ସଂଯୋଗ ନ ହୋଇ ବାରଣ୍ଡାରେ ଝୁଲୁଛି ବିଦ୍ୟୁତ୍‌ ତାର

ନାଉଗଁା,୧୦ା୧୨(ସ୍ବ.ପ୍ର.): ନାଉଗଁା ବ୍ଲକର ୧୧୯ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୪୨ ଅଙ୍ଗନୱାଡି କେନ୍ଦ୍ରକୁ ବିଦ୍ୟୁତିକରଣ କରାଯାଇଛି। ମାତ୍ର ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମୁଖି କାମ ଯୋଗୁ କୁନି ପିଲାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ସିଡିପିଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ, ଅଙ୍ଗନୱାଡି କେନ୍ଦ୍ରରେ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ଠିକାଦାର ଚୟନ କରାଯାଇଛି। ସମ୍ପୃକ୍ତ ଠିକାଦାରଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗୀକରଣ ବାବଦରେ ଅର୍ଥ ପ୍ରଦାନ କରିବା ପାଇଁ ନିୟମ ରହିଛି। ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ଠିକାଦାରଙ୍କ ପକ୍ଷରୁ ୪୨ ଅଙ୍ଗନୱାଡି କେନ୍ଦ୍ର ବାରଣ୍ଡାରେ ବିଦ୍ୟୁତ୍‌ ମିଟର ବସାଯାଇ ଖୁଣ୍ଡରୁ ତାର ସଂଯୋଗ କରାଯାଇଛି। ହେଲେ କୌଣସି କେନ୍ଦ୍ରର ଗୃହକୁ ବିଦ୍ୟୁତ୍‌ ସଂଯୋଗ କରାଯାଇନାହିଁ। କିନ୍ତୁ ବିଦ୍ୟୁତ୍‌ ମିଟରରୁ ଗୃହକୁ ସଂଯୋଗ ହେବା ପାଇଁ ବାହାରିଥିବା ତାର ବାରଣ୍ଡାରେ ଝୁଲି ରହିଛି। ଅଙ୍ଗନୱାଡି କେନ୍ଦ୍ରକୁ ଛୋଟ ଛୋଟ ପିଲା ଆସୁଥିବାବେଳେ କିପରି ଦାୟିତ୍ୱରେ ତାରକୁ ବାହାରେ ଝୁଲାଇ ଦେଇ ଚାଲିଯାଇଛ,ି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୌଣସି ଅଘଟଣ ଘଟିଲେ ଏଥିପାଇଁ ଦାୟୀ କିଏ ରହିବେ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। କେବଳ ଏତିକି ନୁହେଁ କେନ୍ଦ୍ରରେ ବିଦ୍ୟୁତ ମିଟର ଲଗାଯିବା ପରେ ପ୍ରତିମାସରେ ପ୍ରତି ଅଙ୍ଗନୱାଡି ପିଛା ୭୦ରୁ ୧୦୦ଟଙ୍କା ଲେଖାଏ ବିଲ୍‌ ପୈଠ କରାଯାଉଛି। ଲାଗିଥିବା ବିଦୁତ୍‌ ପିଲାଙ୍କ ସେବାରେ ଲାଗୁ ନଥିବା ବେଳେ କ’ଣ ପାଇଁ ବିଲ୍‌ ପୈଠ କରାଯାଉଛି ସେନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।
ଏ ସମ୍ପର୍କରେ ନାଉଗଁା ବିଦ୍ୟୁତ୍‌ ସେକ୍ସନ କନିଷ୍ଠ ଯନ୍ତ୍ରୀ ଦୀପକ ଭୂଇଁ କହିଛନ୍ତି, ଅଙ୍ଗନୱାଡି କେନ୍ଦ୍ରକୁ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ଜୈନିକ ଠିକାଦାର ଆସି କାର୍ଯ୍ୟାଳୟରୁ ଅନୁମତି ନେଇଥିଲେ। ଏହା ସିଙ୍ଗିଲ ଫେଜ୍‌ ଲାଇନ ହୋଇ ଥିବାରୁ ଏହା ଉପରେ ବିଭାଗ ପକ୍ଷରୁ କ୍ଷେତ୍ର ଯାଞ୍ଚର ଆବଶ୍ୟକ ନ ଥିଲା। ଯଦି ସମ୍ପଅକ୍ତ ଠିକାଦାର ବିଦ୍ୟୁତ୍‌ ସଂଯୋଗ କରି ଫାଙ୍କାରେ ତାର ଝୁଲାଇ ରଖିଥିବେ କୌଣସି ଅଘଟଣ ଘଟିଲେ ସମ୍ପୃକ୍ତ ଠିକାଦାର ଦାୟୀ ରହିବେ ବୋଲି ସେ କହିଛନ୍ତି। ଏସମ୍ପର୍କରେ ସିଡିପିଓ ବାସନ୍ତୀ ମାଇନଙ୍କ ମତାମତ ନେବାପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ମୋବାଇଲ୍‌ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri