ହାତୀ ନେଲା ୩ ଜୀବନ

ବାରିପଦା ଅଫିସ/ ଚିତ୍ରଡା/ ଆଠମଲ୍ଲିକ, ୨୧ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଓ ଅନୁଗୋଳ ଜିଲାରେ ମଙ୍ଗଳବାର ହାତୀ ଆକ୍ରମଣରେ ୩ଜଣଙ୍କ ଜୀବନ ଯାଇଛି। ମୟୂରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜ ମୋରଡା ବ୍ଲକ ଅଞ୍ଚଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନେ ହେଲେ ମୋରଡା ପଳାଶମୁଣ୍ଡୁଳୀ ଗ୍ରାମର ସୁଭଦ୍ରା ରଣା(୬୫) ଓ ଟୁକୁପଳାସିଆର ପ୍ରମିଳା ମହାନ୍ତ(୪୫)। ଗୁରୁତର ଥିବା ଇନ୍ଦ୍ରଜିତ ମହାନ୍ତଙ୍କୁ ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନୁଗୋଳ ଜିଲାର ମୃତ ବ୍ୟକ୍ତି ହେଲେ ଆଠମଲ୍ଲିକ ବ୍ଲକ କମଳପୁର ଗ୍ରାମର ଭାସ୍କର ଭୋକ୍ତା(୬୦)।
ସୂଚନା ଅନୁଯାୟୀ, ରବିବାର ଭୋର ସମୟରେ ପଳାଶମୁଣ୍ଡୁଳୀର ସୁଭଦ୍ରା ଫୁଲ ତୋଳିବାକୁ ଯାଇ ହାତୀ ହାବୁଡରେ ପଡିଥିଲେ। ହାତୀଟି ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ପଶ୍ଚିମବଙ୍ଗ ଆଡକୁ ଯାଉଥିବା ଉକ୍ତ ହାତୀ ଟୁକୁପଳାସିଆ ଗାଁର ପ୍ରମିଳା ଓ ଇନ୍ଦ୍ରଜିତ୍‌ଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରମିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଖବରପାଇ ବନ କର୍ମଚାରୀମାନେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ସେହିପରି ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ସଦର ରେଞ୍ଜ କମଳପୁର ଖେସେରା ଜଙ୍ଗଲ ନିକଟ ଚାରିଘରିଆ ନାଳୀ ଜମିରେ ହାତୀ ପଶିଥିବା ଖବରପାଇ ସେଠାକୁ ଯାଇଥିବା ଭାସ୍କର ଭୋକ୍ତାଙ୍କୁ ହାତୀ ଦଳି ଦେଇଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଆଠମଲ୍ଲିକ ଡିଏଫ୍‌ଓ ଆନନ୍ଦ ଏସ୍‌ଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍‌ ଗୌରୀଶଙ୍କର ଦାଶ, ରେଞ୍ଜ ଅଫିସର କୈଳାସ ସାହୁ ପୋଲିସ ସହ ପହଞ୍ଚିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଆଠମଲ୍ଲିକ ବିଧାୟକଙ୍କ ପ୍ରତିନିଧି କ୍ଷୀରୋଦ ବଘାରଙ୍କ ଉପସ୍ଥିତିରେ ବନ ବିଭାଗ ପକ୍ଷରୁ ମୃତ ଭାସ୍କରଙ୍କ ସ୍ତ୍ରୀ ଭଗବତୀଙ୍କୁ ୪୦ ହଜାର ଟଙ୍କାର ପ୍ରାଥମିକ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁର ଘରୁ ଜ୍ୱାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମୁଳିଆ,୬।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ଥାନା ଶ୍ରୀକୋଣା ଅଞ୍ଚଳର ଶ୍ୱଶୁର ଘରୁ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ମଳିକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ରବିବାର ଉଦ୍ଧାର କରିଛି। ସେ...

ଘାରିଛି କୋଭିଡ୍‌ ଭୟ: ଜେଲରେ ବଢୁଛି ସଂକ୍ରମଣ

ବ୍ରହ୍ମପୁର ଅଫିସ/ପଦ୍ମପୁର(ଡି.ଏନ.ଏ.), ୨୩।୫: କରୋନାର କରାଳ ରୂପରୁ ବାଦ୍‌ ପଡ଼ିନି କାରାଗାର। ରାଜ୍ୟର ବିଭିନ୍ନ ଜେଲରେ କଏଦୀ, ବିଚାରାଧୀନ ବନ୍ଦୀଙ୍କ ସମେତ କର୍ମଚାରୀ ସଂକ୍ରମଣର ଶିକାର...

ବନ ବିଭାଗ ଖାତାରେ ୨୬ ମୃତ, ମିସିଂ ଅଧିକ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ନଳପାହି ଗାଁର ଶିବପ୍ରସାଦ ବେହେରାଙ୍କ ସ୍ତ୍ରୀ ସରସ୍ବତୀଙ୍କ ୩ଟି ଝିଅ ଥିଲେ। ୪ର୍ଥ ଗର୍ଭରେ ପୁଅଟିଏ ହୋଇଛି।...

ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ପାରଳାଖେମୁଣ୍ଡି,୨୯ା୧୨(ଡି.ଏନ୍‌.ଏ.): କାଶୀନଗର ବ୍ଲକ ହାଡୁଭାଙ୍ଗି ଗ୍ରାମରେ ଜବରଦଖଲ ଉଚ୍ଛେଦ ପ୍ରତିବାଦରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଉଦ୍ୟମ ବେଳେ ପୋଲିସ କାବୁ କରିଛି। ତେବେ...

ଜମୁଛି ଲକ୍ଷ୍ମୀପୂଜା, କମ୍ପୁଛି ମଣ୍ଡପ

ହିନ୍ଦୋଳ,୧୯ା୧୦(ଡି.ଏନ.ଏ): ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ସାରା ଢେଙ୍କାନାଳ ଜିଲା। ପୂରପଲ୍ଲୀଠାରୁ ଆରମ୍ଭ କରି ସାରା ସହରରେ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହେଉଛି ମା’ଙ୍କ...

ବାଲୁକା କଳାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ବାରିପଦା ଅଫିସ, ୭ା୫- ବାଲୁକା କଳାରେ କରୋନା ଯୋଦ୍ଧାକୁ ସଲାମ ଜଣାଇଛନ୍ତି ଠାକୁରମୁଣ୍ଡାର ବାଲୁକା କଳାଶିଳ୍ପୀ ଦଶରଥ ମହାନ୍ତ। ବୁଧବାର ସେ ଠାକୁରମୁଣ୍ଡା ବ୍ଲକ ବାଉଁଶଡିହା...

ବ୍ରାହ୍ମଣୀ ନଦୀବନ୍ଧ : ବର୍ଷାରେ ଉଭୟ ପାର୍ଶ୍ୱରେରେନ୍‌ କର୍ଟ ସୃଷ୍ଟି

ବରୀ,୧୨।୮(ସ୍ବ.ପ୍ର.)- ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ୱ ବନ୍ଧରେ ଗତ ବୁଧବାର ଲଗାଣ ବର୍ଷାରେ ଶହେରୁ ଊର୍ଦ୍ଧ୍ୱ ରେନ୍‌ କର୍ଟ ସୃଷ୍ଟି ହୋଇଛି। ବର୍ଷା ଯୋର୍ଗୁ ଏବେ...

ପୁରୁଣା ହଟିଲେ, ନୂଆ ଗାନ୍ଧୀ ଆସୀନ

ନୟାଗଡ଼ ଅଫିସ,୨୭।୩: ନୟାଗଡ଼ ସହରର ତ୍ରିନାଥ ଛକରେ ଆମ ପାଇଁ ବଡ଼ ଆମ ନୟାଗଡ଼ ସେଲଫି ପଏଣ୍ଟ ରବିବାର ଲୋକାର୍ପିିତ ହେବା ପରେ ସେଲଫି ନେବାକୁ...

Advertisement
Archives

Model This Week