୩୬,୫୪୮ ଭୋଟରଙ୍କ ହାତରେ ୮୬ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ଦ୍ରାପଡ଼ା ଅଫିସ, ୨୪ା୩: ଦୀର୍ଘ ୧୧ ବର୍ଷ ପରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପରିଷଦ ଗଠନ ପାଇଁ ଗୁରୁବାର ଭୋଟ ଗ୍ରହଣ ହେବ। ପୌରାଞ୍ଚଳର ୨୧ ୱାର୍ଡର ୩୬,୫୪୮ ଭୋଟର ଚଳିତ ନିର୍ବାଚନରେ ୮୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଚଳିତ ଥର ଅଧ୍ୟକ୍ଷା ଓ କାଉନସିଲର ପଦ ପାଇଁ ପ୍ରତ୍ୟେକ୍ଷ ଭାବେ ନିର୍ବାଚନ ହେଉଛି। ଅଧ୍ୟକ୍ଷା ପଦ ପାଇଁ ୪ ପ୍ରାର୍ଥୀ ରହିଥିବା ବେଳେ ୮୨ ପ୍ରାର୍ଥୀ ୨୧ଟି ୱାର୍ଡ କାଉନସିଲର ପଦ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ବାଚନ ସୁପରିଚାଳନା ପ୍ରସ୍ତୁତି ଶେଷ ହୋଇଛି। କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ବୁଥ୍‌ ଅଭିମୁଖେ କର୍ମଚାରୀ ବୁଧବାର ପୂର୍ବାହ୍ନରେ ବାହାରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି, ପୌରାଞ୍ଚଳ ନିର୍ବାଚନ ପାଇଁ ମୋଟ ୪୧ଟି ବୁଥ୍‌ ହୋଇଛି। ୧ ନଂ. ୱାର୍ଡ ପାଇଁ ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟରେ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ ହୋଇଛି। ସେହିପରି ୨ ନଂ. ୱାର୍ଡର ବଡବାରଙ୍ଗ ପ୍ରାଥମିକ ବିଦ୍ୟାଳୟ, ୩ ନଂ. ୱାର୍ଡର ତଳବାରଙ୍ଗ ପ୍ରକଳ୍ପ ବିଦ୍ୟାଳୟ, ୪ ନଂ. ୱାର୍ଡର ଅଯୋଦ୍ଧାନଗର ପ୍ରାଥମିକ ବିଦ୍ୟାଳୟ, ୫ ନଂ. ୱାର୍ଡର ଗୋପ ପ୍ରାଥମିକ ବିଦ୍ୟାଳୟ, ୬ ନଂ. ୱାର୍ଡର ବଳଦେବ ହାଇସ୍କୁଲ, ୭ ନଂ. ୱାର୍ଡର ମୀରପାଟଣା ପ୍ରାଥମିକ ବିଦ୍ୟାଳୟ, ୮ ନଂ. ୱାର୍ଡର ମନକରପୁର ପ୍ରାଥମିକ ବିଦ୍ୟାଳୟ, ୯ନଂ. ୱାର୍ଡର ବୁଢ଼ି ବିଳାଶୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୦ ନଂ. ୱାର୍ଡର ମଢ଼ିଆଳ ପ୍ରାଥମିକ ବିଦ୍ୟାଳୟ ଓ ୧୧ ନଂ. ୱାର୍ଡର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଭୋଟର ମତଦାନ କରିବେ। ଏଥିସହ ୧୨ ନଂ. ୱାର୍ଡର ସରକାରୀ ହାଇସ୍କୁଲ, ୧୩ ନଂ. ୱାର୍ଡର ପୌର ଯାତ୍ରୀ ନିବାସ, ୧୪ ନଂ. ୱାର୍ଡର ଉର୍ଦ୍ଦୁ ଲାଇବ୍ରେରୀ, ୧୫ ନଂ. ୱାର୍ଡର ଦିଲାରପୁର ପ୍ରାଥମିକ ବିଦ୍ୟାଳୟ, ୧୬ ନଂ. ୱାର୍ଡର ଫକିରାବାଦ ଉର୍ଦ୍ଦୁ ବିଦ୍ୟାଳୟ, ୧୭ ନଂ. ୱାର୍ଡର ବଡହାଟ ପ୍ରାଥମିକ ବିଦ୍ୟାଳୟ, ୧୮ ନଂ. ୱାର୍ଡର କାକଟ ସ୍କୁଲ, ୧୯ ନଂ. ୱାର୍ଡର ବଣିଆମାଳ ସ୍କୁଲ, ୨୦ ନଂ. ୱାର୍ଡର ମହିପାଳ ସ୍କୁଲ ଓ ୨୧ ନଂ. ୱାର୍ଡର ଭାରତୀ ବିଦ୍ୟା ମନ୍ଦିରରେ ଭୋଟ ଦାନ ପାଇଁ ବ୍ୟବସ୍ଥା ହୋଇଛି। ସମଗ୍ର ପୌରାଞ୍ଚଳକୁ ୭ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଏହି ସେକ୍ଟରରେ ସେକ୍ଟର ଅଫିସର ଦାୟିତ୍ୱରେ ଅଛନ୍ତି। ପ୍ରତି ଭୋଟ କେନ୍ଦ୍ରରେ ଜଣେ ପ୍ରଜାଇଡିଂ ଅଫିସର, ୪ ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହାବ୍ୟତୀତ ୧୦ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଥିବା ବେଳେ ସହର ମଧ୍ୟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆଇନଶୃଙ୍ଖଳା ପାଇଁ ସ୍ବତନ୍ତ୍ର ମାଜିଷ୍ଟ୍ରେଟ ଓ ଜିଲା ପୋଲିସର ମୋବାଇଲ ଟିମ୍‌ ନିୟୋଜିତ ହୋଇଛନ୍ତି। ସୂଚନାଯୋଗ୍ୟ, ପୌରାଞ୍ଚଳରେ ୨୦୧୧ରେ ପରିଷଦ ଗଠନ ପାଇଁ ନିର୍ବାଚନ ହୋଇଥିଲା। ୨୦୧୬ରେ ନିର୍ବାଚନ ପାଇଁ ଡ୍ରାଫ୍ଟ ତଲିକା ବାହାରି ଥିଲା। ତେବେ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ କାରଣ ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଜାନୁୟାରୀରେ ଏହି ନିର୍ବାଚନ ମାମଲାକୁ ଅଭିଯୋଗକାରୀ ପୂର୍ବତନ କାଉନସିଲର ମୁକ୍ତାର ଖାନ ଫେରାଇ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆଦେଶ ସତ୍ତ୍ୱେ କୋର୍ଟରେ ହେଉ ନ ଥିଲେ ହାଜର, ୱାରେଣ୍ଟିଙ୍କୁ ଗିରଫ କଲା…

ଦିଗପହଣ୍ଡି, ୯|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟିଙ୍କୁ ଗୁରୁବାର ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ…

ଛତୁ ତୋଳିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ଜଙ୍ଗଲରେ ବଳାତ୍କାର, ବିବାହ ପାଇଁ ଜିଦି କରିବାରୁ ଖାଇଦେଲେ ବିଷ ଫଳ

ଟିକିରି,୯।୭(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ସମୟରେ ନାବାଳିକାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri