ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ହିଞ୍ଜିଳିକାଟୁ,୧୯।୧୨( ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ପାରିବାରିକ କଳହରୁ ସୋମବାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଜଣକ ହେଲେ ସୁଦଷ୍ଣା ପରିଡ଼ା (୨୪ ବର୍ଷ)। ଗୁରୁତର ଅବସ୍ଥାରେ ଶାଶୁଘର ଲୋକେ ତାଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଛନ୍ତି। ହେଲେ ମୃତ ମହିଳାଙ୍କ ମା’ ବାସନ୍ତୀ ପରିଡା ତାଙ୍କ ଝିଅ ସୁଦଷ୍ଣାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଇ ହତ୍ୟା କରାଇଥିବା ନେଇ ସୋମବାର ସାରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ଥାନାରେ ନଂ ୭୧୧/୨୨ରେ ମାମଲା ରୁଜୁ ହୋଇଛି। ମୃତଦେହକୁ ପୋଲିସ ଜବତ କରିବା ସହ ମଙ୍ଗଳବାର ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ଜଣାପଡିଛି। ତେବେ ମୃତ ମହିଳାଙ୍କ ସ୍ବାମୀ ଅମର ପରିଡାଙ୍କୁ ଥାନାରେ ଅଟକ ରଖିଛି। ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଫୁଟ୍‌ ଉପରକୁ ଉଠିଲା ସର୍ପେଶ୍ୱର ମନ୍ଦିର

କଟକ ଅଫିସ,୧୮ା୧୨: କଟକ ଫ୍ରେଣ୍ଡସ୍‌ କଲୋନୀରେ ଥିବା ପ୍ରାୟ ୫୦ ବର୍ଷର ପ୍ରାଚୀନ ସର୍ପେଶ୍ୱର ଶିବ ମନ୍ଦିରକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ଭୂମିଠାରୁ ୪ ଫୁଟ୍‌...

କଟକରେ ବଢ଼ୁଛି କରୋନା କାୟା: ଚିହ୍ନଟ ହେଲେ ନୂଆ ୧୧ ଆକ୍ରାନ୍ତ

କଟକ ଅଫିସ,୯।୭: କଟକ ସହରରେ ଶୁକ୍ରବାର ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ କେସ୍‌, ୪ ହୋମ୍‌...

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତି ଆୟୋଗ ଟିମ୍‌

ପୁରୀ ଅଫିସ, ୧୬।୧୨(ଡି.ଏନ୍‌.ଏ.): ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ତାଙ୍କ ଟିମ ଗୁରୁବାର ପୁରୀ ଯାଇ...

ଭାଜପା ଦଖଲରେ ପରଜଙ୍ଗ

ପରଜଙ୍ଗ, ୧୩।୩(ଡି.ଏନ୍‌.ଏ.): ଦୀର୍ଘ ୨୦ବର୍ଷ ପରେ ବଦଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ପଞ୍ଚାୟତ ସମିତିର ରାଜନୈତିକ ସମୀକରଣ। ବିଜେଡି ଗଡ଼ ଭାବେ ପରିଚିତ ଏହି ବ୍ଲକର ସମିତି...

ଓଭରଟେକ୍‌ କରିବା ବେଳେ ଓଲଟିଲା ‘ଅଭିରାଜ’ ବସ୍‌: ହେଲ୍‌ପର ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

କୁଆଁରମୁଣ୍ଡା,୩।୩(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ଲାସେ ଗଡାଣି ନିକଟରେ ମଙ୍ଗଳବାର ଅପରାହ୍ନ ୩ଟା ୩୫ ରେ ‘ଅଭିରାଜ’ ନାମକ...

ବଦନାମ କରୁଛି ବନ ବିଭାଗ

ଅନୁଗୋଳ ଅଫିସ, ୩୦।୬: ସାତକୋଶିଆରେ ବଢ଼ିପାରିଲାନି ବାଘ ସଂଖ୍ୟା। ମହାବଳ ମହାବୀରକୁ ଫାଶରେ ପକାଇ ସରକାରଙ୍କ ବ୍ୟାଘ୍ର ବଂଶବୃଦ୍ଧି ଯୋଜନାକୁ ଫେଲ୍‌ କରିଦେଲେ ଶିକାରୀ। ପାଣିରେ...

୮ ମଧ୍ୟରୁ ୭ ନିର୍ଦ୍ୱନ୍ଦ୍ୱ

ଅନୁଗୋଳ ଅଫିସ, ୨୪।୩: ଅନୁଗୋଳ ଜିଲାରେ ବୁଧବାର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି। ମୋଟ ୮ ବ୍ଲକ ମଧ୍ୟରୁ କେବଳ କଣିହଁାକୁ ବାଦ୍‌ ଦେଲେ...

୨ ଟ୍ରକ୍‌ ମୁହାଁମୁହିଁ: ୧ ମୃତ, ୪ ଆହତ

ସମ୍ବଲପୁର, ୧୯।୮(ବ୍ୟୁରୋ): ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ସୋମବାର ସକାଳେ ୨ଟି ଟ୍ରକ୍‌ ମୁହାଁମୁହିଁ...

Advertisement
Archives

Model This Week