ଭାଗ୍ୟ ପରଖିବେ ୨ ମହାରଥୀ

ଖଇରା, ୨୬ ।୨(ଡି.ଏନ.ଏ.)

ବାଲେଶ୍ୱର ଜିଲା ଖଇରା ବ୍ଲକ ୩ନଂ. ଜୋନର ଭୋଟ ଗଣତି କାର୍ଯ୍ୟ ଶନିବାର ଖଇରା ମହାବିଦ୍ୟାଳୟ ପରିସରରେ କରାଯିବାକୁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି ା ସକାଳ ୮ଟାରୁ ଅନୁଷ୍ଠିତ ହେବାକୁ ଥିବା ଏହି ଗଣତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ବିଡିଓ ପର୍ଶୁରାମ ପଣ୍ଡା ଓ ପରିଚାଳନା ଦାୟିତ୍ୱରେ ଥିବା ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ତ୍ରିଦେବ ସୁନ୍ଦର ବରାଳ କହିଛନ୍ତି ା ସୁରକ୍ଷା ଲାଗି ପର୍ଯ୍ୟାପ୍ତ ପୋଲିସ ବନ୍ଦୋବସ୍ତ କରାଯାଇଛି ା ଖଇରା ମହାବିଦ୍ୟାଳୟ ସମ୍ମୁଖ ସୋର-କୁପାରୀ ରାସ୍ତାରେ ଭିଡ ନ ଜମାଇବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି ା ଜଣେ ଅତିରିକ୍ତ ଏସ୍‌ପି, ୨ ଇନ୍ସପେକ୍ଟରଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନେଇ ଆଇଆଇସି ଗଣେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି।
ଜିଲା ପରିଷଦ ଜୋନ ଅଧୀନରେ ଥିବା ବଡନୂଆଗାଁ, ବର୍ତ୍ତନା, ବାଉଁଶଗଡିଆ, ଗଡପୋଖରୀ, ହରିପୁର, କଇଥଗଡିଆ, କୁପାରୀ, ନୟାଖଣ୍ଡି, ରଟିଣା, ସାରକୋଣା ଆଦି ପଞ୍ଚାୟତରେ ସରପଞ୍ଚ ଏବଂ ସମସ୍ତ ୱାର୍ଡସଭ୍ୟ ପଦବୀ ପାଇଁ ଭୋଟଗଣତି ହେବ ା ଏଥିପାଇଁ ନିଯୁକ୍ତ ହୋଇଥବା ୭୦ଜଣ ପ୍ରାଥମିକ ସ୍କୁଲ ଶିକ୍ଷକମାନଙ୍କୁ ଶୁକ୍ରବାର ତାଲିମ ପ୍ରଦାନ କରାଯାଇଛି ା
କୁପାରୀ ଜୋନ ଜିଲା ପରିଷଦ ପଦବୀରେ ଚଳିତ ନିର୍ବାଚନରେ ଖଇରା ରାଜନୀତିରେ ୨ ମହାରଥୀଙ୍କ ମଧ୍ୟରେ ଲଢେଇ ହେଉଛି। ଏହି ଜୋନରେ ୨ଥର ଜିଲା ପରିଷଦ ପଦବୀ ଅକ୍ତିଆର କରିଥିବା ଭାଜପାର ଗଜେନ୍ଦ୍ର ପ୍ରସାଦ ଦାସ ଓ ୨ ଥର ବ୍ଲକ ଉପାଧ୍ୟକ୍ଷ ହୋଇଥିବା ବିଜେଡିର ଜୟନ୍ତ କୁମାର ରାଉତ ମୁହାଁମୁହିଁ ହୋଇଛନ୍ତି ା ସେହିଭଳି ଗଜେନ୍ଦ୍ରଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ଦାସ ଓ ଜୟନ୍ତଙ୍କ ଭାଇବୋହୂ ଭବଜ୍ୟୋତ୍ସ୍ନା ନାୟକଙ୍କ ମଧ୍ୟରେ କଡା ମୁକାବିଲା ହେଉଛି। ଏହଛଡା ପୂର୍ବରୁ ଜିଲା ପରିଷଦ ସଭ୍ୟ ରହିବା ସହ ଏକାଧିକ ବାର ସରପଞ୍ଚ ରହିଥିବା ବିଷ୍ଣୁ ଘଡେଇ ହରିପୁରରୁ ସମିତିସଭ୍ୟ ତଥା ରଟିଣାରୁ ସମିତିସଭ୍ୟା ଭାବେ ଲଢୁଥିବା ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଛବିଲତା ମହାପାତ୍ରଙ୍କ ଭାଗ୍ୟ ପରୀକ୍ଷା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?