Posted inଜାତୀୟ

ଆଜିଠୁ ବଜେଟ ଅଧିବେଶନ: ଏନ୍‌ଇଇଟିି, ଦରଦାମ୍‌ ବୃଦ୍ଧି ପ୍ରସଙ୍ଗ ଉଠାଇବେ ବିରୋଧୀ

ନୂଆଦିଲ୍ଲୀ,୨୨ା୭: ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାର ଆରମ୍ଭ ହେବ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିବ। ଏହା ଭିତରେ କେନ୍ଦ୍ର ସରକାର ୬ଟି ବିଲ୍‌ ଆଗତ କରିବେ। ସେଗୁଡ଼ିକ ମଧ୍ୟରେ ରହିଛି ୯୦ ବର୍ଷ ପୁରୁଣା ଏୟାରକ୍ରାଫ୍ଟ ଆଇନ ବଦଳାଇବା ଏବଂ କେନ୍ଦ୍ରୀୟ ଶାସନ ଚାଲିଥିବା ଜମ୍ମୁ-କଶ୍ମୀର ବଜେଟକୁ ସ୍ବୀକୃତି ସମ୍ପର୍କିତ ବିଲ୍‌। ତେବେ ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ପ୍ରଘଟ, ବୋଲ୍‌ବମ୍‌ ଯାତ୍ରାବେଳେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କ ବିବାଦୀୟ ସାଇନ୍‌ବୋର୍ଡ ନିର୍ଦ୍ଦେଶନାମା ଭଳି ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ଥିବାରୁ ଏଥର ବଜେଟ ଅଧିବେଶନରେ ଅଧିକ ହଟ୍ଟଗୋଳ ଦେଖିବାକୁ ମିଳିପାରେ। ଏହାକୁ ଦୃଷ୍ଟିରେ ରଖି ସରକାର ସୁରୁଖୁରୁରେ ସଂସଦ ଚଳାଇବା ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ି ରବିବାର ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀ ଦଳଗୁଡ଼ିକ ଏହି ୨ ପ୍ରସଙ୍ଗରେ ବିତର୍କ କରାଇବା ପାଇଁ ଦାବି କରିଛନ୍ତି।

କଂଗ୍ରେସ ଲୋକ ସଭା ଉପବାଚସ୍ପତି ପଦ ପାଇଁ ନିର୍ବାଚନ କରାଇବାକୁ ଦାବି କରିଛି। ଅନ୍ୟପକ୍ଷେ ବୈଠକରେ ସାମିଲ ହୋଇଥିବା ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ), ଜଗନ୍‌ମୋହନ୍‌ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ସିପି ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡି) ସଦସ୍ୟମାନେ ଯଥାକ୍ରମେ ବିହାର, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଲାଭ କରି ନ ଥିବାରୁ ଜେଡିୟୁ, ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ସମେତ ଛୋଟ ଦଳଗୁଡ଼ିକର ସମର୍ଥନରେ କେନ୍ଦ୍ରରେ ମେଣ୍ଟ ସରକାର ଗଢ଼ିଛି। ଏଥର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ପୂର୍ବାପେକ୍ଷା ଦୁର୍ବଳ ସ୍ଥିତିରେ ରହିଛି। ମୋଦି ୩.୦ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ପାର୍ଲାମେଣ୍ଟରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବାକୁ ଯାଉଛି।

ସୋମବାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବା ପରେ ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୪-୨୫ ଆର୍ଥିକ ବର୍ଷ (ଏପ୍ରିଲ ୨୦୨୪ରୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ) ପାଇଁ ପୂର୍ଣ୍ଣାଙ୍ଗ ଆର୍ଥିକ ବଜେଟ ଉପସ୍ଥାପନ କରିବେ। ୩ ସପ୍ତାହ ଧରି ଚାଲିବାକୁ ଥିବା ଉକ୍ତ ଅଧିବେଶନରେ ବିରୋଧୀ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ସରକାର ରବିବାର ସର୍ବଦଳୀୟ ବୈଠକ ଡାକିଥିଲେ। ନିକଟରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରାଖଣ୍ଡର ପୁଷ୍କର ସିଂ ଧାମି ସରକାର ବୋଲ୍‌ବମ୍‌ ଯାତ୍ରୀଙ୍କ ପଥରେ ପଡ଼ୁଥିବା ସମସ୍ତ ଦୋକାନର ସାଇନ୍‌ବୋର୍ଡରେ ମାଲିକଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ଉଲ୍ଲେଖ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିରୋଧୀ ଦଳଗୁଡ଼ିକ ଏହି ‘ବିଭାଜନବାଦୀ ନିର୍ଦ୍ଦେଶନାମା’ ପ୍ରସଙ୍ଗ ଉଠାଇ ଏହା ଉପରେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଛନ୍ତି।

ଏନ୍‌ଡିଏ ଅଂଶୀଦାର ଜେଡିୟୁ ବିହାରକୁ ଏବଂ ଭାଜପାର ଭିତିରି ସହଯୋଗୀ ଭାବେ ଜଣାଶୁଣା ଓ୍ବାଇଏସ୍‌ଆର୍‌ସିପି ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ନିମନ୍ତେ ଦାବି କରିଛନ୍ତି। ସେହିପରି ବିଜେଡି ଓଡ଼ିଶାକୁ ସ୍ପେଶାଲ କାଟାଗୋରି ଷ୍ଟାଟସ୍‌ ପ୍ରଦାନ ପାଇଁ ବୈଠକରେ ଦାବି ଜଣାଇଛି। ବିଜେଡିର ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶା ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସୁଥିଲେ ମଧ୍ୟ ମାନ୍ୟତା ପାଇବାରୁ ବଞ୍ଚତ୍ତ ହୋଇଛି। ବିହାର ଓ ଆନ୍ଧ୍ରର ଏଭଳି ଦାବି ସହ ଆମେ ସ୍ବର ମିଳାଇ ଅନୁରୂପ ଦାବି କରିଛୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏନ୍‌ଡିଏର ଅନ୍ୟତମ ସହଯୋଗୀ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମଧ୍ୟ ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି କରିଛନ୍ତି। ତେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଏହି ପ୍ରସଙ୍ଗରେ ନୀରବ ରହିବା ବିସ୍ମିତ କରିଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ ଏକ୍ସ’ରେ ଉଲ୍ଲେଖ କରିଛନ୍ତି।

ଅଷ୍ଟାଦଶ ଲୋକ ସଭାର ପ୍ରଥମ ଅଧିବେଶନରେ ବିରୋଧୀ ଦଳଗୁଡ଼ିକ ଏନ୍‌ଇଇଟି ପରୀକ୍ଷାରେ ଦୁର୍ନୀତି ଓ ପ୍ରଶ୍ନପତ୍ର ଲିକ୍‌, ଟ୍ରେନ୍‌ ଦୁର୍ଘଟଣା, ଦରଦାମ ବୃଦ୍ଧି, ବେରୋଜଗାରି ସମେତ ମଣିପୁର ସଙ୍କଟ ପ୍ରସଙ୍ଗ ଉଠାଇବା ପାଇଁ ସୁଯୋଗ ପାଇ ନ ଥିବା ଦର୍ଶାଇ ବଜେଟ ଅଧିବେଶନରେ ଏହା ଉପରେ ବିତର୍କ ଦାବି କରିଛନ୍ତି। ଲୋକ ସଭାର ବିରୋଧୀ ଦଳ (କଂଗ୍ରେସ) ଉପନେତା ଗୌରବ ଗୋଗୋଇ କହିଛନ୍ତି, ସରକାର ଉପବାଚସ୍ପତି ପଦ ବିରୋଧୀଙ୍କୁ ଛାଡ଼ିଦେବା ଉଚିତ। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ସଞ୍ଜୟ ସିଂ ବିରୋଧୀ ଦଳଗୁଡ଼ିକର ନେତାମାନଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ପ୍ରସଙ୍ଗ ଉଠାଇଥିବାବେଳେ ଦ୍ରାବିଡ ମୁନେତ୍ରା କାଝାଗାମ (ଡିଏମ୍‌କେ)ର ଟି.ଆର୍‌. ବାଲୁ ବିରୋଧୀ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଅନୁଦାନ ଦିଆ ନ ଯିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, କଂଗ୍ରେସର କେ. ସୁରେଶ, ଜେଡିୟୁର ସଞ୍ଜୟ ଝା, ଏନ୍‌ସିପିର ପ୍ରଫୁଲ ପଟେଲ ଏବଂ ଆର୍‌ଜେଡିର ଅଭୟ କୁଶଓ୍ବାହ ମଧ୍ୟ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?