Posted inଜାତୀୟ

ମୋଦି ସରକାରଙ୍କ ପତନ ଖୁବ୍‌ଶୀଘ୍ର

କୋଲକାତା,୨୨ା୭:ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଳ୍ପାୟୁ। ସଂଖ୍ୟାବଳ ନ ଥାଇ ଏଣୁତେଣୁ କରି କ୍ଷମତାସୀନ ହୋଇଥିବା ଏହି ସରକାର ଖୁବ୍‌ଶୀଘ୍ର ଭାଙ୍ଗିଯିବ ବୋଲି ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭବିଷ୍ୟବାଣୀ କରିଛନ୍ତି।
କୋଲକାତାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ବାର୍ଷିକ ଶହୀଦ ଦିବସ ପାଳନ ଅବସରରେ ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଟିଏମ୍‌ସି ସୁପ୍ରିମୋ ମମତା ରାଲିକୁ ସମ୍ବୋଧିତ କରି କହିଥିଲେ, କେନ୍ଦ୍ରର ଏନ୍‌ଡିଏ ସରକାର କ୍ଷମତାରେ ଅଧିକ ଦିନ ରହିପାରିବ ନାହିଁ। ଭାଜପା ଏବଂ ଏହାର କୁଶାସନକୁ ହଟାଇବା ପାଇଁ ଅଖିଳେଶଙ୍କ ସମେତ ଇଣ୍ଡିଆ ବ୍ଲକ୍‌ର ସମଭାବାପନ୍ନ ଦଳଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବେ। ଭାଜପାର ସଂଖ୍ୟାବଳ ନାହିଁ। କିନ୍ତୁ ଅନ୍ୟ ଛୋଟ ଦଳଗୁଡ଼ିକର ଏମ୍‌ପିମାନଙ୍କୁ କିଣାକିଣି କରି ସରକାର ଗଢ଼ିଛି। ଅଖିଳେଶ ଯେଉଁ ଖେଳ କରିଥିଲେ, ସେଥିରେ ୟୁପିରେ ଯୋଗୀ ସରକାର ଇସ୍ତଫା ଦେବାକୁ ବାଧ୍ୟ ହୋଇଥାନ୍ତେ। କିନ୍ତୁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରି ଏହି ନିର୍ଲଜ୍ଜ ସରକାର ତିଷ୍ଠି ରହିଛି ବୋଲି ମମତା ସମାଲୋଚନା କରିଛନ୍ତି।
ଏସ୍‌ପି ମୁଖ୍ୟ ଅଖିଳେଶ କହିଛନ୍ତି, ୟେ ଦିଲ୍ଲୀ ସରକାର ଚାଲିବ ନାହିଁ। ଖୁବ୍‌ଶୀଘ୍ର ଏହାର ପତନ ଘଟିବ। ଲୋକଙ୍କ କଥା ଆଦୌ ବୁଝୁ ନ ଥିବା ସରକାର ଭାଙ୍ଗିଗଲେ ଜନସାଧାରଣ ଖୁସି ହେବେ। ନକାରାତ୍ମକ ଓ ସାମ୍ପ୍ରଦାୟିକ ରାଜନୀତିରେ ବିଶ୍ୱାସ କରୁଥିବା ଭାଜପାକୁ ହଟାଇବା ଏବଂ ସମ୍ବିଧାନର ସୁରକ୍ଷା ପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ମମତା ବିଭାଜନବାଦୀ ରାଜନୀତିକୁ ପରାଜିତ କରିଥିବାବେଳେ ତାଙ୍କ ସହ ଉତ୍ତରପ୍ରଦେଶ ମଧ୍ୟ ଲଢ଼େଇରେ ସାମିଲ ହୋଇଛି। କେନ୍ଦ୍ରୀୟ ଏଜେନ୍ସି ଓ ନିର୍ବାଚନ କମିଶନଙ୍କ ଦୁରୁପଯୋଗ ଆଉ ଚାଲିବ ନାହଁି। ମୋଦି ସରକାର ଯେକୌଣସି ସମୟରେ ଭାଙ୍ଗିଯିବ ବୋଲି ଅଖିଳେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri