ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଆଇଫଲ୍‌ ଟାଓ୍ବାର

ପ୍ୟାରିସ୍‌,୧୨ା୮: ଶନିବାର ଫ୍ରାନ୍ସର ଆଇକନିକ୍‌ ଟାଓ୍ବାର ଆଇଫଲ ଟାଓ୍ବାରକୁ ଉଡ଼ାଇ ଦେବା ଧମକ ପାଇବା ପରେ ସତର୍କତା ଅବଲମ୍ବନ କରାଯାଇଛି ବୋଲି ଫ୍ରାନ୍ସର ପୋଲିସ ସୂତ୍ରରୁ ପ୍ରକାଶ। ଟାଓ୍ବାରର ସମସ୍ତ ତିନି ମହଲାକୁ ଖାଲି କରିଦିଆଯାଇଛି। ବୋମା ବିସ୍ଫୋରଣ ଖବର ମିଳିବା ପରେ ଆଇଫଲ୍‌ ଟାଓ୍ବାରରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଫ୍ରାନ୍ସ ପୋଲିସର ସୂତ୍ରରୁ ପ୍ରକାଶ ଯେ, ବୋମା ବିସ୍ଫୋରଣ ଖବର ପାଇବା ପରେ ସତର୍କତା ଅବଲମ୍ବନ କରାଯାଇଛି। ଆହୁରି ମଧ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଏହି ଟାଓ୍ବାର ବନ୍ଦ ରହିଥିବା ପୋଲିସ କହିଛି।

ସୂଚନାନୁଯାୟୀ, ଘଟଣାସ୍ଥଳରେ ଏକ ବୋମା ନିଷ୍କ୍ରିୟ ଦଳ ଉପସ୍ଥିତ ଅଛନ୍ତି। ଏକାସାଙ୍ଗରେ ଫ୍ରାନ୍ସର ପୋଲିସ କର୍ମଚାରୀମାନେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରୁଛନ୍ତି। ଏହି ଟାଓ୍ବାର ପ୍ରାୟ ୩୨୪ ମିଟର ଉଚ୍ଚରେ ୧୮୮୯ରେ ନିର୍ମିତ ହୋଇଥିଲା। ପ୍ରତିବର୍ଷ ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ଲକ୍ଷାଧିକ ଲୋକ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଇରାନ ଆଗରେ ସର୍ତ୍ତ ରଖିଦେଲେ ଟ୍ରମ୍ପ, ନ ମାନିଲେ ହେବ ବଡ଼ ଯୁଦ୍ଧ

ଓ଼୍ବାଶିଂଟନ,୧୬।୪: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମାପ୍ତ କରିବା ପାଇଁ କୂଟନୈତିକ ପ୍ରୟାସ ପୁଣି ଆରମ୍ଭ ହୋଇଛି। ଉଭୟ ଦେଶ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା…

ଇରାନ୍‌ରେ ମୁନିର, ସାଉଦି ଆରବରେ ଶରିଫ୍‌

ତେହରାନ୍‌/ରିୟାଦ,୧୬ ୪: ପାକିସ୍ତାନର ସର୍ବୋଚ୍ଚ ସାମରିକ ଅଧିକାରୀ ଫିଲ୍ଡ ମାର୍ଶାଲ ଆସିମ ମୁନିର ବୁଧବାର ଇରାନ୍‌ରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ସାଉଦି ଆରବ ଗସ୍ତ କରିଛନ୍ତି।…

ଆମେରିକା ଦେଲା ଝଟକା: ଆଉ ରୁଷିଆଠାରୁ ଶସ୍ତା ତେଲ କିଣିପାରିବ ନାହିଁ ଭାରତ

ତେହରାନ୍‌,୧୬।୪: ହର୍ମୁଜ ଅବରୋଧ ମଧ୍ୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ଆଘାତ ଦେଇଛି। ଯାହା ଅନେକ ଦେଶକୁ ପ୍ରଭାବିତ କରିବ। ପ୍ରକୃତରେ, ଆମେରିକା ଆଉ ଭାରତକୁ ରୁଷୀୟ ତେଲ…

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri