ପ୍ରଥମ ସ୍ତ୍ରୀଙ୍କୁ ଚିହ୍ନିବାକୁ ବି ମନା କରିନେଇଥିଲେ ଏହି ପ୍ରସିଦ୍ଧ ଗାୟକ, ଲୁଚିଛପି କରିଥିଲେ ଦ୍ୱିତୀୟ ବିବାହ

ଗାୟକ ଉଦିତ ନାରାୟଣ ୯୦ ଦଶକରୁ ଶହ ଶହ ସୁପରହିଟ ଗୀତ ଗାଇ ବଲିଉଡରେ ନିଜର ସ୍ବରର ଯାଦୁ ଦେଖାଇ ଚାଲିଛନ୍ତି॥ ହିନ୍ଦୀ ବ୍ୟତୀତ ସେ ତାମିଲ, ମାଲାୟାଲମ, କନ୍ନଡ, ଭୋଜପୁରୀ ଏବଂ ବଙ୍ଗଳା ଭାଷାରେ ଗୀତ ଗାଇଛନ୍ତି। ଚାରିଥର ଜାତୀୟ ପୁରସ୍କାର ଜିତିଥିବା ଉଦିତ ନାରାୟଣଙ୍କ ଜନ୍ମ ୧୯୫୫ ଡିସେମ୍ବର ୧ରେ ହୋଇଥିଲା। ଖୁବ କମ ଲୋକ ଜାଣନ୍ତି ଯେ ଉଦିତ ନାରାୟଣ ଦୁଇଟି ବିବାହ କରିଛନ୍ତି। ସେ ନିଜେ ଏହି କଥାକୁ ବର୍ଷ ବର୍ଷ ଧରି ଲୁଚାଇ ରଖିଥିଲେ। ଉଦିତ ନାରାୟଣଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଉଦିତ ନାରାୟଣ ଝା। ସେ ବିହାରର ସୁପାଲ ଜିଲାରେ ଜନ୍ମଗ୍ରହଣ କରିଥିଲେ। ନେପାଳ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ସେ ହିନ୍ଦୀ ନୁହେଁ, ଏକ ନେପାଳୀ ଚଳଚ୍ଚିତ୍ରରୁ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରର ନାମ ଥିଲା ‘ସିନ୍ଦୁର’। ପ୍ରାୟ ୧୦ ବର୍ଷର ସଂଘର୍ଷ ପରେ ଉଦିତ ନାରାୟଣ ପ୍ରଥମ ସୁପରହିଟ ଗୀତ ଦେଇଥିଲେ, ଯାହା ତାଙ୍କ ଭାଗ୍ୟକୁ ବଦଳାଇ ଦେଇଥିଲା। ଏହି ଗୀତଟି ‘କୟାମତ ସେ କୟାମତ ତକ’ ଫିଲ୍ମର ଗୀତ ’ପାପା କେହତେ ହେଁ ବଡା ନାମ କରେଗା’ର ଥିଲା। ଏହି ଗୀତଟି ଆମୀର ଖାନଙ୍କ ଉପରେ ଶୁଟିଂ କରାଯାଇଥିଲା। ଏହି ଗୀତ ପରେ ଉଦିତ ନାରାୟଣଙ୍କୁ ଅନେକ ଅଫର ମିଳିଥିଲ।
୨୦୦୬ରେ, ରଞ୍ଜନା ନାରାୟଣ ଦାବି କରିଥିଲେ ଯେ ଉଦିତ ନାରାୟଣ ତାଙ୍କ ସ୍ବାମୀ। କିନ୍ତୁ ଉଦିତ ଏହାକୁ ଅସ୍ବୀକାର କରିବାକୁ ଲାଗିଲେ। ଏହା ପରେ ରଞ୍ଜନା କୋର୍ଟ ଯାଇଥିଲେ ଏବଂ ଫଟୋ ଏବଂ ଡକ୍ୟୁମେଣ୍ଟ ଦେଖାଇବା ପରେ ଉଦିତ ବିବାହ କରିଥିବା କଥା ସ୍ବୀକାର କରିଥିଲେ। ଏହା ପରେ ଉଭୟଙ୍କୁ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବିବାହ ସତ୍ତ୍ୱେ ଉଦିତ ନାରାୟଣ୧୯୮୫ ମସିହାରେ ଦୀପା ନାରାୟଣଙ୍କୁ ବିବାହ କରିଥିଲେ। ଦୀପାଙ୍କର ଆଦିତ୍ୟ ନାରାୟଣଙ୍କ ନାମରେ ଏକ ପୁତ୍ର ଅଛି। ଆଦିତ୍ୟ ମଧ୍ୟ ତାଙ୍କ ପିତାଙ୍କ ପରି ଜଣେ ଗାୟକ ଏବଂ ଅଭିନେତା।ସେ ପିତାଙ୍କ ଜନ୍ମଦିନରେ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri