ମାସେ ବଢ଼ିଲା ଇ-ଇପିକ୍‌ ଡାଉନ୍‌ଲୋଡ୍‌ ଅବଧି

ଭୁବନେଶ୍ୱର,୧ା୨(ବ୍ୟୁରୋ): ଭାରତର ନିର୍ବାଚନ ଆୟୋଗ ଗତ ୨୫ ତାରିଖ ଜାତୀୟ ଭୋଟର ଦିବସରେ ନୂଆ ମତଦାତାଙ୍କ ପାଇଁ ଇଲେକ୍‌ଟ୍ରୋନିକ୍ସ ଭୋଟର ପରିଚୟପତ୍ର(ଇ-ଇପିକ୍‌)ର ଶୁଭାରମ୍ଭ କରିଥିଲେ। ଏହା ଏକ ଡିଜିଟାଲ ଭୋଟର ପରିଚୟ ହୋଇଥିବାରୁ ସେମାନେ ଏହାକୁ ଭୋଟର ହେଲ୍ପଲାଇନ ମୋବାଇଲ ଆପ୍‌ କିମ୍ବା ଭୋଟର ପୋର୍ଟାଲ.ଇସିଆଇ.ଇନ୍‌ ଅଥବା ଏନ୍‌ଭିଏସ୍‌ପି.ଇନ୍‌ ଜରିଆରେ ଡାଉନ୍‌ଲୋଡ୍‌ କରିପାରିବେ। ଇସିଙ୍କ ନିର୍ଦ୍ଦେଶାନୁସାରେ ଯେଉଁମାନଙ୍କ ଭୋଟର ତାଲିକା ସହ ନିଜ ମୋବାଇଲ ନମ୍ବର ପଞ୍ଜୀକୃତ ହୋଇଥିବ ସେମାନଙ୍କ ଲାଗି ଏହି ବ୍ୟବସ୍ଥା କରାଯାଇଛି। ସେମାନେ ଜାନୁୟାରୀ ୨୫ରୁ ୩୧ ପର୍ଯ୍ୟନ୍ତ ନିଜ ମୋବାଇଲ ମାଧ୍ୟମରେ ଇ-ଇପିକ୍‌ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ଘୋଷଣା ହୋଇଥିଲା। ମାତ୍ର ଏବେ ଏହାର ଅବଧିକୁ ଅଧିକ ଏକ ମାସ ବୃଦ୍ଧି କରାଯାଇଛି। ଇ-ଇପିକ୍‌ ପ୍ରତି ନୂତନ ଭୋଟରଙ୍କ ଆଗ୍ରହ ବଢୁଥିବା ଦେଖି ନିର୍ବାଚନ ଆୟୋଗ ଏହାର ଡାଉନ୍‌ଲୋଡ୍‌ର ସମୟସୀମା ଫେବୃୟାରୀ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବହୁ ନୂତନ ଭୋଟର ଇ-ଇପିକ୍‌ ବା ଡିଜିଟାଲ ଫଟୋ ପରିଚୟପତ୍ର ନିଜ ମୋବାଇଲ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ଡାଉନ୍‌ଲୋଡ୍‌ କରି ନ ଥିବାରୁ ଏଥିଲାଗି ଅଧିକ ସମୟ ଦେବାକୁ ବିଭିନ୍ନ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ। ଏସବୁକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପ୍ରାଥମିକତା ଭିତ୍ତିରେ ୨୦୨୧ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାରେ ନୂତନଭାବେ ପଞ୍ଜୀକୃତ ହୋଇଥିବା ଭୋଟରଙ୍କ ନିମନ୍ତେ ଇ-ଇପିକ୍‌ ଡାଉନ୍‌ଲୋଡ୍‌ କରିବା ସମୟସୀମାକୁ ବୃଦ୍ଧି କରିଛନ୍ତି। ସେହିପରି ଏସ୍‌ଏସ୍‌ଆର୍‌-୨୦୨୧ ପୂର୍ବରୁ ପଞ୍ଜୀକୃତ ଭୋଟରମାନେ ଯେଉଁମାନଙ୍କ ମୋବାଇଲ ନମ୍ବର ସଂଯୋଗ ହୋଇଥିବ, ସେମାନଙ୍କ ପାଇଁ ମଧ୍ୟ ଇ-ଇପିକ୍‌ ବା ଡିଜିଟାଲ ଫଟୋ ପରିଚୟ ଡାଉନ୍‌ଲୋଡ୍‌ କରିବାର ସମୟ ଅଲଗା ଭାବେ ପରେ ନିର୍ବାଚନ ଆୟୋଗଙ୍କ ତରଫରୁ ଜଣାଇ ଦିଆଯିବ ବୋଲି ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀମାନେ ସମ୍ପୃକ୍ତ ଜିଲା ନିର୍ବାଚନ ଅଧିକାରୀ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ଜଣାଇବା ସହ ଇ-ଇପିକ୍‌ର ସୁଯୋଗ ନେବା ନିମନ୍ତେ ସମସ୍ତ ନୂତନ ଭୋଟରଙ୍କୁ ଉତ୍ସାହିତ କରିବାକୁ ନିର୍ବାଚନ ଆୟୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri