ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ ଯୁବତୀଯୁବକଙ୍କୁ ନିଯୁକ୍ତି ସୁଯୋଗ ପ୍ରମାଣପତ୍ର ପ୍ରଦାନ କରିବା ବ୍ୟବସ୍ଥା ନ୍ୟସ୍ତ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲା ନିଯୁକ୍ତି ନିୟୋଜନ ବିଭାଗ ମାଧ୍ୟମରେ ୧୯, ୫୦୧ଯୁବତୀ ଓ ୩୧,୧୨୬ଜଣ ଯୁବକ ନିଯୁକ୍ତି ପାଇଁ ନାମ ପଞ୍ଜୀକରଣ କରିଥିଲେ। ମାତ୍ର ୩୦ହଜାର ଯୁବତୀଯୁବକଙ୍କୁ ନିଯୁକ୍ତିଭିତ୍ତିକ ପ୍ରମାଣପତ୍ର ମିଳିଥିବା ବେଳେ ୨୦ହଜାରଙ୍କୁ ପ୍ରମାଣପତ୍ର ମିଳି ନ ଥିବା ଜଣାପଡିଛି। ଅନ୍ୟପଟେ ପ୍ରମାଣପତ୍ର ପାଇ ନ ଥିବା ଯୁବତୀଯୁବକ ବିଭାଗ ସହ ସମ୍ପର୍କରେ ନ ରହିବା କାରଣରୁ ଏଭଳି ସମସ୍ୟା ହୋଇଥିବା ବିଭାଗ ପକ୍ଷରୁ କୁହାଯାଉଛି। ୩୦ହଜାର ଶିକ୍ଷିତ ଯୁବତୀଯୁବକଙ୍କ ମଧ୍ୟରୁ ୮୦ଭାଗ ବେସରକାରୀ ପ୍ରତିଷ୍ଠାନରେ ନିୟୋଜିତ ରହିଥିବା ବେଳେ ୨୦ଭାଗ ସରକାରୀ ପ୍ରତିଷ୍ଠାନରେ ଯୋଗ ଦେଇଛନ୍ତି। ଉଚ୍ଚଶିକ୍ଷା ଲାଭ କରିଥିବା ଯୁବତୀଯୁବକ ଷ୍ଟେଟ୍‌ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ, ଭୁବନେଶ୍ୱର ଏବଂ ଅନୁସୂଚିତ ଜାତି, ଜନଜାତି ଶିକ୍ଷିତ ପିଲାଏ ଏସ୍‌ସି/ଏସ୍‌ଟି ସ୍ପେଶାଲ ଏମ୍ପ୍ଲୟମେଣ୍ଟ ଭୁବନେଶ୍ୱରରେ ନାମ ପଞ୍ଜୀକୃତ କରାଇବା ବ୍ୟବସ୍ଥା ନିଯୁକ୍ତି ପ୍ରକରଣ ମାତ୍ରା ହ୍ରାସ ହେବାର କାରଣ ସାଜୁଥିବା କୁହାଯାଉଛି। ଆର୍ଥତ୍କ ବର୍ଷ ୨୦୨୨-୨୩ରେ ୭୧ଟି ସରକାରୀ, ବେସରକାରୀ ପ୍ରତିଷ୍ଠାନ ଏବଂ ଭାରତୀୟ ସେନାରେ ୮ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ,ଏମ୍‌କମ୍‌, ଆଇଟିଆଇରୁ ଡିପ୍ଲୋମା ଇଞ୍ଜିନିୟରିଂ କରିଥିବା ଜିଲାର ୭୦ଭାଗ ଶିକ୍ଷିତ ଯୁବବର୍ଗ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ନିଯୁକ୍ତିମୂଳକ କାଉନସେଲିଂ ଜିଲାର ବିଭିନ୍ନ ସ୍କୁଲ ଓ କଲେଜରେ ହେଉଛି। ପ୍ରତିମାସ ୫ଟି ନିଯୁକ୍ତି କ୍ୟାମ୍ପ ସହ ଜବ୍‌ ଡ୍ରାଇଭ୍‌ରେ ଯୁବତୀଯୁବକଙ୍କୁ ନିଯୁକ୍ତି କ୍ଷେତ୍ରରେ ସାମିଲ କରାଯାଉଛି। ସରକାର ୨୦୦୬ରୁ ଆତ୍ମନିଯୁକ୍ତି ପରାମର୍ଶ ମେଳାରେ ଯୁବତୀଯୁବକଙ୍କୁ ସରକାରୀ ଓ ବେସରକାରୀ ନିଯୁକ୍ତି ପ୍ରଦାନ କରିବା ବ୍ୟବସ୍ଥା ଶୁଭାରମ୍ଭ କରିଥିଲେ। ୨୦୧୨ରେ ତାଲିମ ସହ ସିଧାସଳଖ ନିଯୁକ୍ତି ପାଇଁ କାଉନସେଲଂ କ୍ୟାମ୍ପ ଓ ଡ୍ରାଇଭ୍‌ ଜବ୍‌ ବ୍ୟବସ୍ଥା ହେଲା। ମାତ୍ର ବିଡ଼ମ୍ବନାର ବିଷୟ ଲକ୍ଷ୍ୟ ହାସଲ ପାଇଁ ଯୁବତୀଯୁବକଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ପର୍ଯ୍ୟାପ୍ତ ମାତ୍ରାରେ ନ ହେବା ଓ ସରକାରୀ, ବେସରକାରୀ ନିଯୁକ୍ତିଜନିତ ସଚେତନତା ଅଭାବରୁ ୧୭ଟି ବ୍ଲକରେ ବେକାରି ସମସ୍ୟା ଦୂରୀକରଣ ଏକ ଜଟିଳ ସମସ୍ୟା ସାଜୁଛି। ରାଜନୈତିକ ଦଳଗୁଡ଼ିକ ଏଥିପ୍ରତି ଦୃଷ୍ଟି ଦେଇ ଯୁବବର୍ଗଙ୍କ ସମସ୍ୟା ତୃଣମୂଳ ସ୍ତରରେ ସମାଧାନ ନିମନ୍ତେ ପ୍ରୟାସ କଲେ ଏହା ସମ୍ଭବ ହୋଇପାରିବ ବୋଲି ଯୁବବର୍ଗଙ୍କ ମହଲରେ ମତ ପ୍ରକାଶ ପାଇଛି। ଏ ନେଇ କ୍ଲିଣ୍ଟନ ଯୋଶୀ ଟପ୍ପୋ ନାମକ ଜଣେ ମାଟ୍ରିକ ପାସ୍‌ ଛାତ୍ର କୁହନ୍ତି, ୨୦୨୦ରେ ଜିଲା ନିୟୋଜନ ଅଫିସରେ ନାମ ପଞ୍ଜୀକରଣ କରାଇବାକୁ ଆସିଥିଲି। ସବୁ ଆବଶ୍ୟକ ପ୍ରାମଣପତ୍ର ପୈଠ କଲି। ଦୀର୍ଘବର୍ଷ ଧରି ପଞ୍ଜୀକୃତ ନ ହୋଇପାରିବା କାରଣରୁ କାମଧନ୍ଦା ନ ପାଇ ବାଧ୍ୟହୋଇ ସୁରଟ ଯାଇ ମାଛଧରିବା କାମ ଆରମ୍ଭ କଲି। ମୋ ନାମ ପଞ୍ଜୀକୃତ ହେଲେ ସ୍ଥାନୀୟ ଅଞ୍ଚଳର ଫ୍ୟାକ୍ଟ୍ରିରେ ନିଯୁକ୍ତି ମିଳିପାରନ୍ତା ବୋଲି ସେ ଦର୍ଶାଇଥିଲେ। ଏନେଇ ରାଉରକେଲା ନିଯୁକ୍ତି ନିୟୋଜନ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର କିଷାନଙ୍କୁ ପଚାରିବାରୁ, ବର୍ତ୍ତମାନ ଜବ୍‌ ଡ୍ରାଇଭ୍‌ ଚାଲିଛି। ଆଗକୁ ୧୭ଟି ବ୍ଲକର ଅଧିକରୁ ଅଧିକ ଶିକ୍ଷିତ ଯୁବତୀଯୁବକଙ୍କ ନଁା ଯେଭଳି ପଞ୍ଜୀକୃତ ହୋଇପାରିବ ସେ ଉପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ଏନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?