ପରିବେଶ ପରିସଂସ୍ଥା ଓ ଆମ ସ୍ବାସ୍ଥ୍ୟ

ଅନୁଜା ମାଲହୋତ୍ରା, ଅବି ବନକ

ମାନବଜାତି ଏବେ ଅନେକ ପ୍ରକାର ତଥା ପରସ୍ପର ସମ୍ବନ୍ଧିତ ଅସ୍ତିତ୍ୱ ସଙ୍କଟକୁ ସାମ୍ନା କରୁଛି। ଜଳବାୟୁ ପରିବର୍ତ୍ତନର ପ୍ରଳୟଙ୍କରୀ ପରିଣାମ, ପରିବେଶୀୟ ଅଧଃପତନ ଏବଂ ଜୈବବିବିଧତା କ୍ଷତି ମାନବ ସ୍ବାସ୍ଥ୍ୟ ଓ କଲ୍ୟାଣକୁ ଘୋର ପ୍ରଭାବିତ କରୁଛି। ପରିବେଶ ପରିସଂସ୍ଥା(ଇକୋସିଷ୍ଟମ୍‌)ର କ୍ଷତି କିଭଳି ସାର୍ବଜନୀନ ସ୍ବାସ୍ଥ୍ୟରେ ଜରୁରୀ ସ୍ଥିତି ସୃଷ୍ଟି କରେ ତାହା କୋଭିଡ୍‌-୧୯ ମହାମାରୀ ଦର୍ଶାଇ ଦେଇଛି। କିନ୍ତୁ ବୈଜ୍ଞାନିକମାନେ ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି ଯେ ମାଟି, ଜୈବବିବିଧତା, ପାଣି ଏବଂ ଅନ୍ୟ ଇକୋସିଷ୍ଟମ ସେବାଗୁଡ଼ିକ ପ୍ରତି ଥିବା ବିପଦ ଦୂର କରାଯାଇପାରିଲେ ପରିବେଶର ପୁନରୁଦ୍ଧାର ହୋଇପାରିବ ଓ ସ୍ବାସ୍ଥ୍ୟ ଲାଭ ଯୋଗାଇ ଦିଆଯାଇପାରିବ। ପରିବେଶ ପରିସଂସ୍ଥା ଓ ମାନବ ସ୍ବାସ୍ଥ୍ୟ ମଧ୍ୟରେ ଥିବା ସମ୍ବନ୍ଧକୁ ଜାଣିବା ଲାଗି ବହୁ ଚେଷ୍ଟା କରାଯାଇଛି। ନିକଟରେ ୬ ମହାଦେଶରେ ୬,୮୦୦ ପରିବେଶ ପରିସଂସ୍ଥାଗୁଡ଼ିକ ଉପରେ କରାଯାଇଥିବା ଅନୁଧ୍ୟାନ ପ୍ରମାଣ କରିଛି ଯେ, ଜଙ୍ଗଲ ଧ୍ୱଂସ ଏବଂ ଜୀବ ପ୍ରଜାତିର ବିଲୁପ୍ତି ଅଧିକ ମହାମାରୀ ଆଣିପାରେ। ଇକୋସିଷ୍ଟମର କ୍ଷତି ଯୋଗୁ ଜଳ ଦୂଷିତ ହେବ ଏବଂ ସଂକ୍ରାମକ ରୋଗ ଲାଗି ଅନୁକୂଳ ସ୍ଥିତି ସୃଷ୍ଟି କରିବ। ସେହିପରି ମୃତ୍ତିକା କ୍ଷୟ କୃଷି ଉପତ୍ାଦକତା ହ୍ରାସ କରିବା ସହ ରୋଗ ଓ ମୃତ୍ୟୁହାର ବୃଦ୍ଧି କରୁଥିବା ଜଣାପଡ଼ିଛି। କୋଭିଡ୍‌-୧୯ ଭଳି ଜୋନୋଟିକ୍‌ ( ପ୍ରାଣୀଠାରୁ ମଣିଷଙ୍କୁ ବ୍ୟାପେ) ରୋଗ ପ୍ରକାଶ ପାଇବା ଓ ସଂକ୍ରମଣ ସହିତ ପରିବେଶ ପରିସଂସ୍ଥାର ସମ୍ପର୍କ ରହିଛି। ଦୃଷ୍ଟାନ୍ତସ୍ବରୂପ, ପ୍ରକାଶ ପାଉଥିବା ସଂକ୍ରାମକ ରୋଗଗୁଡ଼ିକ ମଧ୍ୟରୁ ୭୫% ହେଉଛି ଜେନୋଟିକ୍‌। ପରିବେଶ ଅନୁପଯୋଗୀ ପ୍ରାକୃତିକ ସଂଶାଧନଗୁଡ଼ିକର ବ୍ୟବହାର, ବ୍ୟବସାୟିକଭିତ୍ତିରେ ପ୍ରାଣୀପାଳନ ଏବଂ ଅନ୍ୟ ଶିଳ୍ପ ଦ୍ୱାରା ମଣିଷ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପରିବେଶ ପ୍ରଦୂଷଣ ବୃଦ୍ଧି କରି ଏଭଳି ରୋଗ ସୃଷ୍ଟି କରୁଛି।
ପରିବେଶ ପରିସଂସ୍ଥାର ଅବନତି ଯୋଗୁ କିଛି ଦଶନ୍ଧି ହେଲା ମଣିଷର ରୋଗପ୍ରତିରୋଧକ ଶକ୍ତି ହ୍ରାସ ହେବା ସହ ଆଲର୍ଜିକ୍‌ ସମସ୍ୟା ବୃଦ୍ଧି ହୋଇଛି। କେବଳ ଶାରୀରିକ ସ୍ବାସ୍ଥ୍ୟରେ ଏହାର ପ୍ରଭାବ ସୀମିତ ରହିନାହିଁ, ବରଂ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଯଥା ପରିବେଶୀୟ କ୍ଷତିର ଭୟ ମଧ୍ୟ ଦେଖାଯାଉଛି। ଏହା ବ୍ୟତୀତ ପରିବେଶ ପରିସଂସ୍ଥାର ପୁନରୁଦ୍ଧାର ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦୂର କରିବା ଲାଗି ବାଟ ଦେଖାଇବ ଓ ବିଶ୍ୱରେ ଦୀର୍ଘମିଆଦୀ ରୋଗର ଚାପ ହ୍ରାସ କରିବ। ଏହା ଯୋଗୁ ମାନବ ସ୍ବାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ଉନ୍ନତି ଆସିବ। ନିକଟରେ ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ମୃତ୍ତିକା ସଂରକ୍ଷଣ ଏବଂ ଦେଶୀ ପ୍ରଜାତି ଗଛ ଫେରାଇଆଣିବା ଦ୍ୱାରା କେତେକ ନିର୍ଦ୍ଦିଷ୍ଟ ରୋଗ ଯୋଗୁ ସୃଷ୍ଟି ଶାରୀରିକ ଓ ମାନସିକ ପ୍ରଭାବକୁ ହ୍ରାସ କରାଯାଇପାରିବ। ପରିସଂସ୍ଥାର ପୁନରୁଦ୍ଧାର ଭୟଙ୍କର ଜଳବାୟୁଜନିତ ଘଟଣା ଯୋଗୁ ଉପୁଜୁଥିବା ସାର୍ବଜନୀନ ସ୍ବାସ୍ଥ୍ୟ ସଙ୍କଟରୁ ରକ୍ଷା କରିପାରିବାର ମଧ୍ୟ ପ୍ରମାଣ ମିଳିଛି।
ପରିବେଶ ପରିସଂସ୍ଥାର ପୁନରୁଦ୍ଧାର ସହ ଆର୍ଥିକ ପ୍ରସଙ୍ଗର ବି ସମ୍ବନ୍ଧ ରହିଛି। ସାର୍ବଜନୀନ ସ୍ବାସ୍ଥ୍ୟର କ୍ଷତି ଏବଂ ମହାମାରୀର ଭୟଙ୍କର ପ୍ରଭାବ ଆର୍ଥିକ ଦିଗକୁ ଅତ୍ୟଧିକ ପ୍ରଭାବିତ କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ଆକଳନ କରିଛି ଯେ,ସ୍ବାସ୍ଥ୍ୟ କ୍ଷେତ୍ରରେ ୨୦୦୦ରୁ ୨୦୧୮ ମଧ୍ୟରେ ବିଶ୍ୱସ୍ତରରେ ଲଗାତର ବ୍ୟୟ ବୃଦ୍ଧି ପାଇ ୮.୩ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା, ଯାହା ବିଶ୍ୱର ମୋଟ ଘରୋଇ ଉପତ୍ାଦର ୧୦%। ପୃଥିବୀ ଏବଂ ମାନବ ସ୍ବାସ୍ଥ୍ୟକୁ ଲାଭ ପହଞ୍ଚାଇବା ଓ ପରିବେଶ ପରିସଂସ୍ଥାର ପୁନରୁଦ୍ଧାରରୁ ଲାଭ ପାଇବା ପାଇଁ ବିଶ୍ୱରେ କେତେକ ପ୍ରମୁଖ ପଦକ୍ଷେପ ଜାରି ରହିଛି। ୨୦୨୧ରୁ ୨୦୩୦ ଯାଏ ଚାଲିବାକୁ ଥିବା ‘ୟୁନାଇଟେଡ୍‌ ନେସନ୍ସ ଡିକେଡ୍‌ ଅନ୍‌ ଇକୋସିଷ୍ଟମ ରେଷ୍ଟୋରେଶନ’ (ଜାତିସଂଘର ପରିବେଶ ପୁନରୁଦ୍ଧାର ଦଶନ୍ଧି) ଏବଂ ‘ୟୁଏନ୍‌ କନଭେନ୍‌ଶନ ଟୁ କମ୍ବାଟ ଡେଜର୍ଟିଫିକେଶନ’ର ମୃତ୍ତିକା କ୍ଷୟ ହ୍ରାସ କାର୍ଯ୍ୟକ୍ରମ ପରିବେଶ ପରିସଂସ୍ଥା ପୁନରୁଦ୍ଧାରର ଗୁରୁତ୍ୱକୁ ସ୍ବୀକାର କରିବା ଲାଗି ଚୁକ୍ତିଭୁକ୍ତ ଦେଶଗୁଡ଼ିକୁ ଉତ୍ସାହିତ କରିଛି। ସେହିଭଳି ସ୍ବାସ୍ଥ୍ୟ ପୁନରୁଦ୍ଧାର କାର୍ଯ୍ୟକ୍ରମରେ ୯୦ ଦେଶର ୪,୫୦୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ବାକ୍ଷର କରିଛନ୍ତି ଓ ଏଥିପାଇଁ ପାଣ୍ଠି ଯୋଗାଇଦେବାକୁ ଜି୨୦କୁ ନିବେଦନ କରାଯାଇଛି। ଜି୨୦ର ମହାମାରୀ ପ୍ରୋତ୍ସାହନ ପ୍ୟାକେଜ ଭଳି ଏହା ପରିବେଶ ପରିସଂସ୍ଥାର ପୁନରୁଦ୍ଧାରରେ ସାହାଯ୍ୟ କରିବ। ଦୁଇ ତିନି ଦଶନ୍ଧି ହେଲା ଗବେଷକମାନେ ବିଭିନ୍ନ ମଡେଲ ବିକାଶ କରିଛନ୍ତି। ଏହା ମଧ୍ୟରେ ମାଣ୍ଡାଲା ଅଫ୍‌ ହେଲ୍‌ଥ, ହ୍ବିଲ ଅଫ୍‌ ଫଣ୍ଡାମେଣ୍ଟାଲ ହ୍ୟୁମାନ ନିଡ୍ସ ଏବଂ ନିକଟରେ ବିକାଶ କରାଯାଇଥିବା ଓ୍ବାନ୍‌ ହେଲ୍‌ଥ ଅନ୍ୟତମ। ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ସମ୍ବନ୍ଧକୁ ଜାଣିବା ଲାଗି ଏହି ସବୁ ପଦକ୍ଷେପ ନିଆଯାଇଛି। ତେବେ ଏବେ ପରିବେଶ ପରିସଂସ୍ଥାର ପୁନରୁଦ୍ଧାର ଓ ସ୍ବାସ୍ଥ୍ୟ ପାଇଁ ବୈଶ୍ୱିକ ସମନ୍ବୟ ବୃଦ୍ଧି କରିବା ସକାଶେ ଏକ ସମ୍ମିଳିତ ଢାଞ୍ଚା ବିକାଶର ଆବଶ୍ୟକତା ରହିଛି। ସମସ୍ୟାର ସମାଧାନ ପାଇଁ ନିଆଯାଉଥିବା ନୀତିଗୁଡ଼ିକରେ କେହିିି କାହାକୁ ବାଦ ଦେଇ କରାଯିବା ଉଚିତ ନୁହେଁ। ଆମେ ପରିସଂସ୍ଥାର ଅବନତିକୁ ପୁନଃ ନିର୍ଦ୍ଧାରଣ କରିବା ଦରକାର, ମାନବ ସ୍ବାସ୍ଥ୍ୟ ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବ ସବୁକୁ ବୁଝିବା ଆବଶ୍ୟକ ଏବଂ ଏହି ସମସ୍ୟାଗୁଡ଼ିକୁ ବିନା ଢାଞ୍ଚାଗତ ତଥା ନିର୍ଦ୍ଦିଷ୍ଟ ପୁନରୁଦ୍ଧାର ଯୋଜନାରେ ସମ୍ପୂର୍ଣ୍ଣ ସମାଧାନ କରାଯାଇପାରିବ ନାହିଁ ବୋଲି ସ୍ବୀକାର କରିବା ଉଚିତ। ଏହା ହାସଲ କରିବା ପାଇଁ ବିଭିନ୍ନ ସଂସ୍ଥାକୁ ଏଥିରେ ସାମିଲ କରିବା ସହ ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ଏବଂ ପରିବେଶ, ସ୍ବାସ୍ଥ୍ୟ, ପରିବେଶ ଉପଯୋଗୀ କ୍ଷେତ୍ରଗୁଡ଼ିକର ଭାଗୀଦାରିମାନଙ୍କ ମଧ୍ୟରେ ସହଯୋଗକୁ ଗତିଶୀଳ କରିବା ଆବଶ୍ୟକ।
ସାର୍ବଜନୀନ ସ୍ବାସ୍ଥ୍ୟ ଏବଂ ପରିବେଶ ପରିସଂସ୍ଥା ପୁନରୁଦ୍ଧାର ପାଇଁ ଗ୍ରହଣ କରାଯାଉଥିବା ଢାଞ୍ଚାଗତ ଯୋଜନାଗୁଡ଼ିକୁ ନିଜର ମନେକରିବା ଏବଂ ଐକ୍ୟ ଭାବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଉଦାହରଣ ସ୍ବରୂପ, ଜୋନୋଟିକ ରୋଗ ନିୟନ୍ତ୍ରଣରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଭାରତରେ ବିଭିନ୍ନ ପଦକ୍ଷେପକୁ ମୁଖ୍ୟଧାରାକୁ ଆଣି ସରକାର, ବୈଜ୍ଞାନିକ ଏବଂ ସ୍ଥାନୀୟ ଅଂଶୀଦାର ଏବଂ ଭାଗୀଦାରମାନଙ୍କୁ ଏକାଠି କରିବାର ପ୍ରୟାସ କରାଯାଇଛି। ଏଭଳି ଏକ ଢାଞ୍ଚା ଯେ କୌଣସିଠାରେ ସମାନ ପ୍ରକାର ସମନ୍ବୟୀ ପଦକ୍ଷେପ ପାଇଁ ମୂଲ୍ୟବୋଧଭିତ୍ତିକ ଜ୍ଞାନ ଓ ଦୂରଦୃଷ୍ଟି ସୃଷ୍ଟି କରିପାରିବ । ବିଶ୍ୱରେ ରୋଗଜନିତ ଚାପକୁ ଆୟତ୍ତ କରି ସାର୍ବଜନୀନ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ସକାଶେ ପରିବେଶ ପରିସଂସ୍ଥାର ପୁନରୁଦ୍ଧାର ଏକ ସ୍ପଷ୍ଟ ଏବଂ ସ୍ବୀକୃତଯୋଗ୍ୟ ପଥ। ୟୁଏନ୍‌ ଡିକେଡ୍‌ ଅନ୍‌ ଇକୋସିଷ୍ଟମ ରେଷ୍ଟୋରେଶନ ଆରମ୍ଭ ହୋଇଥିବାରୁ ନୀତିନିର୍ଦ୍ଧାରକମାନେ ସମ୍ମିଳିତ, ଆନ୍ତଃଶୃଙ୍ଖଳିତ କାର୍ଯ୍ୟକ୍ରମଗୁଡ଼ିକୁ ଆଗକୁ ନେବା ଦରକାର। ଏଥିପାଇଁ ସାମୂହିକ ପଦକ୍ଷେପକୁ ଉତ୍ସାହିତ କରିବା ଉଚିତ, ଯାହାଦ୍ୱାରା ସାମାଜିକ, ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ପୁନରୁଦ୍ଧାରର ସକାରାମତ୍କ ବୈଶ୍ୱିକ ଲାଭଗୁଡ଼ିକ ପ୍ରଦର୍ଶିତ ହେବ। ଆମ ଲାଗି ତଥା ପୃଥିବୀ ପାଇଁ ଅତିକମ୍‌ରେ ଆମେ ସୃଷ୍ଟି କରିଥିବା ଭୟକୁ କିଛି ପରିମାଣରେ କମାଇବାକୁ ହେବ ଓ ଏଥିପାଇଁ ଆମର ମଧ୍ୟ ଗୁରୁ ଦାୟିତ୍ୱ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri