ଇଂଲିଶ୍‌ ନୁହେଁ, ଓଡ଼ିଆରେ ଆସିବ ବିଦ୍ୟୁତ୍‌ ବିଲ୍‌

ନୟାଗଡ଼ ଅଫିସ,୭।୪: ବିଦ୍ୟୁତ୍‌ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ବିଦ୍ୟୁତ୍‌ ବିଲ୍‌ ଆଉ ଇଂଲିଶରେ ନ ଆସି ଓଡିଆରେ ଗ୍ରାହକଙ୍କ ପାଖକୁ ଆସିବ । ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବାକୁ ଥିଲେ ଲାଲ ରଙ୍ଗରେ ଲେଖା ଥାଇ ନୋଟିସ୍‌ ଆସିବ। ଏହି ନୋଟିସ୍‌ ବିଦ୍ୟୁତ୍‌ ବିଲ୍‌ରେ ରହିବ । ନୋଟିସ୍‌ ପାଇବା ପରେ ଦେୟ ନ ଦେଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ। ବିନା ନୋଟିସ୍‌ରେ ଆଉ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ । ସେହିପରି ଅଘୋଷିତ ବିଦ୍ୟୁତ୍‌ କାଟ କରାଯିବ ନାହିଁ। ବିଦ୍ୟୁତ୍‌ ସରଞ୍ଜାମ ମରାମତି ଅଥବା ଯେ କୌଣସି କାରଣରୁ ବିଦ୍ୟୁତ୍‌ କାଟ ପୂର୍ବରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବ । ବିଦ୍ୟୁତ୍‌ କାଟ୍‌ କେତେ ସମୟ ହେବ ସେନେଇ ଉପଭୋକ୍ତାଙ୍କୁ ଜଣାଇ ଦିଆଯିବ। ସେହିଭଳି ମାସର ନିର୍ଦ୍ଦିଷ୍ଟ ତାରିଖରେ ମିଟର ରିଡିଂ ନିଆଯିବ । ଯେଉଁମାନେ ମିଟର ରିଡିଂ ଓ ବିଦ୍ୟୁତ୍‌ ଦେୟ ଆଦାୟ କରିବାକୁ ବିଦ୍ୟୁତ୍‌ ଗ୍ରାହକଙ୍କ ଘରକୁ ଯିବେ ସମ୍ପୃକ୍ତ କର୍ମଚାରୀମାନେ ବେକରେ ଆଇ କାର୍ଡ ପକାଇ ଯିବେ ବୋଲି ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଗୁୁରୁବାର ଗଣମାଧ୍ୟମ ପ୍ରତିନିଧି ସମ୍ମୁଖରେ କୁହାଯାଇଛି । ଆର୍ଥିକ ଓ ମାନସିକ ନିର୍ଯାତନାରୁ ରକ୍ଷା ପାଇଁ ଜିଲା ସଦର ମହକୁମାରେ ଗଢ଼ି ଉଠିଥିବା ବିଦ୍ୟୁତ୍‌ ଉପଭୋକ୍ତା ସଂଘ ଗୁରୁବାର ଟିପିଏସ୍‌ଓଡିଏଲର ନୟାଗଡ଼ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ରଙ୍କୁ ଭେଟି ଆଲୋଚନା କରିବା ପରେ ବିଦ୍ୟୁତ୍‌ ବିଭାଗରେ ପରିବର୍ତ୍ତନର ଆଭାସ ମିଳିଛି । ଏହାକୁ ଖୁବ୍‌ଶୀଘ୍ର ଲାଗୁ କରାଯିବାକୁ ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ୍‌୍‌ ଉପଭୋକ୍ତା କମିଟି ଓ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ନୟାଗଡ଼ ଜିଲାରେ ବିଦ୍ୟୁତ୍‌ ବିଭାଗରେ ଅବ୍ୟବସ୍ଥା ଓ ମନମାନୀ ବଢ଼ିବା ପରେ ବିଦ୍ୟୁତ୍‌ ଉପଭୋକ୍ତାମାନେ ଏକ କମିଟି ଗଠନ କରି ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଜିଲାସ୍ତରରେ ଗଢ଼ି ଉଠିଥିବା ଏହି କମିଟିର ନାମ ନୟାଗଡ଼ ଜିଲା ବିଦ୍ୟୁତ୍‌ ଉପଭୋକ୍ତା ସଂଘ ରଖା ଯାଇଛି । ଏହାର କର୍ମକର୍ତ୍ତା ମନୋନୀତ ହେବା ସହ ବାରମ୍ବାର ବୈଠକ ବସି କେଉଁ ଦାବି ବିଦ୍ୟୁତ୍‌ ବିଭାଗକୁ ଅବଗତ କରାଯିବ ସେନେଇ ମତାମତ ନିଆଯାଇଥିଲା । ଏହି ଅବସରରେ ବୁଧବାର ଏକ ଖବରଦାତା ସମ୍ମିଳନୀ କରାଯାଇ ବିଦ୍ୟୁତ୍‌ ବିଭାଗର ମନମାନୀ ବିରୋଧରେ କୁହାଯାଇଥିଲା। ଗୁରୁବାର ବିଦ୍ୟୁତ୍‌ ଉପଭୋକ୍ତା ସଂଘ ବିଦ୍ୟୁତ୍‌ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ୫ଦଫା ଦାବି ପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ । ଗୁରୁବାର ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଅଘୋଷିତ ପାୱାର କାଟ, ଇଂରାଜୀ ମାସର ଏକ ନିର୍ଦ୍ଦିଷ୍ଟ ତାରିଖରେ ମିଟର ରିଡିଂ ବ୍ୟବସ୍ଥା, ବିଦ୍ୟୁତ୍‌ ବିଚ୍ଛନ୍ନ ପୂର୍ବରୁ ଆଗୁଆ ନୋଟିସ୍‌, ବିଦ୍ୟୁତ୍‌ ବିଲ୍‌କୁ ଓଡ଼ିଆରେ କରିବା, ପାୱାର କାଟ୍‌ ପୂର୍ବରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରିବା, ମଟିର ରିଡିଂ ଓ ଦେୟ ଆଦାୟ ସମୟରେ ବିଦ୍ୟୁତ୍‌ କର୍ମଚାରୀ ଆଇ କାର୍ଡ ପକାଇ ଯିବା ପରି ଦାବି ରଖି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ତେବେ ନିର୍ବାହୀଯନ୍ତ୍ରୀ ୫ ଦଫା ଦାବିରୁ ୪ ଦାବି ପୂରଣ କରିଥିବାବେଳେ ଆଉ ଏକ ଦାବି ପୂରଣ କରି ପାରିବେ ନାହିଁ କହିଥିଲେ । ନୟାଗଡ଼ ବିଦ୍ୟୁତ୍‌ ଉପଭୋକ୍ତା ସଂଘର ସଭାପତି ଅବଦୁଲ ଆରିଫ ଖାନ, ସମ୍ପାଦକ ବିମଳ ପଟ୍ଟନାୟକ, ଧୀରେନ୍‌ ପଟ୍ଟନାୟକ, ଗଣମାଧ୍ୟମର ପ୍ରତିନିଧମାନେ ନିର୍ବାହୀଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏନେଇ ବିଦ୍ୟୁତ୍‌ ବିଭାଗର ନିର୍ବାହୀ ଯନ୍ତ୍ରୀ ମହାପାତ୍ର କୁହନ୍ତି, ୫ ଦଫା ଦାବିରୁ ଓଡିଆରେ ବିଦ୍ୟୁତ୍‌ ବିଲ୍‌ ଆସିବା, ବିଦ୍ୟୁତ୍‌ କାଟ ପୂର୍ବରୁ ନୋଟିସ୍‌ ଦେବା, ପାୱାର କାଟ୍‌ ପୂର୍ବରୁ ଡାକବାଜି ଯନ୍ତ୍ରରେ ଦ୍ୱାରା ପ୍ରଚାର କରିବା, ମିଟର ରିଡିଂ ଓ ଦେୟ ଆଦାୟ ବେଳେ କର୍ମଚାରୀ ପରିଚୟ ପତ୍ର ପକାଇ ଯିବା ପରି ୪ଟି ଦାବି ପୂରଣ କରାଯାଇଛି । ତେବେ ଏମ୍‌ଫସି, କଷ୍ଟ ଚାର୍ଜ ଓ ଇଡି ଚାର୍ଜ ପରି ସମସ୍ୟା ଆମେ ସମାଧାନ କରି ପାରିବୁ ନାହିଁ । ବିଦ୍ୟୁତ୍‌ ଉପଭୋକ୍ତା ସଂଘର ସମ୍ପାଦକ ବିମଳ ପଟ୍ଟନାୟକ କୁହନ୍ତି, ନିର୍ବାହୀ ଯନ୍ତ୍ରୀ ୫ ଦାବିରୁ ୪ ଦାବି ପୂରଣ କରିଛନ୍ତି । ଅନ୍ୟ ଦାବି ଆମେ ସରକାର ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇ ସମାଧାନ କରାଇବାକୁ ପଦକ୍ଷେପ ନେବୁ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?