ବାହ୍ୟ ମଳମୁକ୍ତ ଯୋଜନା ପ୍ରହସନ

ପଟ୍ଟାମୁଣ୍ଡାଇ,୨୪ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସ୍ବଚ୍ଛ ଭାରତ ଅଭିଯାନ ଯୋଜନା ଫେଲ୍‌ ମାରିଛି। ଅଧିକାଂଶ ଗଁା ଅଳିଆ ଆବର୍ଜନାରେ ପୁରି ରହିଛି। ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି। କେତେଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲ ନୀତି ଯୋଗୁ ଏହି ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି ା
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ,ହିମାଶୁଂ ଶେଖର ବିଶ୍ୱାଳ, ସୁକାନ୍ତ ସାମଲ, ଆଇନଜୀବୀ ପ୍ରମୋଦ ସାହୁ ପ୍ରମୁଖ କୁହନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ବାହ୍ୟ ମଳମୁକ୍ତ ଯୋଜନା ଠିକ୍‌ ଭାବେ ଚାଲିନାହିଁ। ବ୍ଲକର ପ୍ରତି ଗଁାକୁ ବାହ୍ୟ ମଳମୁକ୍ତ କରିବା ପାଇଁ ସ୍ବଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ା ସରକାରଙ୍କ ଏହି ଅଭିଯାନରେ ଯେଉଁ ହିତାଧିକାରୀ ନିଜସ୍ବ ପାଇଖାନା ନିର୍ମାଣ କରିବେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ତାଙ୍କୁ ୧୨ ହଜାର ଟଙ୍କା ପୁରସ୍କାର ବାବଦରେ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଏଥିନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଲୋକଙ୍କୁ ସଚେତନତା କରି ପାଇଖାନା ନିର୍ମାଣ କରାଇବା ପରିବର୍ତ୍ତେ ୧୨ ହଜାର ଟଙ୍କା ନିଅ ପାଇଖାନା କର ବୋଲି କହୁଛନ୍ତି ା ଆଜି ବି ଲୋକେ ପାଇଖାନା ପାଇଁ ରାଜ୍ୟ ସରକାର ୧୨ ହଜାର ଟଙ୍କା ଦେଉଛନ୍ତି ବୋଲି ଜାଣିଛନ୍ତି ା ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କେତେକ ଅଧିକାରୀ ନିଜେ ଠିକାଦାର ଦେଇ ଜେନେତେନେ ପ୍ରକାର ପାଇଖାନା କରି ପ୍ରାଇଜ୍‌ ଟଙ୍କା ହାତେଇଛନ୍ତି ା ଗରିବ ହିତାଧିକାରୀମାନେ ଅର୍ଥାଭାବରୁ ଆଗତୁରା ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ପାଇଖାନା ନିର୍ମାଣ କରିବା ସମ୍ଭବପର ହେଉ ନ ଥିବାରୁ ଏଥି ନିମନ୍ତେ ବିଭାଗ ପକ୍ଷରୁ ଠିକାଦାରମାନଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ଠିକାଦାରମାନେ ଗ୍ରାମର ମଧ୍ୟସ୍ଥି, ସାଧାରଣ ନେତା ଓ ବିଭାଗୀୟ ଯନ୍ତ୍ରୀଙ୍କୁ ହାତ କରି ୩ରୁ ୪ ହଜାର ଟଙ୍କାରେ ଅତ୍ୟନ୍ତ ନିମ୍ନମାନର ପାଇଖାନା ନିର୍ମାଣ କରି ପ୍ରାଇଜ ଅର୍ଥକୁ ହଡ଼ପ କରୁଥିବା ଜଣାପଡ଼ିଛି।
ପଟ୍ଟମୁଣ୍ଡାଇର ପ୍ରତ୍ୟେକ ପରିବାରରେ ଶୌଚାଳୟ ନିର୍ମାଣ ଶେଷ ହୋଇଥିବା ନେଇ ବିଭାଗ ପକ୍ଷରୁ ୨୦୨୦ରେ ଗାଁକୁ ବାହ୍ୟ ମଳମୁକ୍ତ ଅଞ୍ଚଳ ଘୋଷଣା କରାଯାଇ ଫଳକ ମରାଯାଇଛି। ମାତ୍ର ୩ ରୁ ୪ ହଜାର ଟଙ୍କାର ପାଇଖାନା ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି ା ଯେଉଁଠି ପାଇଖାନାର ବ୍ୟବହାର ହେଉନି ସେଠାରେ କିପରି ଜଳ ଓ ପରିମଳ ବିଭାଗ ପକ୍ଷରୁ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ଘୋଷଣା କରି ବୋର୍ଡ ଲଗାଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗାଁରେ ନିର୍ମାଣ ହୋଇଥିବା ପାଇଖାନା ବ୍ୟବହାର ହେଉଛି ନା ଅପବ୍ୟବହାର କରାଯାଉଛି ତାହା ଦେଖିବାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପାଖରେ ସମୟ ନାହଁି ବୋଲି କେନ୍ଦ୍ରାପଡ଼ା ନିର୍ବାହୀ ଅଧିକାରୀ ବସନ୍ତ ନାୟକ କହିଛନ୍ତି ା ଏଥି ସହିତ ସେ ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଯୋଗାଯୋଗ କର ବୋଲି କହିଥିଲେ ା ଶୌଚାଳୟ ନିର୍ମାଣ ଶେଷ ହୋଇଥିବାରୁ ଗାଁକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇ ଫଳକ ମରାଯାଇଛି। ହେଲେ ବାସ୍ତବ ଚିତ୍ର ଅଲଗା, ଗଁା ମୁଣ୍ଡକୁ ଗଲେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ରାସ୍ତାକଡ଼, ପୋଖରୀ କୂଳ, କେନାଲ ରାସ୍ତାରେ ଲୋକେ ମଳ ତ୍ୟାଗ କରୁଛନ୍ତି ା କେତେକ ସ୍ଥାନରେ ପାଇଖାନା ଭାଙ୍ଗି ଯାଇଥିବା ବେଳେ ଏହାର ଅପବ୍ୟବହାର କରାଯାଉଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଗଁାରେ ନିର୍ମାଣ ହୋଇଥିବା ପାଇଖାନା ଅତ୍ୟନ୍ତ ନିମ୍ନମାନର କାମ ଯୋଗୁ ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ। ଫଳରେ ମଳତ୍ୟାଗ ବା ଶୌଚକ୍ରିୟା ପାଇଁ ଲୋକେ ପୂର୍ବଭଳି ବାହାରକୁ ଯାଉଛନ୍ତି ା ସରକାର ଯେଉଁ ପ୍ରାଇଜ ଅର୍ଥ ୧୨ ହଜାର ଟଙ୍କା ଦେଉଛନ୍ତି ସେଥିରେ ପାଇଖାନା ହୋଇଯିବା କଥା ା ଏଥରୁ ଅଧା ଅର୍ଥ ବି ଖର୍ଚ୍ଚ ହୋଇ ନ ଥିବା ଦର୍ଶାଇଛନ୍ତି ଉପଭୋକ୍ତା। ଉପଭୋକ୍ତାଙ୍କ ନାମ ଓ ଦସ୍ତଖତରେ ଲୁଟ ହୋଇଛି ଲକ୍ଷାଧିକ ଟଙ୍କା। ଏହାର ତଦନ୍ତ କରିବାକୁ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?