଥିଲେ। ମାତ୍ର ସ୍ବାମୀ ଚନ୍ଦନ ତାଙ୍କୁ ଘରକୁ ଯିବାକୁ ନ ଦେଇ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଫଳରେ ଉଭୟ ମା’, ଝିଅ ଅଖିଆ ଅପିଆ ଗେଟ୍‌ ସମ୍ମୁଖରେ ବସି ରହିଥିଲେ। ରାତିରେ ଭୟ ଲାଗିବାରୁ ଘର ନିକଟରେ ଥିବା ଶିବ ମନ୍ଦିରରେ ସେମାନେ ଆଶ୍ରୟ ନେଇଥିଲେ। ଗୁରୁବାର ସକାଳେ ମା, ଝିଅ ଶିବ ମନ୍ଦିରରୁ ଆସି ଘରକୁ ପଶିବା ପାଇଁ ଚେଷ୍ଟା କରିବାରୁ ଚନ୍ଦନ ତାଙ୍କୁ ମାଡ଼ ମାରିବା ସହିତ ଘର ଗେଟ୍‌ରେ ତାଲା ପକାଇ ପଳାଇଯାଇଥିଲେ। ତେବେ କୁନି ଝିଅକୁ ଧରି କାନ୍ଦି କାନ୍ଦି ନ୍ୟାୟ ପାଇଁ ଅପେକ୍ଷାରେ ବସିଛନ୍ତି ଜ୍ୟୋତ୍ସ୍ନା। ଦୀର୍ଘଦିନ ଧରି ଚନ୍ଦନ ତାଙ୍କ ସ୍ତ୍ରୀଙ୍କୁ ଅଲଗା ରଖିଛନ୍ତି। ଗାଁ ଭଦ୍ରଲୋକ ଓ ବାପଘର ଲୋକଙ୍କୁ ନେଇ ବିଭିନ୍ନ ସମୟରେ ଆପୋଷ ସମାଧାନ କରାଯାଇ ଥିଲେ ହେଁ କୌଣସି ସୁଫଳ ମିଳିନି।


Enter your email to get our daily news in your inbox.

All Right Reserved By Dharitri.Com

କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri