ଆଖି ବୁଜିଲା ‘ହିରୋ’

ଢେଙ୍କାନାଳ ଅଫିସ,୧୪।୫
କରୋନା ମହାମାରୀ ସମୟରେ ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନରୁ ଆସିଛି ଦୁଃଖଦ ଖବର। ଏଠାକାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ପରିସରରେ ରହୁଥିବା ଅଣ୍ଡିରା ହାତୀ ହିରୋର ହଠାତ୍‌ ମୃତ୍ୟୁ ଘଟିଛି। ପେଟରେ ଟ୍ୟୁମର, ବ୍ରେନ୍‌ ହାମରେଜ୍‌ କିମ୍ବା ହୃଦ୍‌ଘାତରେ ଏହାର ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରାଯାଉଛି। ସୁସ୍ଥ ଅବସ୍ଥାରେ ଥିବା ବେଳେ ହିରୋର ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ ନା ନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ରେସ୍‌କ୍ୟୁ ସେଣ୍ଟରରେ ଥିବା ଅନ୍ୟ ୪ ହାତୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିଛି।
ସମ୍ବଲପୁର ଜିଲା ବାମରା ସଂରକ୍ଷିତ ଜଙ୍ଗଲରୁ ୨୦୧୮ରେ ଉଦ୍ଧାର ହୋଇ ଆସିଥିଲା ହିରୋ। ଏହାର ଆନୁମାନିକ ବୟସ ୪ ବର୍ଷ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ସବୁଦିନ ପରି ହିରୋ ରେସକ୍ୟୁ ସେଣ୍ଟରରୁ ବାହାରି ଏହାର ପରିସରରେ ବୁଲାବୁଲି କରିବା ସହିତ ଗଛ ଡାଳ ଖାଇଥିଲା। ମଧ୍ୟାହ୍ନ ସାଢ଼େ ୧୨ଟାରେ ଜଣେ କର୍ମଚାରୀ ଘାସ ଆଣିବାକୁ ଯାଇଥିବା ବେଳେ ତାଙ୍କ ସହିତ ହିରୋ ଫେରିଥିଲା। ରେସ୍‌କ୍ୟୁ ସେଣ୍ଟର ପାଖକୁ ଆସିବା ପରେ ହଠାତ୍‌ ସେ ଆଣ୍ଠେଇ ପଡ଼ିଥିଲା ା ଏହାର କିଛି ସମୟ ପରେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ପାଇ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି ପହଞ୍ଚତ୍ ତଦନ୍ତ କରିଛନ୍ତି। ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି। ଅନ୍ୟ ୪ ହାତୀଙ୍କ ରକ୍ତ ନମୁନା ସଂଗ୍ରହ କରି ଭୁବନେଶ୍ୱର ପଠାଯାଇଛି। ରେସ୍‌କ୍ୟୁ ସେଣ୍ଟରରେ କାର୍ତ୍ତିକ, ଉମା, ଚନ୍ଦୁ, ପଦ୍ମା, ହିରୋ ରହୁଥିଲେ। ଏବେ ଏହି ସଂଖ୍ୟା ୪କୁ ଖସିଆସିଛି। ସେହିପରି ତାଳଚେର ବନାଞ୍ଚଳରୁ ଉଦ୍ଧାର ହୋଇ ଆସିଥିବା ନରହନ୍ତା ଦନ୍ତା ରାଜେଶକୁ ସ୍ବତନ୍ତ୍ର ଏନ୍‌କ୍ଲୋଜରରେ ରଖାଯାଇଛି।
କପିଳାସ ପ୍ରାଣୀ ଉଦ୍ୟାନରେ ଥିବା ବନ୍ୟପ୍ରାଣୀ ଏବଂ ଉଦ୍ଧାର କେନ୍ଦ୍ରରେ ଥିବା ହାତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ଫଳରେ ଚିଡ଼ିଆଖାନାରେ ଥିବା ଜୀବଜନ୍ତୁଙ୍କୁ ଆବଶ୍ୟକ ସମୟରେ ସେବା ମିଳିପାରୁନାହିଁ, ଯାହା ଏବେ ଚିନ୍ତାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ କୁହନ୍ତି, ସୁସ୍ଥ ହାତୀର ଏଭଳି ହଠାତ୍‌ ମୃତ୍ୟୁ ଘଟିବାର କାରଣ ଅସ୍ପଷ୍ଟ ରହିଛି। ପେଟରେ ଟ୍ୟୁମର, ବ୍ରେନ୍‌ ହାମରେଜ୍‌ କିମ୍ବା ହୃଦ୍‌ଘାତରେ ହିରୋର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। କପିଳାସ ପ୍ରାଣୀ ଉଦ୍ୟାନ ଓ ରେସ୍‌କ୍ୟୁ ସେଣ୍ଟରରେ ହାତୀଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିବାକୁ ଠିକାରେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ନିୟୋଜିତ କରିବା ଲାଗି ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି। ଖୁବ୍‌ଶୀଘ୍ର ଏଠାରେ ଜଣେ ବରିଷ୍ଠ ଚିକିତ୍ସକଙ୍କୁ ନିଯୁକ୍ତ କରାଯିବ। ସେହିପରି କରୋନା ସଂକ୍ରମଣ ଜନିତ ମୃତ୍ୟୁ ବିଷୟରେ ଦୃଷ୍ଟି ଆକର୍ଷଣ କରାଯିବାରୁ ଜିଲା ବନଖଣ୍ଡ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି।
ମାହୁନ୍ତ ମ୍ରିୟମାଣ
କପିଳାସ ହାତୀ ରେସ୍‌କ୍ୟୁ ସେଣ୍ଟରରେ ପାଖାପାଖି ୩ ବର୍ଷର ରହଣି ଭିତରେ ହିରୋ ସାଜିଥିଲା ପ୍ରମୁଖ ଆକର୍ଷଣ। କୌତୁକିଆ ସ୍ବଭାବ ଲାଗି ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକମାନେ ଏହା ସହିତ ସମୟ ଅତିବାହିତ କରିବାକୁ ଭଲ ପାଉଥିଲେ। ନିୟମିତ ପ୍ରଶିକ୍ଷଣରେ ମାହୁନ୍ତଙ୍କ ସହ ଏହାର ସମ୍ପର୍କ ନିବିଡ଼ ହୋଇଯାଇଥିଲା। ତେବେ ହଠାତ୍‌ ହିରୋର ଏଭଳି ମୃତ୍ୟୁରେ ମାହୁନ୍ତ, ରେସକ୍ୟୁ ସେଣ୍ଟର କର୍ମଚାରୀ ଏବଂ ବନ କର୍ମଚାରୀ ମ୍ରିୟମାଣ ହୋଇପଡ଼ିଛନ୍ତି। ବ୍ୟବଚ୍ଛେଦ ପରେ ମୃତଦେହ ପୋତାଯିବା ବେଳକୁ ସମସ୍ତଙ୍କ ଆଖିରେ ଜକେଇ ଆସିଥିଲା ଲୁହ, ଯାହା ଚିଡ଼ିଆଖାନା ପରିବେଶକୁ ଭାବାବେଗ କରିଦେଇଥିଲା। ସୂଚନାଯୋଗ୍ୟ, ରେସ୍‌କ୍ୟୁ ସେଣ୍ଟରରେ ସ୍ବାସ୍ଥ୍ୟଗତ କାରଣରୁ ପୂର୍ବରୁ ୨ ହାତୀ ଶାବକଙ୍କ ମୃତ୍ୟୁ ଘଟିଥିଲା। ହିରୋର ମୃତ୍ୟୁ ପରେ ଏହି ସଂଖ୍ୟା ୩ରେ ପହଞ୍ଚତ୍ଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri