ତିନିଜଣଙ୍କୁ ବିବାହ ସତ୍ତ୍ୱେ ଏକାକୀ ଜୀବନ ବିତାଉଛନ୍ତି ଏହି ପ୍ରସିଦ୍ଧ ଗାୟକ

ଲେଖକ, ଗାୟକ ତଥା ସଙ୍ଗୀତକାର ଲକି ଅଲ୍ଲୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ‘ହେ ସନମ’ ଗୀତ ଗାଇଥିବା ନଜର ଆସିଛନ୍ତି। ହାସ୍ୟ ଅଭିନେତା ମହମୁଦ୍‌ ଅଲ୍ଲୀଙ୍କ ପୁଅ ଲକି ତିନି ଜଣଙ୍କୁ ବିବାହ କରିଥିଲେ ମଧ୍ୟ ଆଜି ଏକାକୀ ଜୀବନ ବିତାଉଛନ୍ତି।

ଲକି ୧୯୫୮ ସେପ୍ଟେମ୍ବର ୧୯ ରେ ଜନ୍ମଗ୍ରହଣ କରିଥିଲେ। କୁହାଯାଏ ଯେ ପିତା ମହମୁଦଙ୍କ ସହ ତାଙ୍କର ସମ୍ପର୍କ ବିଶେଷ ଭଲ ନ ଥିଲା। ୧୯୯୬ ରେ ଲକିଙ୍କ ଡେବ୍ୟୁ ଆଲବମ ‘ସୁନୋ’ ମୁକ୍ତିଲାଭ କରିଥିଲା। ଲୋକେ ଏହି ଆଲବମକୁ ବହୁତ ପସନ୍ଦ କରିଥିଲେ। ଏଥିରେ ଅଭିନୟ କରିଥିବା ଅଭିନେତ୍ରୀ ମେଘ୍ନା ଜେନ ମକ୍କାଲାରିଙ୍କୁ ଲକି ପ୍ରଥମ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ କିଛି ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ।

ଲକି କିଛି ବର୍ଷ ଏକୁଟିଆ ରହିବା ପରେ ପୂନର୍ବାର ଜଣେ ପାରସ ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ସେ ଇନାୟା ନାମକ ଏହି ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ପରେ ସେ ଇନାୟାଙ୍କୁ ଛାଡପତ୍ର ଦେଇଥିଲେ।

୨୦୧୦ରେ, ଲକି ବ୍ରିଟିଶର ବ୍ୟୁଟି କୁଇନ୍‌ କେଟ୍‌ ଏଲିଜାବେଥଙ୍କୁ ଭେଟିଥିଲେ। ଦୁହିଁଙ୍କ ପ୍ରେମ ବିବାହ ପର୍ଯ୍ୟନ୍ତ ପହଞ୍ଚିଲା। ଲକିଙ୍କ ସହିତ ବିବାହ ପରେ, କେଟ୍‌ ତାଙ୍କ ନାମ ଆୟେଶା ଅଲ୍ଲୀକୁ ପରିବର୍ତ୍ତନ କରିଥିଲେ। ମାତ୍ର ପରେ ସମ୍ପକ ଭାଙ୍ଗି ଯାଇଥିଲା।

୬୨ ବର୍ଷ ବୟସରେ, ଲକି ବର୍ତ୍ତମାନ ଏକାକୀ ଅଛନ୍ତି। ଏବେ ସେ ବାଙ୍ଗାଲୋରରେ ସମୟ ବିତାଉଛନ୍ତି। ତାଙ୍କ ସହିତ ତାଙ୍କ ପିଲାମାନେ ମଧ୍ୟ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୀନାଙ୍କୁ ବିବାହ ଦିନ ଏପରି ପଦକ୍ଷେପ ନେଇଥିଲେ ସୈଫ୍‌

କରୋନା କାରଣରୁ ବଲିଉଡ୍‌ କଳାକାରମାନେ ଏବେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ...

ଏହିସବୁ ବଲିଉଡ୍‌ ସେଲିବ୍ରିଟିଙ୍କ ପାଖରେ ଅଛି ନିଜର ବିମାନ

ସାଧାରଣତଃ ବଲିଉଡ ସେଲିବ୍ରିଟିମାନେ ବିଳାଶପୂର୍ଣ୍ଣ ଜୀବନଯାପନ କରନ୍ତି। ସେମାନଙ୍କ ପାଖରେ କେବଳ କୋଟି କୋଟି ଟଙ୍କାର କାର୍‌ ନାହିଁ, ନିଜଶ୍ୱ ବିମାନ ମଧ୍ୟ ଅଛି। ଜାଣନ୍ତୁ...

ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ଝିଅର ଫଟୋ ଶେୟାର କଲେ ଅନୁଷ୍କା, ଲେଖିଲେ ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ୧୧ ଜାନୁୟାରୀ ୨୦୨୧ରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ବର୍ତ୍ତମାନ ଅନୁଷ୍କା...

ପ୍ରସିଦ୍ଧ ବ୍ରିଟିଶ ଲେଖକଙ୍କ ପରଲୋକ

ଲଣ୍ଡନ,୧୬।୮:ପ୍ରସିଦ୍ଧ ବ୍ରିଟିଶ ଲେଖକ ତଥା ଖବରଦାତା ନିକୋଲାସ ଇଭାନ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ନିକୋଲାସ ଇଭାନ୍ସ ଅନେକ...

ଇମ୍ରାନଙ୍କୁ ଏହି ଜିନିଷ ଧରି ପିଟନ୍ତି ସ୍ତ୍ରୀ

ସିରିଏଲ କିସର ନାମରେ ଜଣାଶୁଣା ଅଭିନେତା ଇମ୍ରାନ ହାଶମୀ ଆଜି ୪୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଇମ୍ରାନ ୨୪ ମାର୍ଚ୍ଚ ୧୯୭୯ରେ ମୁମ୍ବାଇରେ ଜନ୍ମଗ୍ରହଣ...

ବାବା କି ଢାବାରେ ପହଞ୍ଚିଲେ ବଲିଉଡ୍‌ ଷ୍ଟାର୍‌

ଗତ କିଛିଦିନ ହେବ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ‘ବାବା କା ଢାବା’। ସୋସିଆଲ ମିଡିଆରେ ‘ବାବା କି ଢାବା’କୁ ନେଇ ଚର୍ଚ୍ଚା ହେବା...

ବିମାନ ଦୁର୍ଘଟଣାରେ ଆଖି ବୁଜିଲେ ଟାର୍‌ଜନ ଅଭିନେତା

ବମ୍ବେ: ପରଲୋକରେ ଅଭିନେତା ଜୋ ଲାରା। ଏକ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ୫୮ ବର୍ଷୀୟ ଜୋ ବିମାନରେ ସ୍ତ୍ରୀ ଏବଂ ପାଞ୍ଚଜଣ ଅନ୍ୟ...

‘ଅନିଲଙ୍କ ସହ କାମ କରିବା ବେଳେ ନର୍ଭସ ଥିଲି’

ମୁମ୍ବାଇ: ଜୁନ୍‌ ୨୪ରେ ପ୍ରେକ୍ଷାଳୟରେ ‘ଜୁଗ୍‌ ଜୁଗ୍‌ ଜିଓ’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ବରୁଣ ଧାଓ୍ବନ, କିଆରା ଆଡଭାନୀ, ଅନିଲ କପୁର ଏବଂ ନୀତୁ...

Advertisement
Archives

Model This Week