ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ନିରପେକ୍ଷ ତଦନ୍ତ ଦାବିକଲେ ବାପା

ଆନନ୍ଦପୁର,୧୯ା୨(ସ୍ବ.ପ୍ର.): ଘସିପୁରା ଥାନା ଅଧୀନ କେଶଦୁରାପାଳରେ ଏକ ବଧୂହତ୍ୟା ଘଟଣାକୁ ନେଇ ମାମଲା ରୁଜୁ ହୋଇଛି। କେସ୍‌ ନଂ ୪୧/୨୩ରେ ମାମଲା ରୁଜୁ ହୋଇଛି। ଢେଙ୍କାନାଳ ମୀନାବଜାର କୁମ୍ଭାରୀସାହିର ସନ୍ତୋଷ କୁମାର ସେନାପତିଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ସନ୍ତୋଷ ସେନାପତି ତାଙ୍କ ଝିଅ ସୂଚୀସ୍ବରୂପାଙ୍କଙ୍କୁ ଘସିପୁରା ଥାନା କେଶଦୁରାପାଳ ଗୋପୀନାଥ ବେହେରାଙ୍କ କନିଷ୍ଠ ପୁଅ ତ୍ରିଲୋଚନ ବେହେରାଙ୍କ ସହିତ ବିବାହ କରାଇଥିଲେ। ବିବାହ ଦିନଠାରୁ ଝିଅକୁ ଶାରୀରିକ ନିର୍ଯାତନା ଦିଆଯିବା ସହିତ ଅଧିକ ଯୌତୁକ ଦାବି କରି ଆସୁଥିଲେ। ଏପରିକି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ପୋଲିସ ଉପସ୍ଥିତିରେ ଉଭୟ ପକ୍ଷର ଭଦ୍ରଲୋକ ସମସ୍ୟାର ସମାଧାନ କରିଥିଲେ। ହେଲେ ଘଟଣାର କୌଣସି ସମାଧାନ ହୋଇପାରି ନ ଥିଲା। ଏଭଳି ପରିସ୍ଥିତିରେ ଝିଅର ମୃତ୍ୟୁକୁ ନେଇ ବାପା ଘସିପୁରା ଥାନାରେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ମାମଲା ରୁଜୁ କରିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ଘସିପୁରା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତଦନ୍ତ ଚାଲିଛି ହତ୍ୟା ସମ୍ପର୍କିତ ତଥ୍ୟ ହସ୍ତଗତ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତି ବାସିନ୍ଦାଙ୍କ ରାସ୍ତା ଅବରୋଧ

ଯୋଡ଼ା,୭ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତାର ଧରଣୀଧର ଛକରେ ଚାଲିଥିବା ଫ୍ଳାଏ ଓଭର କାର୍ଯ୍ୟ ଯୋଗୁ ଲୋକେ ଧୂଳି ଧୂଆଁରେ...

ହାତୀ ଉପଦ୍ରବ ଥମୁନି, ବନବିଭାଗ ଅସହାୟ

ଭଞ୍ଜନଗର,୨୯ା୧୦(ଡି.ଏନ.ଏ.): ଭଞ୍ଜନଗର ଉତ୍ତା ଓ ଦକ୍ଷିଣ ବନଖଣ୍ଡର ହାତୀ କରିଡ଼ରଗୁଡ଼ିକ ବିଭିନ୍ନ କାରଣ ଯୋଗୁ ନଷ୍ଟ ହେବାକୁ ବସିଛି। ଏହି କାରଣରୁ ହତୀପଲ ଜଙ୍ଗଲରୁ ବାହାରି...

ନିର୍ମାଣ କାର୍ଯ୍ୟରେ ଅନିୟମିତତା : ଜିଲାପାଳଙ୍କଠାରେ ଗ୍ରାମବାସୀ ଫେରାଦ

ବାରିପଦା ଅଫିସ,୧୩ା୬ : ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ବଣକାଟୀ ପଞ୍ଚାୟତ ବରଜିଆଣି ଗ୍ରାମରେ ଏକ କାର୍ଯ୍ୟରେ ଅନିୟମିତା ହୋଇଥିବା ନେଇ ଗୁରୁବାର ଗ୍ରାମବାସୀ...

ହେଲ୍ପ ଡେସ୍କରେ କାର୍ଯ୍ୟରତ ୨ କର୍ମଚାରୀ କରୋନା ପଜିଟିଭ୍‌: କୋରାପୁଟ ଜିଲା ଚିକିତ୍ସାଳୟ ୪୮ ଘଣ୍ଟା ବନ୍ଦ

ଜୟପୁର,୨୦ା୭(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ଚିକିତ୍ସାଳୟର ୨ଜଣ ହେଲ୍ପ ଡେସ୍କରେ କାର୍ଯ୍ୟରତ ଅସ୍ଥାୟୀ ମହିଳା କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ...

ବଦଳିଲା ନିଷ୍ପତ୍ତି, ୨୫ରୁ ଧାନକିଣା

ବରଗଡ଼ ଅଫିସ୍‌,୨୭।୧୦: ବରଗଡ଼ ଜିଲାରେ ଆସନ୍ତା ଡିସେମ୍ବର ୧ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା ।...

କଳାପଟା ନାହିଁ, କବାଟରେ ଲେଖା ହେଲା ପ୍ରଶ୍ନ

ଧର୍ମଶାଳା,୭ା୧୨(ଡି.ଏନ୍‌.ଏ.): ବିଦ୍ୟାଳୟଗୁଡ଼ିକର ଭୂତ୍ତିଭୂମି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ୫-ଟି ମାଧ୍ୟମରେ ବିପୁଳ ଟଙ୍କା ବ୍ୟୟ କରିଚାଲିଛନ୍ତି। ହେଲେ ଯାଜପୁର ଜିଲାରେ ଏହାର ବ୍ୟତିକ୍ରମ...

ଓଲଟିଲା ବର ଶୋଭାଯାତ୍ରା ଗାଡ଼ି, ୨୦ ଆହତ; ୫ ଗୁରୁତର

ଛେଣ୍ଡିପଦା,୧୦।୩(ଡି.ଏନ୍‌.ଏ.): ଅନୁଗୋଳ-ଛେଣ୍ଡିପଦା ୬୩ ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଗଉଡୁଣି ନାଳ ପାଖରେ ବୁଧବାର ବିବାହ ନିମନ୍ତେ ଯାଉଥିବା ବର ଶୋଭାଯାତ୍ରା ଗାଡ଼ି ଓଲଟି ୨୦...

କୋଭିଡ୍‌ ହସ୍ପିଟାଲର ୨ ନର୍ସଙ୍କୁ କରୋନା

କଟକ ଅଫିସ,୪ା୭-ଦୁଇ ମାସରୁ ଅଧିକ ସମୟ ହେବ କଟକର ଏକ କୋଭିଡ୍‌ ହସ୍ପିଟାଲରେ କାମ କରୁଥିବା ୨ଜଣ ନର୍ସ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।...

Advertisement
Archives

Model This Week