ଶୁଖିଲାଣି ଜଳାଶୟ, ଆଗକୁ ଜଳ ସଙ୍କଟ ଆଶଙ୍କା

ଜଗତ୍‌ସିଂହପୁର ଅଫିସ, ୨୮ା୨:ଚଳିତବର୍ଷ ଖରାଦିନେ ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ଏହା ଏବେଠାରୁ ବାରି ହେଲାଣି। ପ୍ରତିବର୍ଷ ତାପମାତ୍ରା ନିୟନ୍ତ୍ରଣ ପାଇଁ ବ୍ୟାପକ ଚାରାରୋପଣ, ଜଳାଶୟ ପୁନରୁଦ୍ଧାର ଆଦି କରାଯାଉ ବୋଲି ଦାବି ହୋଇ ଆସୁଛି । କିନ୍ତୁ ସରକାରୀସ୍ତରରେ ସେଭଳି ଆନ୍ତରିକତା ପ୍ରକାଶ ପାଏନାହିଁ। ଜଗତ୍‌ସିଂହପୁର ସହର କଥା ଦେଖିଲେ ଜଣାଯାଏ ଏକାଧିକ ଜଳାଶୟ ଥାଇ ମଧ୍ୟ ସେଥିରୁ ଅଧିକାଂଶ ପୋତି ହୋଇଗଲାଣି । ଏବେ ଯେଉଁଥିରେ ପାଣି ଅଛି, ତାହା ଆଉ କିଛି ଦିନ ପରେ ଶୁଖିଯିବ। ତା ପରେ ଗାଈ, ବଳଦ, ମଇଁଷି ଆଦି ପ୍ରାଣୀଙ୍କ ପାଇଁ ସମସ୍ୟା ବଢିଯିବ । ପ୍ରତିବର୍ଷ ପରି ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ନେଇ ପ୍ରସ୍ତୁତି ବୈଠକ ହେଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । ତେଣୁ ଜିଲା ପ୍ରଶାସନ ଏହା ଉପରେ ବିସ୍ତୃତ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ଜଗତ୍‌ସିଂହପୁର ସହର ୱାର୍ଡ ସଂଖ୍ୟା ୫ନଂ. ଅନ୍ତର୍ଗତ ମାଧପୁର ଲାଲାସାହିସ୍ଥିତ ରାଧାମାଧବଜୀଉଙ୍କ ଜଳାଶୟ ପୁନରୁଦ୍ଧାର କେବଳ ଗାର୍ଡ ୱାଲ୍‌ରେ ସୀମିତ ରହିଛି। ଦେଉଳୀ ଗ୍ରାମେଶ୍ୱର ବାରିକ ସାହି ଜଳାଶୟଟି ପୋତି ହୋଇଯିବା ସହ ପରିତ୍ୟକ୍ତ ଅବସ୍ଥାରେ ରହିଛିି । ୱାର୍ଡ ସଂଖ୍ୟା ୩ ଅନ୍ତର୍ଗତ ଗୋପାଳସାଗର ଗାଁ ଭିତରେ ଥିବା ଜଳାଶୟ ପୁନରୁଦ୍ଧାର ହେଉନାହିଁ । ୱାର୍ଡ ନଂ.୨ ଅନ୍ତର୍ଗତ ବଡ଼ବାଗ ସର୍ବାଙ୍ଗସୁନ୍ଦରୀଙ୍କ ମନ୍ଦିର ଏବଂ ମୁଚୁକୁନ୍ଦ ସୋମନାଥ ମନ୍ଦିର ନିକଟରେ ଥିବା ପୋଖରୀ ମଧ୍ୟ ପୋତି ହୋଇଗଲାଣି। ୧୮ ନଂ. ୱାର୍ଡ ବେହେରା ସାହି ପାଖ ପୋଖରୀ ଜନସାଧାରଣଙ୍କ ବହୁ କାମରେ ଲାଗେ। ଚାରିପଟେ ମଶାଣି ଅଛି। କୌଣସି ଲୋକଙ୍କ ମୃତ୍ୟୁ ହୋଇଗଲେ ଶୁଦ୍ଧିକ୍ରିୟା ଆଦି ସେଠାରେ ହୁଏ । ଏଥିରୁ ପାଣି ଶୁଖିଯିବା ଦ୍ୱାରା ଲୋକେ, ଗୃହପାଳିତ ପ୍ରାଣୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହିପରି ଜଗତ୍‌ସିଂହପୁର ସହରରେ ଏକାଧିକ ଛୋଟ, ବଡ ଜଳାଶୟ ଥିଲେ ସୁଦ୍ଧା ତାର ଆଶାଜନକ ପୁନରୁଦ୍ଧାର ହୋଇପାରୁନାହିଁ। ଅନ୍ୟପଟେ ସହରାଞ୍ଚଳ ଛାପରେ କେତେକ ବେସରକାରୀ ଜଳାଶୟରେ ଅଟ୍ଟାଳିକା ତିଆରି ଚାଲିଛି। ଏହାଦ୍ୱାରା ଜଳାଶୟଗୁଡିକର ସ୍ଥିତି ହଜିଯାଉଛି । କିନ୍ତୁ ଏବେ ଯେତୋଟି ଅଛି ତାର ପୁନରୁଦ୍ଧାର ନ ହେଲେ ଆଗକୁ ସହରରେ ଜଳ ସଙ୍କଟ ସମସ୍ୟା ଜଟିଳ ହେବା ଆଶଙ୍କା ରହିଛି ।
ଜଳାଶୟ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପଞ୍ଚାୟତଗୁଡିକରେ ମୋ ପୋଖରୀ ଯୋଜନାରେ ଟଙ୍କା ଆସୁଛି। କିନ୍ତୁ ସହରରେ ଜଳଶୟ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ସେଭଳି ପଦକ୍ଷେପ ନେଉ ନାହାନ୍ତି । ସୌଭାଗ୍ୟ ଚଳିତ ବଜେଟ୍‌ରେ ଏଥିପ୍ରତି ଅନୁଦାନ ବ୍ୟବସ୍ଥା ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ଏବଂ ଅମୃତ ମିଶନ ନିର୍ଦ୍ଦେଶକଙ୍କ ପକ୍ଷରୁ ଗତବର୍ଷ ଡିସେମ୍ବରରେ ସମସ୍ତ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍‌/ମ୍ୟୁନିସିପାଲିଟି କର୍ପୋରେଶନ କମିଶନର/ପୌର ପରିଷଦ ଓ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଚିଠି କରାଯାଇଛି। ଏଥିରେ ଉଲ୍ଲେଖ ଅଛି ସହରାଞ୍ଚଳରେ ଥିବା ଜଳାଶୟଗୁଡ଼ିକର ପରିବେଶ ଓ ପୁନରୁଦ୍ଧାର ପାଇଁ ବିଭାଗ ପଦକ୍ଷେପ ନେବାକୁ ଯାଉଛି । ବିଶେଷକରି ଭୂତଳ ଜଳସ୍ତର ରିଚାର୍ଜ ସହ ପରିବେଶଗତ ସୁରକ୍ଷା ଓ ମନୋରଞ୍ଜନ ପାଇଁ ସୁସ୍ଥ ପରିବେଶ ସୃଷ୍ଟି କରାଯିବ। ପରିଷଦ ଆଦିକୁ କାର୍ଯ୍ୟରେ ସହଯୋଗ ପାଇଁ ଜଳାଶୟ ପୁନରୁଦ୍ଧାର ୟୁନିଟ୍‌ (ଡବ୍ଲ୍ୟୁଆର୍‌ୟୁ) ଗଠନ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟର ଉପଲବ୍ଧ ସମସ୍ତ ଜଳାଶୟର ମ୍ୟାପ କରି ତାର ପୁନରୁଦ୍ଧାର ପାଇଁ ଚିନ୍ତା କରାଯିବ । ତେବେ କ୍ଲଷ୍ଟର ଅନୁଯାୟୀ ତାଲିମ କାର୍ଯ୍ୟକ୍ରମ ୨ ମାସ ଭିତରେ ହେବ । ପୌର ପରିଷଦଗୁଡିକ ନିଜ କାର୍ଯ୍ୟାଳୟରେ ଜଳାଶୟ କ୍ୟାମ୍ପେନ ନାମରେ କମିଟି ବାଛିବ । ଏହାର କାମ ହେଲା ତଥ୍ୟ ଏବଂ ପ୍ରାଥମିକ ଆବଶ୍ୟକତା ଯଥା ଇନଲେଟ୍‌ ଏବଂ ଆଉଟଲେଟ୍‌ ଚିହ୍ନଟ ସହ ଡ୍ରୋନ ସର୍ଭେ ଆଦିରେ ସହଯୋଗ କରିବା । ଏହାର ନୋଡାଲ ଅଫିସରଙ୍କ ଯୋଗାଯୋଗ ନମ୍ବର ସ୍ବତନ୍ତ୍ର ସଚିବ ଏବଂ ଅମୃତ ମିଶନ ଡାଇରେକ୍ଟରଙ୍କୁ ପ୍ରେରଣ କରାଯିବ। ତେବେ ଏହା ଭିତରେ ଅନେକ କିଛି ଅଗ୍ରଗତି ହୋଇଥିବା ଜଣାଯାଇଛି। ମଙ୍ଗଳବାରଠାରୁ ଭୁବନେଶ୍ୱରରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଜଗତ୍‌ସିଂହପୁର ପୌର ପରିଷଦ ସମେତ ଅନ୍ୟ ୧୧୪ଟି ୟୁଏଲ୍‌ବିର କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

୫ ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତାବ

କନ୍ଦରପୁର-ମାଛଗାଁ ରାସ୍ତା ପାର୍ଶ୍ୱ ଗୋପାଳସାଗରଠାରେ ପାଖାପାଖି ୪୦ ଡେସିମିଲ ଜମିରେ ଥିବା ବଡ ଜଳାଶୟଟି ଭଲ ସ୍ଥିତିରେ ରହିଛି । ଏହି ଜଳାଶୟଟି ଗୋପାଳଜୀଉଙ୍କ ନାମରେ ଥିଲେ ସୁଦ୍ଧା ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ଉନ୍ନତୀକରଣ ପାଇଁ ଅତୀତରେ ୧୩ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଜଳାଶୟ ଚାରିପଟେ ଗାର୍ଡ ୱାଲ, ଲାଇଟ୍‌ ପୋଷ୍ଟ ଓ ଚାରାରୋପଣ ଆଦି କରାଯିବା ପାଇଁ ଟେଣ୍ଡର ହୋଇଥିଲା । ଏହାପରେ ଏହି ପୋଖରୀର ପୁନରୁଦ୍ଧାର ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ପାଇଁ ୫ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି। ଏହା ବିଭାଗୀୟ ଅନୁମୋଦନ ପାଇଲେ ସହରବାସୀଙ୍କ ପାଇଁ ମନୋରଞ୍ଜନର ଏକ ପ୍ରମୁଖ ସ୍ଥାନ ପାଲଟିବ । ଏହା ପାର୍ଶ୍ୱରେ ପାଇଖାନା, ପାଦଚଲା ରାସ୍ତା ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟ ହେବ। ଏହାବାଦ୍‌ ଆଉ ୫ଟି ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତାବ ରହିଛି। ସେଗୁଡିକ ମଧ୍ୟରୁ ସିପି ମକୁନ୍ଦପୁରସ୍ଥିତ ବିଧେଇପୋଖରୀ ଅନ୍ୟତମ। ଏହି ପୋଖରୀ ଜବରଦଖଲ ଥିଲେ ସୁଦ୍ଧା କେତେକାଂଶ ମୁକ୍ତ କରାଗଲାଣି। ପୋଖରୀର କିଛି ଅଂଶ ୬ ଲକ୍ଷ ଟଙ୍କା ବ୍ୟୟରେ ଗାର୍ଡ ଓ୍ବାଲ୍‌ କରାଯାଇଛି । ସେହିପରି ଖେରସସ୍ଥିତ କନିୟର ପୋଖରୀ ମୃତପ୍ରାୟ ରହିଛି । ତେବେ ଏହି ପୋଖରୀ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ନିକଟରୁ ୨ କୋଟି ଟଙ୍କାର ପ୍ରସ୍ତାବ ଯାଇଥିଲେ ସୁଦ୍ଧା ଅନୁମୋଦନ ହୋଇପାରିନାହିଁ । ଅନୁଦାନ ଆସିଲେ ପୋଖରୀ ଖୋଳାଯିବା ସହ ସେଥିରେ ବୋଟିଂ ସୁବିଧା ଓ ପାର୍କ ଆଦି କରାଯିବ । ଓହଳ ନୂଆବାଗ ଭୋଇସାହି ପାର୍ଶ୍ୱରେ ଥିବା ରାଧାମାଧବଜୀଉ ଓ ଦେଉଳୀ ଗ୍ରାମେଶ୍ୱର ରାଢିଆଣୀ ମନ୍ଦିର ନିକଟ ଜଳାଶୟ (ଘୋଷ ପୋଖରୀ)ଟିର ପୁନରୁଦ୍ଧାର ପାଇଁ ଚିନ୍ତା କରାଯାଉଛି । ଏହି ସୂଚନା ଦେଇଛନ୍ତି ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ । ସେ ଏକଥା ମଧ୍ୟ କହିଛନ୍ତି ମଙ୍ଗଳବାରଠାରୁ ହେବାକୁ ଥିବା ତାଲିମ କାର୍ଯ୍ୟକ୍ରମରେ ଏହି ପ୍ରସ୍ତାବଗୁଡିକ ଉପରେ ମୋହର ବାଜିବାର ଯଥେଷ୍ଟ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri