ନ୍ୟାୟ ଦର୍ଶନର ମୂଳତତ୍ତ୍ୱ

ଡା. ଗୋପାଳ ଚନ୍ଦ୍ର ଦାଶ

ମହର୍ଷି ଗୌତମ ନ୍ୟାୟ ଦର୍ଶନର ପ୍ରଣେତା। ଏହି ଦର୍ଶନର ସୂତ୍ର ସଂଖ୍ୟା ୫୨୨। ନ୍ୟାୟଦର୍ଶନ ଗ୍ରନ୍ଥ ୫ଟି ଅଧ୍ୟାୟରେ ବିଭକ୍ତ ଓ ପ୍ରତ୍ୟେକ ଅଧ୍ୟାୟରେ ଦୁଇଟି ଆହ୍ନିକ ଅଛି। ବାତ୍ସାୟନ, ଉଦୟନ ଓ ଜୟନ୍ତ ଭଟ୍ଟ ଆଦି ଋଷି ନ୍ୟାୟଦର୍ଶନର ଭାଷ୍ୟକାର ଓ ଟୀକାକାର।
ମହର୍ଷି ବାତ୍ସାୟନଙ୍କ ନ୍ୟାୟଭାଷ୍ୟ ପ୍ରସିଦ୍ଧ ଅଟେ। ମହର୍ଷି ଗୌତମ ନ୍ୟାୟଦର୍ଶନରେ ପ୍ରମାଣ ପ୍ରମେୟ ଆଦି ୧୬ ପଦାର୍ଥର ତତ୍ତ୍ୱଜ୍ଞାନରୁ ମୋକ୍ଷ ପ୍ରାପ୍ତି ବୋଲି ବ୍ୟାଖ୍ୟାନ କରିଛନ୍ତି। ଏହି ଦର୍ଶନର ପ୍ରଥମ ସୂତ୍ରରେ କୁହାଯାଇଛି -‘ତତ୍ତ୍ୱ ଜ୍ଞାନାନ୍ନି ଶ୍ରେୟ ସାଥିଗମ’। ଅର୍ଥାତ୍‌ ପ୍ରମାଣ, ପ୍ରମେୟ, ସଂଶୟ, ପ୍ରୟୋଜନ, ଦୃଷ୍ଟାନ୍ତ, ସିଦ୍ଧାନ୍ତ, ଅବୟବ, ତର୍କ, ନିର୍ଣ୍ଣୟ, ବାଦ, ଜଳ୍ପ, ବିତଣ୍ଡା, ହେତ୍ୱାଭାସ, ଛଳ, ଜାତି ଏବଂ ନିଗ୍ରହ ସ୍ଥାନ ଆଦି ୧୬ ତତ୍ତ୍ୱକୁ ଭଲ ଭାବରେ ଜାଣିଲେ ମୋକ୍ଷ ପ୍ରାପ୍ତି ସୁଲଭ ହୋଇଥାଏ ା ଗୌତମ ମୁନିଙ୍କର ନ୍ୟାୟ ଦର୍ଶନର ପ୍ରଥମ ଅଧ୍ୟାୟରେ ୧୬ ପଦାର୍ଥର ବ୍ୟାଖ୍ୟା, ଦ୍ୱିତୀୟ ଅଧ୍ୟାୟରେ ସନ୍ଦେହର ସ୍ବରୂପ, ପ୍ରମାଣ ମାର୍ଗ ଓ ସିଦ୍ଧତା, ତୃତୀୟ ଅଧ୍ୟାୟରେ ଆତ୍ମା, ଶରୀର, ଇନ୍ଦ୍ରିୟ, ବିଷୟ, ବୁଦ୍ଧି ଓ ମନ ସମ୍ବନ୍ଧରେ ଜ୍ଞାନ, ଚତୁର୍ଥ ଅଧ୍ୟାୟରେ ସୁଖ, ଦୁଃଖ, ଇଚ୍ଛା ଓ ମୁକ୍ତିର ସ୍ବରୂପ, ଅନ୍ତିମ ଓ ପଞ୍ଚମ ଅଧ୍ୟାୟରେ ଜାତି ଓ ନିଗ୍ରହ ସ୍ଥାନ ସମ୍ବନ୍ଧରେ ଆଲୋଚନା କରାଯାଇଛି। ସୁଖ ମଧ୍ୟରେ ଦୁଃଖ ଜଡିତ ଥିବାରୁ ନ୍ୟାୟଦର୍ଶନରେ ସୁଖକୁ ମଧ୍ୟ ଦୁଃଖ ବୋଲି ଦର୍ଶାଯାଇଛି।
ଏହି ଦର୍ଶନ ଅନୁସାରେ ସଂସାର ଦୁଃଖମୟ। ସୁଖ ଓ ଦୁଃଖ ଉଭୟର ମନୋବୃତ୍ତି ବିନାଶ ହେଲେ ମନ ସାମ୍ୟବସ୍ଥା ଲାଭ କରେ ଓ ମୁକ୍ତି ସମ୍ଭବ ହୁଏ। ନ୍ୟାୟ ସୂତ୍ରରେ ମୁକ୍ତି ଦୁଇ ପ୍ରକାର ଯଥା ଜୀବନ ମୁକ୍ତି ଓ ବିଦେହ। ବିଦେହ ମୁକ୍ତିକୁ ପର ନିଃଶ୍ରେସୟ ଓ ଜୀବନ ମୁକ୍ତିକୁ ଅପର ନିଃଶ୍ରେସୟ କୁହାଯାଏ ା ମୋକ୍ଷ ଲାଭରେ ସୁଖ ଓ ଦୁଃଖ ନ ଥାଏ ା ମିଥ୍ୟା ଜ୍ଞାନରୁ ଦୋଷ, ପ୍ରବୃତ୍ତି ଓ ଦୁଃଖ ଉତ୍ପନ୍ନ ହୋଇଥାଏ। ମିଥ୍ୟାଜ୍ଞାନର ନାଶ ହେଲେ ତତ୍ତ୍ୱଜ୍ଞାନ ଜାତ ହୁଏ ଓ ଜୀବ ମୁକ୍ତି ଲାଭ କରେ ା ତେଣୁ ଜ୍ଞାନବିନା ମୁକ୍ତି ଅସମ୍ଭବ। ଏହା ସର୍ବସମ୍ମତ ସିଦ୍ଧାନ୍ତ ା ଶୁଦ୍ଧ ଜ୍ଞାନ ପ୍ରାପ୍ତିର ମାର୍ଗ ସମ୍ବନ୍ଧରେ ନ୍ୟାୟ ଦର୍ଶନରେ ବର୍ଣ୍ଣିତ ହୋଇଛି ା ନ୍ୟାୟ ଦର୍ଶନ ଈଶ୍ୱର ଜୀବ ଓ ଜଗତର ଅବସ୍ଥିତିକୁ ମାନ୍ୟତା ପ୍ରଦାନ କରିଥାଏ ା ବେଦାଦି ସତଶାସ୍ତ୍ର ଓ ସୃଷ୍ଟି ନିର୍ମାତା ଈଶ୍ୱରଙ୍କୁ ସ୍ବୀକାର କରୁ ନ ଥିବା ବ୍ୟକ୍ତିମାନଙ୍କୁ ତର୍କଦ୍ୱାରା କିପରି ପରାଜିତ କରିବାକୁ ହୁଏ ତାହାର ପ୍ରଣାଳୀ ନ୍ୟାୟ ସୂତ୍ରରେ ଉଲ୍ଲେଖ କରାଯାଇଛି ା ନ୍ୟାୟ ଦର୍ଶନ ମତରେ ଜୀବର ଇନ୍ଦ୍ରିୟମାନଙ୍କ ଦ୍ୱାରା ଦୃଷ୍ଟିଗୋଚର ହେଉଥିବା ଜଗତ ସତ୍‌ ଅଟେ ା ପରମାଣୁ ଜଗତର ଉପାଦାନ କାରଣ ଓ ଈଶ୍ୱର ନିମିତ୍ତ କାରଣ ଅଟନ୍ତି ା ଈଶ୍ୱରଙ୍କ ଇଚ୍ଛାରେ ଗୋଟିଏ ପରମାଣୁ ଅନ୍ୟ ଏକ ପରମାଣୁ ସହିତ ମିଳିତ ହୋଇ ଅଣୁରେ ପରିଣତ ହୁଏ ଓ ଏହି ଅଣୁମାନଙ୍କର ବୃଦ୍ଧିରେ ପଞ୍ଚତତ୍ତ୍ୱ ଉତ୍ପନ୍ନ ହୁଏ ା
ନ୍ୟାୟ ସୂତ୍ରରେ ପରମାଣୁ ସମ୍ବନ୍ଧରେ ବର୍ଣ୍ଣନା ହୋଇଥିବାରୁ, କଣାଦ ମୁନିଙ୍କ ଦ୍ୱାରା ରଚିତ ବୈଶେଷିକ ଦର୍ଶନ ସହିତ ନ୍ୟାୟ ଦର୍ଶନର ସାମଞ୍ଜସ୍ୟ ଥିବାର ପ୍ରମାଣ ମିଳେ। ନ୍ୟାୟ ଦର୍ଶନ ମତରେ ଜ୍ଞାନ ଆତ୍ମାର ଏକ ଗୁଣ ା ଭୌତିକ ପଦାର୍ଥର ଗୁଣଗୁଡିକ ବ୍ୟାହେନ୍ଦ୍ରିୟ ଦ୍ୱାରା ପ୍ରକାଶିତ ହେବା ପରି ଜ୍ଞାନ ଅନ୍ତରେନ୍ଦ୍ରିୟ (ମନ) ଦ୍ୱାରା ପ୍ରକଟିତ ହୋଇଥାଏ ା ଶରୀର ସହିତ ଆତ୍ମାର ସଂଯୋଗ ହେଲେ, ଆତ୍ମାଠାରେ ଏହି ଗୁଣ ପ୍ରକାଶିତ ହୁଏ। ଜ୍ଞାନ ସର୍ବଦା ପ୍ରମେୟ ପାଇଁ ଉଦ୍ଦିଷ୍ଟ – ଅର୍ଥାତ ବସ୍ତୁ ସମ୍ବନ୍ଧୀୟ ଜ୍ଞାନ ଯଥା- ଗୁଣ, କର୍ମ, ଭାବ ଓ ସ୍ଥିତି ସମ୍ବନ୍ଧୀୟ ଜ୍ଞାନ। ଆତ୍ମାକୁ ଜାଣିବା ପାଇଁ ଜ୍ଞାନର ଆବଶ୍ୟକ ପଡେ ନାହିଁ। କାରଣ ଆତ୍ମା ସ୍ବୟଂ ଜ୍ଞାନ ସ୍ବରୂପ। ଆତ୍ମା ଏକ ଅନୁଭବାତ୍ମକ ଜ୍ଞାନ। ଗୌତମଙ୍କ ମତରେ ଜ୍ଞାନ ଦୁଇ ପ୍ରକାର ପ୍ରମା ଓ ଅପ୍ରମା। ସିଦ୍ଧ ଓ ସତ୍‌ଜ୍ଞାନକୁ ପ୍ରମା ତଥା ଅସିଦ୍ଧ ବା ମିଥ୍ୟା ଜ୍ଞାନକୁ ଅପ୍ରମା କୁହାଯାଏ। ପ୍ରମାଣ ଦ୍ୱାରା ଜ୍ଞାନ ସିଦ୍ଧ ବା ଅସିଦ୍ଧ ବୋଲି ନିର୍ଣ୍ଣୟ କରାଯାଇଥାଏ। ପ୍ରମା ଓ ଅପ୍ରମା ଉଭୟେ ୪ ପ୍ରକାର। ପ୍ରତ୍ୟକ୍ଷ, ଅନୁମାନ, ଉପମାନ ଓ ଶବ୍ଦ (ଆପ୍ତ)କୁ ପ୍ରମା କୁହାଯାଏ। ସ୍ମୃତି, ସଂଶୟ, ଭ୍ରମ ଓ ତର୍କକୁ ଅପ୍ରମା କୁହାଯାଏ।
ଗୌତମଙ୍କ ନ୍ୟାୟ ସୂତ୍ର କେବେ ରଚିତ ହୋଇଥିଲା ସେ ସମ୍ବନ୍ଧରେ ମତାନ୍ତର ଦେଖାଯାଏ ା ସମ୍ଭବତଃ ଏହା ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀର ଗ୍ରନ୍ଥ। ଗୌତମଙ୍କ ନ୍ୟାୟସୂତ୍ର ନ୍ୟାୟଦର୍ଶନର ପ୍ରଥମ ଗ୍ରନ୍ଥ। ଦ୍ୱାଦଶ ଶତାବ୍ଦୀରେ ବିକ୍ରମାଦିତ୍ୟଙ୍କ ଦରବାରରେ ଏହି ଶାସ୍ତ୍ରର ଆଲୋଚନା ହେଉଥିଲା ବୋଲି ପ୍ରମାଣ ମିଳେ। ଗୌତମଙ୍କ ପୂର୍ବରୁ ଦତ୍ତାତ୍ରେୟ, ପୁନର୍ବସୁ, ଆତ୍ରେୟ ଓ ଅଷ୍ଟବକ୍ର ଆଦି ଋଷିମାନେ ନ୍ୟାୟଶାସ୍ତ୍ରକୁ ଯଥେଷ୍ଟ ମାତ୍ରାରେ ଅବଦାନ କରିଛନ୍ତି। ଗୌତମଙ୍କ ପରେ ନିଜର ବିଶ୍ୱର ଧାରାରେ ଅନେକ ମୁନି ନ୍ୟାୟଦର୍ଶନର ଭାଷ୍ୟ ବା ଟୀକାକରଣ କରିଛନ୍ତି। ସେଗୁଡିକ ମଧ୍ୟରେ ବାତ୍ସାୟନଙ୍କ ନ୍ୟାୟଭାଷ୍ୟ, ଉଦ୍ୟେରକଙ୍କ ନ୍ୟାୟବର୍ତ୍ତିକା, ଧର୍ମକୀର୍ତ୍ତିଙ୍କ ନ୍ୟାୟବିନ୍ଦୁ, ବାଚସ୍ପତିଙ୍କ ନ୍ୟାୟ-ବାର୍ତ୍ତିକ-ତାତ୍ପର୍ଯ୍ୟ-ଟୀକା, ଉଦୟନଙ୍କ ନ୍ୟାୟ-ବାର୍ତ୍ତିକ-ତାତ୍ପର୍ଯ୍ୟ-ପରିବୁଦ୍ଧି ଓ କୁସୁମାଞ୍ଜଳି, ଜୟନ୍ତ ଭଟ୍ଟଙ୍କ ନ୍ୟାୟ ମଞ୍ଜରୀ ଓ ବର୍ଦ୍ଧମାନଙ୍କ ନ୍ୟାୟ-ନିବନ୍ଧ-ପ୍ରକାଶ ଉଲ୍ଲେଖଯୋଗ୍ୟ। ନବା ନାୟିକମାନଙ୍କ ମଧ୍ୟରେ ଜୟଦେବ, ବାସୁଦେବ, ରଘୁନାଥ, ରଘୁନନ୍ଦନ, କୃଷ୍ଣାନନ୍ଦ, ଜଗଦୀଶ, ଗଦାଧର ଓ ଅନ୍ନଂଭାଙ୍କ ନାମ ଉଲ୍ଲେଖଯୋଗ୍ୟ।
ଧର୍ମ ଓ ଜୀବନର ଉଦ୍ଦେଶ୍ୟ ସାଧନ ନିମିତ୍ତ ତର୍କଶାସ୍ତ୍ରର ଏକାନ୍ତ ପ୍ରୟୋଜନ। ପ୍ରାଚୀନ ତର୍କଶାସ୍ତ୍ରରେ ତତ୍ତ୍ୱ ଓ ଜ୍ଞାନ ସମ୍ବନ୍ଧରେ ଆଲୋଚନା ହେଉଥିବା ବେଳେ ନବ୍ୟମାନେ ଜ୍ଞାନ ମୀମାଂସା ପ୍ରତି ଆକୃଷ୍ଟ ହୋଇ ଜୀବନ ଓ ତର୍କ ମଧ୍ୟରେ ଥିବା ସମ୍ବନ୍ଧକୁ ଭୁଲିଗଲେ। ଅର୍ଥାତ୍‌ ନବ୍ୟମାନେ ପ୍ରମାଣ ପ୍ରତି ଧ୍ୟାନ ଦେଇ ପ୍ରମେୟ ପ୍ରତି ଅବହେଳା ପ୍ରଦର୍ଶନ କଲେ। ଜ୍ଞାନ ଅପେକ୍ଷା ତର୍କ ଉପରେ ବିଶେଷ ଧ୍ୟାନ ଦେଲେ। ତେଣୁ ନ୍ୟାୟ ଦର୍ଶନର ଉପାଦେୟତା ସମାଜରେ କମିବାରେ ଲାଗିଲା।
ନ୍ୟାୟ ଦର୍ଶନରେ କୁହାଯାଇଛି ‘ନିୟତେ ଅନ୍ୟେନ ଇତି ନ୍ୟାୟ’।
ଅର୍ଥାତ୍‌ ଯେଉଁ ବିଦ୍ୟା ସିଦ୍ଧାନ୍ତରେ ପହଞ୍ଚାଇ ଦିଏ ତାହାକୁ ନ୍ୟାୟ କୁହାଯାଏ।
ସେଥିପାଇଁ ପ୍ରାଚୀନ ବିଚାରକ ମଣ୍ଡଳୀ, ଗୌତମଙ୍କ ନ୍ୟାୟ ସୂତ୍ରକୁ ଅଧ୍ୟୟନ କରି ନିର୍ଣ୍ଣୟାତ୍ମକ ପଦକ୍ଷେପ ନେଉଥିଲେ। ବର୍ତ୍ତମାନ ଏହା ପାଠ୍ୟବସ୍ତୁ ହେବା ଆବଶ୍ୟକ। ଅନ୍ତିମରେ ଏତିକି କୁହାଯାଇପାରେ ଯେ, ପ୍ରତ୍ୟେକ ଆର୍ଯ୍ୟ ନ୍ୟାୟଦର୍ଶନ ପଢ଼ିବା ଏକାନ୍ତ ଆବଶ୍ୟକ।
ସେବାନିବୃତ୍ତ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ, ପୂର୍ବତଟ ରେଲ୍‌ଓ୍ବେ,
ଭୁବନେଶ୍ୱର, ଫୋନ୍‌: ୦୬୭୪-୩୫୫୩୬୬୭
Email: gcdash59@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri