ମାଟି ଦୀପ ବେପାର ମାନ୍ଦା

ବାରିପଦା ଅଫିସ,୨୬ ।୨ କୌଳିକ ବୃତ୍ତିିକୁ ଆପଣାଇ ପରିବାର ଭରଣ ପୋଷଣ କରୁଥିବା କୁମ୍ଭକାର ପରିବାର ଏବେ ଚିନ୍ତାରେ। ଏହି କାରିଗରଙ୍କ ପ୍ରତି ସରକାରୀ ଅଧିକାରୀମାନେ ଅବହେଳା କରୁଥିବାରୁ ସେମାନେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। କରୋନା କଟକଣା ପାଇଁ ଦୁଇ ବର୍ଷ ହେଲା ଦୀପାବଳି, ଜାଗର ସମେତ ଅନ୍ୟାନ୍ୟ ପୂଜାପାର୍ବଣ ସ୍ବାଭାବିକ ଭାବେ ପାଳନ ହେଉ ନ ଥିବାରୁ କୁମ୍ଭକାର ପରିବାର ବହୁ ଅସୁବିଧାରେ ଚଳୁୁଛନ୍ତି। ତେବେ ବର୍ଷରେ ଦୁଇଥର ଦୀପାବଳି ଓ ଶିବରାତ୍ରୀରେ ମାଟି ଦୀପ ବହୁଳ ବ୍ୟବସାୟ ହେଉଥିବା ବେଳେ ଚଳିତ ବର୍ଷ ଜାଗର ସମୟରେ ମନ୍ଦିରରେ ଦୀପ ଜାଳିବା ପାଇଁ ପ୍ରଶାସନ ଅନୁମତି ଦେଉ ନ ଥିବାରୁ ମାଟି ଦୀପ ବେପାର ମାନ୍ଦା ପଡ଼ିଛି।
ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ କାରିଗରମାନେ ବାରିପଦା ସ୍ଥିତ ଷ୍ଟେଶନ ବଜାର ହାଟରେ ପସରା ମେଲାଇଛନ୍ତି।
ଯୁଗ ବଦଳିବା ସହିତ ମାଟି ସାମଗ୍ରୀର ଚାହିଦା ବଢ଼ିବାରେ ଲାଗିଛି। ମାଟିକୁ ସୁନ୍ଦର ଆକୃତି ଦେଇ କାରିଗରମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଜାଗର ପାଇଁ ଆବଶ୍ୟକ ମାଟିଦୀପ ପ୍ରସ୍ତୁତି ପାଇଁ କୁମ୍ଭକାର ପରିବାର ୩/୪ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି।
ତେବେ ୫ଦିନ ପରେ ଶିବରାତ୍ରୀ ବା ଜାଗର ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଶାସନ ତରଫରୁ ଅଦ୍ୟାବଧି କୌଣସି ନିୟମାବଳୀ ପ୍ରକାଶ ପାଇ ନ ଥିବାରୁ ବ୍ରତୀମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି ା ଶୈବ ପୀଠରେ ଦୀପ ଜାଳିବା ନେଇ ଅନୁମତି ମିଳି ନ ଥିବାରୁ ମାଟିଦୀପ ବିକ୍ରି ମାନ୍ଦା ପଡ଼ିଛି ବୋଲି କୁମ୍ଭକାର ରାଜେନ୍ଦ୍ର ପ୍ରଜାପତି ପ୍ରକାଶ କରିଛନ୍ତି।
ସେହିପରି ୫୦ବର୍ଷ ଧରି କୌଳିକ ବୃତ୍ତିିକୁ ଆପଣାଇଥିବା ୧୧ନଂ. ୱାର୍ଡ ଢିପାସାହିର ବାସିନ୍ଦା ସାବିତ୍ରୀ ପ୍ରଜାପତି କୁହନ୍ତି, ଷ୍ଟିଲ, ଲୁହା ଓ ପ୍ଲାଷ୍ଟିକ ପାତ୍ରରେ ରନ୍ଧା ଖାଦ୍ୟ ଖାଇ ଲୋକେ ରୋଗାକ୍ରାନ୍ତ ହେଉଥିବାରୁ ମାଟିପାତ୍ର ଉପରେ ଭରସା ବୃଦ୍ଧି ପାଇଛି। ଆବଶ୍ୟକ କଞ୍ଚାମାଲ ଓ ଜାଳେଣି କାଠର ଦରବୃଦ୍ଧି ପାଇଁ ମାଟିପାତ୍ରରୁ ଉଚିତ ମୂଲ୍ୟ ମିଳିପାରୁ ନାହିଁ। ସେହିପରି ଉପଯୁକ୍ତ ବଜାର ବ୍ୟବସ୍ଥା ଓ ଗୋଦାମଗୃହ ଅଭାବରୁ କାରିଗରମାନେ କ୍ଷତି ସହୁଛନ୍ତି ବୋଲି ଦ୍ୱାରିକା ଦାସ ପ୍ରଜାପତି କହିଛନ୍ତି। ମହିଳା କାରିଗର ଆଶା ରାମ କୁହନ୍ତି, ଦୀର୍ଘ ୩୫ବର୍ଷ ଧରି ମାଟି ସାମଗ୍ରୀ ବିକ୍ରି କରି ଦିନକୁ ୨/୩ଶହ ଟଙ୍କା ରୋଜଗାର କରି ୬ପ୍ରାଣୀ କୁଟୁମ୍ବଙ୍କୁ ଚଳାଇ ଆସୁଛି। ସରକାରୀ ସ୍ତରରେ ସୁବିଧା ସୁଯୋଗ ଯୋଗାଇ ଦିଆଗଲେ ମାଟିପାତ୍ରର ଚାହିଦା ବୃଦ୍ଧି ହେବା ସହ କୌଳିକ ବୃତ୍ତିି ବଞ୍ଚିରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri