ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ ଯୁବତୀଯୁବକଙ୍କୁ ନିଯୁକ୍ତି ସୁଯୋଗ ପ୍ରମାଣପତ୍ର ପ୍ରଦାନ କରିବା ବ୍ୟବସ୍ଥା ନ୍ୟସ୍ତ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲା ନିଯୁକ୍ତି ନିୟୋଜନ ବିଭାଗ ମାଧ୍ୟମରେ ୧୯, ୫୦୧ଯୁବତୀ ଓ ୩୧,୧୨୬ଜଣ ଯୁବକ ନିଯୁକ୍ତି ପାଇଁ ନାମ ପଞ୍ଜୀକରଣ କରିଥିଲେ। ମାତ୍ର ୩୦ହଜାର ଯୁବତୀଯୁବକଙ୍କୁ ନିଯୁକ୍ତିଭିତ୍ତିକ ପ୍ରମାଣପତ୍ର ମିଳିଥିବା ବେଳେ ୨୦ହଜାରଙ୍କୁ ପ୍ରମାଣପତ୍ର ମିଳି ନ ଥିବା ଜଣାପଡିଛି। ଅନ୍ୟପଟେ ପ୍ରମାଣପତ୍ର ପାଇ ନ ଥିବା ଯୁବତୀଯୁବକ ବିଭାଗ ସହ ସମ୍ପର୍କରେ ନ ରହିବା କାରଣରୁ ଏଭଳି ସମସ୍ୟା ହୋଇଥିବା ବିଭାଗ ପକ୍ଷରୁ କୁହାଯାଉଛି। ୩୦ହଜାର ଶିକ୍ଷିତ ଯୁବତୀଯୁବକଙ୍କ ମଧ୍ୟରୁ ୮୦ଭାଗ ବେସରକାରୀ ପ୍ରତିଷ୍ଠାନରେ ନିୟୋଜିତ ରହିଥିବା ବେଳେ ୨୦ଭାଗ ସରକାରୀ ପ୍ରତିଷ୍ଠାନରେ ଯୋଗ ଦେଇଛନ୍ତି। ଉଚ୍ଚଶିକ୍ଷା ଲାଭ କରିଥିବା ଯୁବତୀଯୁବକ ଷ୍ଟେଟ୍‌ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ, ଭୁବନେଶ୍ୱର ଏବଂ ଅନୁସୂଚିତ ଜାତି, ଜନଜାତି ଶିକ୍ଷିତ ପିଲାଏ ଏସ୍‌ସି/ଏସ୍‌ଟି ସ୍ପେଶାଲ ଏମ୍ପ୍ଲୟମେଣ୍ଟ ଭୁବନେଶ୍ୱରରେ ନାମ ପଞ୍ଜୀକୃତ କରାଇବା ବ୍ୟବସ୍ଥା ନିଯୁକ୍ତି ପ୍ରକରଣ ମାତ୍ରା ହ୍ରାସ ହେବାର କାରଣ ସାଜୁଥିବା କୁହାଯାଉଛି। ଆର୍ଥତ୍କ ବର୍ଷ ୨୦୨୨-୨୩ରେ ୭୧ଟି ସରକାରୀ, ବେସରକାରୀ ପ୍ରତିଷ୍ଠାନ ଏବଂ ଭାରତୀୟ ସେନାରେ ୮ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ,ଏମ୍‌କମ୍‌, ଆଇଟିଆଇରୁ ଡିପ୍ଲୋମା ଇଞ୍ଜିନିୟରିଂ କରିଥିବା ଜିଲାର ୭୦ଭାଗ ଶିକ୍ଷିତ ଯୁବବର୍ଗ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ନିଯୁକ୍ତିମୂଳକ କାଉନସେଲିଂ ଜିଲାର ବିଭିନ୍ନ ସ୍କୁଲ ଓ କଲେଜରେ ହେଉଛି। ପ୍ରତିମାସ ୫ଟି ନିଯୁକ୍ତି କ୍ୟାମ୍ପ ସହ ଜବ୍‌ ଡ୍ରାଇଭ୍‌ରେ ଯୁବତୀଯୁବକଙ୍କୁ ନିଯୁକ୍ତି କ୍ଷେତ୍ରରେ ସାମିଲ କରାଯାଉଛି। ସରକାର ୨୦୦୬ରୁ ଆତ୍ମନିଯୁକ୍ତି ପରାମର୍ଶ ମେଳାରେ ଯୁବତୀଯୁବକଙ୍କୁ ସରକାରୀ ଓ ବେସରକାରୀ ନିଯୁକ୍ତି ପ୍ରଦାନ କରିବା ବ୍ୟବସ୍ଥା ଶୁଭାରମ୍ଭ କରିଥିଲେ। ୨୦୧୨ରେ ତାଲିମ ସହ ସିଧାସଳଖ ନିଯୁକ୍ତି ପାଇଁ କାଉନସେଲଂ କ୍ୟାମ୍ପ ଓ ଡ୍ରାଇଭ୍‌ ଜବ୍‌ ବ୍ୟବସ୍ଥା ହେଲା। ମାତ୍ର ବିଡ଼ମ୍ବନାର ବିଷୟ ଲକ୍ଷ୍ୟ ହାସଲ ପାଇଁ ଯୁବତୀଯୁବକଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ପର୍ଯ୍ୟାପ୍ତ ମାତ୍ରାରେ ନ ହେବା ଓ ସରକାରୀ, ବେସରକାରୀ ନିଯୁକ୍ତିଜନିତ ସଚେତନତା ଅଭାବରୁ ୧୭ଟି ବ୍ଲକରେ ବେକାରି ସମସ୍ୟା ଦୂରୀକରଣ ଏକ ଜଟିଳ ସମସ୍ୟା ସାଜୁଛି। ରାଜନୈତିକ ଦଳଗୁଡ଼ିକ ଏଥିପ୍ରତି ଦୃଷ୍ଟି ଦେଇ ଯୁବବର୍ଗଙ୍କ ସମସ୍ୟା ତୃଣମୂଳ ସ୍ତରରେ ସମାଧାନ ନିମନ୍ତେ ପ୍ରୟାସ କଲେ ଏହା ସମ୍ଭବ ହୋଇପାରିବ ବୋଲି ଯୁବବର୍ଗଙ୍କ ମହଲରେ ମତ ପ୍ରକାଶ ପାଇଛି। ଏ ନେଇ କ୍ଲିଣ୍ଟନ ଯୋଶୀ ଟପ୍ପୋ ନାମକ ଜଣେ ମାଟ୍ରିକ ପାସ୍‌ ଛାତ୍ର କୁହନ୍ତି, ୨୦୨୦ରେ ଜିଲା ନିୟୋଜନ ଅଫିସରେ ନାମ ପଞ୍ଜୀକରଣ କରାଇବାକୁ ଆସିଥିଲି। ସବୁ ଆବଶ୍ୟକ ପ୍ରାମଣପତ୍ର ପୈଠ କଲି। ଦୀର୍ଘବର୍ଷ ଧରି ପଞ୍ଜୀକୃତ ନ ହୋଇପାରିବା କାରଣରୁ କାମଧନ୍ଦା ନ ପାଇ ବାଧ୍ୟହୋଇ ସୁରଟ ଯାଇ ମାଛଧରିବା କାମ ଆରମ୍ଭ କଲି। ମୋ ନାମ ପଞ୍ଜୀକୃତ ହେଲେ ସ୍ଥାନୀୟ ଅଞ୍ଚଳର ଫ୍ୟାକ୍ଟ୍ରିରେ ନିଯୁକ୍ତି ମିଳିପାରନ୍ତା ବୋଲି ସେ ଦର୍ଶାଇଥିଲେ। ଏନେଇ ରାଉରକେଲା ନିଯୁକ୍ତି ନିୟୋଜନ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର କିଷାନଙ୍କୁ ପଚାରିବାରୁ, ବର୍ତ୍ତମାନ ଜବ୍‌ ଡ୍ରାଇଭ୍‌ ଚାଲିଛି। ଆଗକୁ ୧୭ଟି ବ୍ଲକର ଅଧିକରୁ ଅଧିକ ଶିକ୍ଷିତ ଯୁବତୀଯୁବକଙ୍କ ନଁା ଯେଭଳି ପଞ୍ଜୀକୃତ ହୋଇପାରିବ ସେ ଉପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ଏନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ ଫେଲ୍‌ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ଜଣଙ୍କ ଜୀବନ

ବଣାଇଁ, ୧।୫ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା କେ ବଲାଙ୍ଗ ଥାନା ଚୁନାଘାଟିରେ ଏକ ଦୁର୍ଘଟଣା ଘଟିଛନ୍ତି। ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l...

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

ସାନମାଛ କାନ୍ଦଣା ଡ୍ୟାମ୍‌ରେ ଜଳାଭାବ

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବା ବେଳେ ବିଭିନ୍ନ ଜଳଭଣ୍ଡାର, ନଦୀନାଳର ଜଳସ୍ତର ହ୍ରାସ ପାଇଛି। ବର୍ଷା ହେଉ ନ...

ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ,ଯୋଗେଶ ସିଂହ

ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ...

ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri