ପାଓ୍ବାର ପ୍ଲାଣ୍ଟକୁ ଅଧିକ କୋଇଲା ଯୋଗାଣ ଉପରେ ଗୁରୁତ୍ୱ

ପାରାଦୀପ ୧୭ା୫(ସ୍ବ.ପ୍ର.):ଦେଶରେ ଏବେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ କୋଇଲା ସଙ୍କଟ ଦେଖାଦେଇଛି। ବିଦେଶରୁ ଆମଦାନୀ ହେଉଥିବା ଥର୍ମାଲ କୋଲ ଶୀଘ୍ର ପାୱାର ପ୍ଲାଣ୍ଟରେ କିପରି ପହଞ୍ଚା ଯାଇପାରିବ ତାହାକୁ ନେଇ ଏକ ସମୀକ୍ଷା ବୈଠକ ପାରାଦୀପଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଶକ୍ତି ବିଭାଗ ସଚିବ ଆଲୋକ କୁମାର ଯୋଗ ଦେଇଥିଲେ। ଏହି ଅବସରରେ ସେ ଦେଶର ବିଭିନ୍ନ ପାୱାର ପ୍ଲାଣ୍ଟକୁ କିପରି ଅଧିକ କୋଇଲା ଯୋଗାଣ କରାଯାଇପାରିବ ସେ ସମ୍ପର୍କରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିରେ ପାରାଦୀପ ବନ୍ଦର ଅଥରିଟି, ଏମ୍‌ସିଏଲ, ଏନ୍‌ଟିପିସି, ପୂର୍ବତଟ ରେଳବାଇ, କୋଲ ଇଣ୍ଡିଆ, ଆନ୍ଧ୍ର, କର୍ନାଟକ, ତାମିଲନାଡୁର ବିଦ୍ୟୁତ୍‌ ଉତ୍ପାଦନ କମ୍ପାନୀ ଆଦିର ପ୍ରତିନିଧି ସାମିଲ ହୋଇଥିଲେ। ପୂର୍ବାହ୍ନରେ ସଚିବ କୁମାରଙ୍କ ସହ ଉପସଚିବ ବିବେକ କୁମାର ଦେୱାନଗନ ହେଲିକପ୍ଟର ଯୋଗେ ପାରାଦୀପ ପୂର୍ବାହ୍ନରେ ପହଞ୍ଚତ୍ବା ପରେ ତାଙ୍କୁ ବନ୍ଦର ଅଧ୍ୟକ୍ଷ ପି.ଏଲ. ହାରାନ୍ଧ ସ୍ବାଗତ କରିଥିଲେ। ପରେ ବନ୍ଦର ଭିତରେ ଚାଲିଥିବା ପଣ୍ୟ କାରବାର ବ୍ୟବସ୍ଥାକୁ ସେ ବୁଲି ଦେଖିଥିଲେ। ପାରାଦୀପ ବନ୍ଦର ଅଥରିଟି ପକ୍ଷରୁ କୁହାଯାଇଥିଲା, ପାରାଦୀପ ବନ୍ଦରର ଦିନକୁ ୪୧ଟି କୋଇଲା ରେକ୍‌ ଖଲାସ କରିବା କ୍ଷମତା ଅଛି। କିନ୍ତୁ ଏବେ ୩୧ ରେକ୍‌ ଖଲାସ କରାଯାଉଛି। ଏହାକୁ ଜୁଲାଇ ମାସ ସୁଦ୍ଧା ବୃଦ୍ଧି କରାଯାଇ ୪୬ ରେକ୍‌ କରାଯିବ। ଅକ୍ଟୋବର ମାସ ସୁଦ୍ଧା ୫୭ ରେକ୍‌ କୋଇଲା ଖଲାସ କରାଯାଇପାରିବ। ସେସବୁ କୋଇଲା କିପରି ତ୍ୱରିତ ଭାବେ ଆନ୍ଧ୍ର, କର୍ନାଟକ, ତାମିଲନାଡୁକୁ ଯିବ ସେଥିପାଇଁ ପୂର୍ବତଟ ରେଳବାଇ ତଦାରଖ କରିବାକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri