ଝିଅର ମୃତଦେହ ଆଣିବା ପାଇଁ ଭିକ୍ଷା ମାଗିଲେ ବାପା

ପିପିଲି,୧୭।୩(ସ୍ବ.ପ୍ର.):ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ବେଣାଗାଁ ଅଞ୍ଚଳର ଗଜେନ୍ଦ୍ର ହରିଚନ୍ଦନଙ୍କ କ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଗଜେନ୍ଦ୍ରଙ୍କ ଝିଅ ସୁମିତ୍ରାଙ୍କୁ ଅପହରଣ କରି ପରେ ବେଙ୍ଗାଲୁରୁରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ଝିଅର ମୃତଦେହ ନେଇଯିବା ପାଇଁ ସ୍ଥାନୀୟ ପୋଲିସ ପରିବାର ଲୋକଙ୍କୁ ଜଣାଇଥିଲେ ମଧ୍ୟ ଅର୍ଥ ବାଧକ ସାଜିଛି। ଫଳରେ ଗତ ୧୧ଦିନ ହେବ ସୁମିତ୍ରାଙ୍କ ମୃତଦେହ ବେଙ୍ଗାଲୁରୁରେ ପଡ଼ିରହିଛି। ଝିଅର ମୃତଦେହ ଆଣିବା ପାଇଁ ଗଜେନ୍ଦ୍ର ସକ୍ଷମ ହୋଇପାରୁ ନ ଥିବାରୁ ପୋଲିସଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସିଠାରୁ ସହାୟତା ମିଳୁନାହିଁ। ଶେଷରେ ଝିଅର ମୃତଦେହକୁ ଫେରାଇ ଆଣିବା ପାଇଁ ଗଜେନ୍ଦ୍ର ପିପିଲିର ଚାନ୍ଦୁଆ ବଜାରରେ ଦୋକାନ, ବଜାର ବୁଲି ଭିକ୍ଷା ମାଗୁଥିବା ଗୁରୁବାର ଦେଖିବାକୁ ମିଳିଛି। ଗଜେନ୍ଦ୍ରଙ୍କଠାରୁ ଏହି ଦୁଃଖଦ ଘଟଣା ଶୁଣି ଅନେକେ ତାଙ୍କୁ ସାହାଯ୍ୟ କରୁଥିବା ବେଳେ ଅନ୍ୟ କେତେଜଣ ପ୍ରଶାସନର ଅଣଦେଖାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଅଭିଯୋଗ ଅନୁସାରେ, ୨୦୨୧ ଏପ୍ରିଲ ୨୬ରେ ସୁମିତ୍ରାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଅପହରଣ କରିନେଇଥିଲେ। ଏ ନେଇ ସୁମିତ୍ରାଙ୍କ ବାପା ଗଜେନ୍ଦ୍ର ଉକ୍ତ ମାସ ୩୦ତାରିଖରେ କଣାସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଥାନା ପକ୍ଷରୁ ଅଭିଯୋଗ ଗ୍ରହଣ କରାଯାଇ ନ ଥିଲା। ପରେ ଅପହରଣକାରୀ ଯୁବକ ସୁମିତ୍ରାଙ୍କୁ ବିବାହ କରି ବେଙ୍ଗାଲୁରୁ ନେଇଯାଇଥିଲେ। ସେଠାରେ ନିର୍ଯାତନା ଦିଆଯାଉଥିବା ନେଇ ବାପାଙ୍କୁ ଫୋନ କରି ସୁମିତ୍ରା ଜଣାଇଥିଲେ। ଏପରିକି ଗତ ୬ ତାରିଖରେ ସୁମିତ୍ରାଙ୍କ ମୃତ୍ୟୁ ଘଟିଥିବା ଓ ଅପହରଣ ଯୁବକ ବେଙ୍ଗାଲୁରୁ ଥାନାରେ ଅଟକ ଥିବା ସ୍ଥାନୀୟ ପୋଲିସ ପକ୍ଷରୁ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇ ମୃତଦେହ ନେଇଯିବା ପାଇଁ କୁହାଯାଇଥିଲା। ହେଲେ ଗଜେନ୍ଦ୍ର ଦିନ ମଜୁରିଆ ହୋଇଥିବାରୁ ଏତେ ଦୂରରୁ ମୃତଦେହ ଆଣିବାରେ ଅକ୍ଷମତା ପ୍ରକାଶ କରିଥିଲେ। ଝିଅର ମୃତଦେହ ଫେରାଇ ଆଣିବା ଲାଗି ପ୍ରଶାସନକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ନ ଦେବାରୁ ଗଜେନ୍ଦ୍ର ଜାତୀୟ ଦଳିତ ଆଦିବାସୀ ମାଇନରିଟି ମହାସଂଘକୁ ଜଣାଇଥିଲେ। ହତ୍ୟାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସୁମିତ୍ରାଙ୍କ ମୃତଦେହକୁ ଫେରାଇ ଆଣିବାକୁ ମହାସଂଘ ପକ୍ଷରୁ ଦାବି କରିବା ସହ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦେଇଥିଲେ। ଫଳରେ ପୋଲିସ ଆଲୋଚନା କରି ଝିଅର ମୃତଦେହ ଫେରାଇ ଆଣିବାଲାଗି ୨୦ ହଜାର ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଥିବା ବେଳେ ଟଙ୍କା ନୁହେଁ ଝିଅର ମୃତଦେହ ଫେରାଇ ଆଣିବା ଲାଗି ଗଜେନ୍ଦ୍ର ଓ ଦଳିତ ମହାସଂଘ ଦାବି କରିଥିଲେ। ଚାରିଆଡ଼ୁ ନିରାଶ ହେବା ପରେ ଝିଅର ମୃତଦେହ ଫେରାଇ ଆଣିବା ପାଇଁ ଗଜେନ୍ଦ୍ର ଗୁରୁବାର ଏକ ଡବା ଧରି ପିପିଲିରେ ବିଭିନ୍ନ ଦୋକାନ ବଜାର ବୁଲି ଭିକ୍ଷା ମାଗୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆଦେଶ ସତ୍ତ୍ୱେ କୋର୍ଟରେ ହେଉ ନ ଥିଲେ ହାଜର, ୱାରେଣ୍ଟିଙ୍କୁ ଗିରଫ କଲା…

ଦିଗପହଣ୍ଡି, ୯|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟିଙ୍କୁ ଗୁରୁବାର ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ…

ଛତୁ ତୋଳିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ଜଙ୍ଗଲରେ ବଳାତ୍କାର, ବିବାହ ପାଇଁ ଜିଦି କରିବାରୁ ଖାଇଦେଲେ ବିଷ ଫଳ

ଟିକିରି,୯।୭(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ସମୟରେ ନାବାଳିକାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇ…

ଶ୍ୱଶୁର ଘରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ, କାରଣ ଜାଣିଲେ ହେବେ…

ଵ୍ରହ୍ମପୁର,୯।୭(ସୁବାସ ଚନ୍ଦ୍ର ପାଢ଼ୀ): ଶାଶୁ ଘରେ ଆତ୍ମାହୁତି ଉଦ୍ୟମ କଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଶାକର୍ମୀଙ୍କ ଆନ୍ଦୋଳନ

ଛତ୍ରପୁର,୯।୭(ଦିଲ୍ଲୀପି ସାମଲ): ଭାରତୀୟ ମଜଦୁର ସଂଘ ଅନୁମୋଦିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ୯ ଦଫା ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri