Posted inଜାତୀୟ

ମନ୍ତ୍ରୀଙ୍କ ସହ ଖାଇବାକୁ ମନା କଲେ କୃଷକ

ନୂଆଦିଲ୍ଲୀ,୪।୧: କୃଷି ଆଇନ ପ୍ରସଙ୍ଗରେ ସରକାର ଏବଂ କୃଷକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଅଷ୍ଟମ ରାଉଣ୍ଡର ଏହି ଆଲୋଚନା ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେଉଛି। ଗତ ଶେଷ ଆଲୋଚନା ବିଦ୍ୟୁତ ବିଲ ଏବଂ ପ୍ରଦୂଷଣ ପ୍ରସଙ୍ଗରେ କୃଷକଙ୍କ ଦାବିକୁ ନେଇ ସରକାର ସହମତ ହୋଇଥିଲେ ମଧ୍ୟ ଏବେ ଏମଏସପି ପ୍ରତ୍ୟାହାର ଏବଂ କୃଷି ଆଇନ ଉଭୟ ପକ୍ଷରେ ଆଲୋଚନା ହେଉଛି। ସୂତ୍ର ଅନୁଯାୟୀ ସୋମବାର କୃଷକ ସଂଗଠନର ପ୍ରତିନିଧୀମାନେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ରାଜ୍ୟ କୃଷି ମନ୍ତ୍ରୀ ସୋମ ପ୍ରକାଶଙ୍କୁ କହିଛନ୍ତି ଯେ, ଆଜି ଆପଣଙ୍କ ସହ ଖାଦ୍ୟ ପାଇବୁ ନାହିଁ। ତୁମେ ତୁମର ଖାଦ୍ୟ ଖାଅ ଏବଂ ଆମେ ଆମର ଖାଦ୍ୟ ଖାଇବୁ। ବୈଠକ ଆରମ୍ଭରେ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରାଯିବ କି ନାହିଁ ତାହା ଆମକୁ କହିଦେବା ଉଚିତ୍‌। ଏହା ଉପରେ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଆମେ ତିନୋଟି ଆଇନରେ ସଂଶୋଧନ କରିବାକୁ ପ୍ରସ୍ତୁତ। ଏହି ବିତର୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ବିରତି ନିଆଯାଇଥିଲା। ଏହି ସମୟରେ କୃଷକଙ୍କ ପାଇଁ ଲଙ୍ଗରୁ ମଗାଯାଇଥିବା ଖାଦ୍ୟ ପରଷା ଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବାବୁଙ୍କ ଅଭାବ: ସଙ୍କଟରେ ମୋଦି ସରକାର,ରାଜ୍ୟର ସହାୟତା ଲୋଡିଲେ…

ନୂଆଦିଲ୍ଲୀ,୯।୬: ଏବେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଙ୍କଟରେ ପଡ଼ିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସହାୟତା ଲୋଡା ଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ...

ଭାରତରେ ଜଳସଙ୍କଟ ସୃଷ୍ଟି ଲାଗି ଚାଇନାର ଷଡ଼ଯନ୍ତ୍ର: ନିର୍ମାଣ କରୁଛି ୧୦୦୦ କିମିର ସୁଡ଼ଙ୍ଗ

ନୂଆଦିଲ୍ଲୀ, ୧।୧୦: ଏଲ୍‌ଏସିରେ ଲଗାତାର ଚାଇନା ଉତ୍ତେଜନା ସୃଷ୍ଟି କରୁଛି। ଏହାଯୋଗୁ ଶାନ୍ତି ଆଲୋଚନା ପ୍ରୟାସ ବିଫଳରେ ହେବାରେ ଲାଗିଛି। ସେହିପରି ଭାରତରେ ଜଳସଙ୍କଟ ସୃଷ୍ଟି...

ନଭେମ୍ବର ୧୫ରେ ବସିବ ଏନ୍‌ଡିଏ ବିଧାୟକ ଦଳର ବୈଠକ: ନୀତୀଶ

ପାଟନା,୧୩ ।୧୧: ବିହାର ବିଧାନସଭା ନିର୍ବାଚନ ଆସିବା ପରେ ଏବେ ରାଜ୍ୟରେ ନୂଆ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ...

ଚାରିଧାମ ଯାତ୍ରା: ଯାନବାହାନ ଚଳାଚଳ ଉପରେ କଟକଣା ଲଗାଇଲେ ସରକାର

ଡେରାଡୁନ,୪।୫: ଚାରିଧାମ ଯାତ୍ରା ମେ’୩ରୁ ଆରମ୍ଭ ହୋଇଯାଉଛି । ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି।...

ରାମମନ୍ଦିର ଆନ୍ଦୋଳନର ୪ ମହାରଥୀ ଏବେ ରାଜନୀତିରୁ ଦୂରରେ

ନୂଆଦିଲ୍ଲୀ, ୪।୮: ରାମମନ୍ଦିରର ଭୂମି ପୂଜନ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି। ବୁଧବାର ମଧ୍ୟାହ୍ନ ୧୨ଟା ୧୫ରେ ଭୂମି ପୂଜନ କାର୍ଯ୍ୟର ଶୁଭାରମ୍ଭ...

ଆସାମରେ ଜଳ ପ୍ରଳୟ

ଗୁଆହାଟୀ, ୨୪।୬:ମେ’ ମାସରୁ ଆସାମରେ ଜାରି ରହିଥିବା ଜଳପ୍ରଳୟ ଗୁରୁବାର ଆହୁରି ଭୟଙ୍କର ହୋଇଛି। ବୁଧବାର ଆଉ ୧୨ ମୃତ୍ୟୁକୁ ମିଶାଇ ଏ ପର୍ଯ୍ୟନ୍ତ ବନ୍ୟା...

କାରଗିଲ୍‌ ଦିବସରେ ବଡ଼ ନିଷ୍ପତ୍ତି, ସେନା ପାଇଁ କିଣାଯିବ ୨୮,୭୩୨ କୋଟିର ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ, ୨୬।୭ : କାରଗିଲ୍‌ ବିଜୟ ଦିବସ ଅବସରରେ ସଶସ୍ତ୍ର ବାହିନୀର ଆଧୁନିକୀକରଣ ଦିଗରେ ପଦକ୍ଷେପ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ...

ଆମେରିକାରୁ ଆସିଲା ୩୧୮ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ,୨୬।୪: ଆମେରିକା ପଠାଇଥିବା ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ସୋମବାର ଭାରତରେ ପହଞ୍ଚିଛି। ନ୍ୟୁୟର୍କ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଏହି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର...

Advertisement
Archives

Model This Week