ମଣ୍ଡିରେ ଧାନ ରଖି ଜଗି ବସିଛନ୍ତି ଚାଷୀ

ନାଉଗଁା,୨୮ା୨ (ସ୍ବ.ପ୍ର):ଚଳିତବର୍ଷ ଖରିଫ ଧାନ ଚାଷ କରି ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ଅପରପକ୍ଷେ ଧାନ ବିକ୍ରି କରିବା ସମୟରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ମିଲରମାନେ ଠିକ୍‌ ସମୟରେ ମଣ୍ଡିରୁ ଧାନ ନେଉନାହାନ୍ତି। ଫଳରେ ଚାଷୀମାନେ ମଣ୍ଡିରେ ଧାନ ରଖି ଜଗି ରହିବାକୁ ବାଧ୍ୟ ହେଉଛନ୍ତି। ଯୋଗାଣ ବିଭାଗର ଅପାରଗତା ହେତୁ ଏଭଳି ସମସ୍ୟା ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି।
ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବା ପାଇଁ ନାଉଗଁା ବ୍ଲକରେ ମୋଟ ୭ ମଣ୍ଡି ଖୋଲାଯାଇଛି। ଏଥିମଧ୍ୟରୁ ୬ଟି ସେବା ସମବାୟ ସମିତି ଅଧୀନରେ ଖୋଲିଛି। ସେଗୁଡ଼ିକ ହେଲା ଅଲଣା, ଗଜରାଜପୁର, ନାଉଗଁା, ତିରୁଣା, ଡେରିକି ଓ ଶିଖର ଧାନମଣ୍ଡି। ବାବା ନନ୍ଦମଣି ସ୍ବୟଂ ସହାୟିକା ଗୋଷ୍ଠୀ ଅଧୀନରେ ଆଉ ଏକ ଧାନମଣ୍ଡି ଖୋଲାଯାଇଛି। ଜାନୁୟାରୀରୁ ଏହି ଧାନମଣ୍ଡିଗୁଡ଼ିକ ଖୋଲାଯାଇଥିଲେ ମଧ୍ୟ ଫେବୃୟାରୀ ୨୬ ସୁଦ୍ଧା ୪୭ ପ୍ରତିଶତ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପୋର୍ଟାଲରୁ ଜଣାପଡ଼ିଛି। ବ୍ଲକର ୭ ଧାନମଣ୍ଡିରେ ୪୪୭୪ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଥିବାବେଳେ ଅଦ୍ୟାବଧି ୨୧୦୫ ଜଣ ଚାଷୀଙ୍କଠାରୁ ମୋଟ ୭୨୦୭୭.୯୨ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଡେରିକି ଧାନ ମଣ୍ଡିରେ ୮୪୩ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ଅଦ୍ୟାବଧି ୩୮୯ଜଣ ଚାଷୀଙ୍କ ଠାରୁ ୧୦୮୯୦.୦୭ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ନାଉଗଁା ଧାନ ମଣ୍ଡିରେ ୬୨୨ଜଣ ଚାଷୀ ରହିଥିବା ବେଳେ ୩୪୫ ଜଣଙ୍କଠାରୁ ୧୨୪୮୪.୧୨ କୁଇଣ୍ଟାଲ, ଅଲଣା ଧାନମ ଣ୍ଡିରେ ୫୭୪ଜଣ ଚାଷୀ ରହିଥିବାବେଳେ ୨୩୯ଜଣ ଚାଷୀଙ୍କଠାରୁ ୧୦୩୭୭.୭୪ କୁଇଣ୍ଟାଲ ଧାନ ସଂଗ୍ରହ କରଯାଇଛି। ତିରୁଣା ଧାନମଣ୍ଡିରେ ୮୨୨ଜଣ ଚାଷୀ ରହିଥିବା ବେଳେ ୩୪୦ଜଣଙ୍କଠାରୁ ୧୧୦୫୩.୦୬ କୁଇଣ୍ଟାଲ, ଶିଖର ଧାନମଣ୍ଡିରେ ୫୩୬ଜଣ ଚାଷୀ ରହିଥିବା ବେଳେ ୨୭୭ଜଣଙ୍କଠାରୁ ୮୨୫୦.୨୪ କୁଇଣ୍ଟାଲ ଏବଂ ଗଜରାଜପୁର ଧାନମଣ୍ଡିରେ ୯୭୮ଜଣ ଚାଷୀ ରହିଥିବା ବେଳେ ୪୩୬ଜଣଙ୍କ ଠାରୁ ୧୬୧୨୬.୧୨ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ସେହିପରି ବାବା ନନ୍ଦମଣୀ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଖୋଲା ଯାଇଥିବା ଧାନମଣ୍ଡିରେ ୯୯ଜଣ ଚାଷୀ ରହିଥିବା ବେଳେ ୭୯ଜଣ ଚାଷୀଙ୍କ ଠାରୁ ୨୮୯୬.୫୭ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଅପରପକ୍ଷେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମିତି ପକ୍ଷରୁ ଚାଷୀଙ୍କ ଟୋକନ ଲାପ୍ସ ନ ହେବା ଉଦ୍ଦେଶ୍ୟରେ ଚାଷୀଙ୍କ ଆଖି ସ୍କାନ କରାଯାଇଛି। ହେଲେ ଆବଶ୍ୟକ ଠାରୁ ବହୁତ କମ୍‌ ଚାଷୀଙ୍କ ଆଖି ସ୍କାନ କରାଯାଉଛି ବୋଲି ଚାଷୀମାନେ କହିଛନ୍ତି। ଯେଉଁ ଚାଷୀ ସମିତିରେ ଆଖି ସ୍କାନ କରୁଛନ୍ତି, ସେମାନେ ମଣ୍ଡିରେ ଧାନ ଆଣି ପକାଉଛନ୍ତି। କିନ୍ତୁ ମିଲରମାନେ ଆବଶ୍ୟକ ମୁତାବକ ଗାଡି ଯୋଗାଇ ପାରୁ ନ ଥିବା ହେତୁ ଧାନ ଦିନ ଦିନ ଧରି ମଣ୍ଡିରେ ପଡ଼ିରହୁଛି। ମିଲରମାନେ ଅଧିକାଂଶ ଜିଲାର ମଣ୍ଡିରୁ ଧାନ ସଂଗ୍ରହ ପାଇଁ ଯୋଗାଣ ବିଭାଗ ସହ ଚୁକ୍ତି କରିଥିବା ହେତୁ ଟ୍ରକର ଅଭାବ ରହୁଛି। ଫଳରେ ଧାନ ସଂଗ୍ରହରେ ବିଳମ୍ବ ହେଉଛି ବୋଲି ଜଣେ ଯୋଗାଣ ବିଭାଗୀୟ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ସଂଗୃହୀତ ଧାନ ଟ୍ରକ ଅଭାବରୁ ବିଭିନ୍ନ ମଣ୍ଡି ପରିସରରେ ଖରାକାକରରେ ୧୫/୨୦ଦିନ ଧରି ପଡି ରହୁଥିବା ଜଣାପଡୁଛି। ଯେଉଁ ଚାଷୀଙ୍କର ଜରୁରୀ ଟଙ୍କାର ଆବଶ୍ୟକ ପଡୁଛି ସେମାନେ ବାଧ୍ୟ ହୋଇ ବେପାରୀମାନଙ୍କୁ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଏଆରସିଏସ୍‌ର ଅଧିକାରୀ ଶିବ ଚରଣ ମହାନ୍ତିଙ୍କୁ ପଚାରିବାରୁ ସମସ୍ତ ଚାଷୀଙ୍କର ଧାନ କ୍ରୟ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri