ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ କ୍ଷେତ୍ର: ମୁକୁଳା ପଡ଼ିଛି ଡୁଲୁରୀ ପାଇନବଣ, ରାଜସ୍ବ ହରାଉଛି ପ୍ରଶାସନ

ଦାରିଙ୍ଗବାଡ଼ି,୧୪ା୬(ଅରୁଣ ସାହୁ): ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲୁଛନ୍ତି। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଖରାଛୁଟିରେ ଛାତ୍ରୀଛାତ୍ର ପରିବାର ସହ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ଏହି ପରିପ୍ରେକ୍ଷୀରେ ଉକ୍ତ ବ୍ଲକର ପର୍ଯ୍ୟଟନକ୍ଷେତ୍ର ହିଲ୍‌ଭିୟୁ ପାର୍କ ସମେତ ନେଚର ପାର୍କ, କଫି ବଗିଚା, ମିଡିୟୁବାନ୍ଦା ଜଳପ୍ରପାତ, କିସୁବାଡ଼ି ଜଳପ୍ରପାତ, ଲଭର୍ସ ପଏଣ୍ଟ ଆଦି ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ତେବେ ଡୁଲୁରୀ ପାଇନବଣରେ ବଣଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ। ତେବେ ଶୀତଦିନ ଅକ୍ଟୋବରଠାରୁ ଜାନୁଆରୀ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କଠାରୁ ଟିକେଟ୍‌ ସଂଗ୍ରହ କରାଯାଉଥିବା ବେଳେ ତା’ ପରଠାରୁ ଡୁଲୁରୀ ପାଇନବଣର ମୁଖ୍ୟ ଫାଟକ ଖୋଲା ରହୁଛି। ଫଳରେ ଉକ୍ତ ବଣ ମଧ୍ୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ହେବା ସହ ଖାଲି ମଦ ବୋତଲ ଏଣେ ତେଣେ ପଡ଼ିବା ସହ ପ୍ଲାଷ୍ଟିକ, ପଲିଥିନ୍‌, ଅଇଁଠା ଖଲିପତ୍ର ଏଣେତେଣେ ପଡ଼ିଛି ଫଳରେ ପୁତ୍ତିମୟ ଗନ୍ଧ ହେଉଛି। ଶୀତଦିନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଏହାର ତଦାରଖ ଦାୟିତ୍ୱ ସହ ଟିକେଟ ସଂଗ୍ରହର ଦାୟିତ୍ୱ ଦିଆଯାଇଛି। ପ୍ରଶାସନ ସହ ସହାଭାଗିତାରେ ଏସ୍‌ଏଚ୍‌ଜି ମହିଳାମାନେ ମୁଖ୍ୟ ଫାଟକରେ ଟିକେଟ୍‌ ସଂଗ୍ରହ କରିବା ସହ ସଫେଇ କରି ପାଇନ ବଣକୁ ସ୍ବଚ୍ଛତା ରଖୁଥିଲେ। ଏବେ ଖୋଲା ଛାଡ଼ିଦେଇ ଥିବାରୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଛି ବୋଲି ଜଣାପଡ଼ିଛି। ହିଲଭିୟୁ ମେ’ ମାସରେ ୯୦ ହଜାର ଟିକେଟ୍‌ ବାବଦକୁ ରୋଜଗାର କରିଥିବା ବେଳେ ଡୁଲୁରୀ ପାଇନ ବଣ ଶୂନ ରୋଜଗାର ହୋଇଛି। ଏବେ ବ୍ଲକ ପ୍ରଶାସନ ଉକ୍ତ ପାଇନବଣରେ ୮୫ ଲକ୍ଷ ଟଙ୍କା ଅନୁଦାନରେ ଶିଶୁ ଉଦ୍ୟାନ, ସେଲ୍ଫି ପଏଣ୍ଟ, ଗୋଷ୍ଠୀ ଶୌଚାଳୟ, ଭୋଜି ରାନ୍ଧିବା ପାଇଁ ପିଣ୍ଡି ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ପାଇଁ ଆଶ୍ରୟ ସ୍ଥଳ, ମୁଖ୍ୟ ଫାଟକ, ସିମେଣ୍ଟ ବେଞ୍ଚ ବ୍ୟବସ୍ଥା ଆଦି କରିଥିବା ଜଣାପଡ଼ିଛି। କିନ୍ତୁ ମେକୁକା ଯୋଗୁ ଏବେ ସବୁ ଭଙ୍ଗାରୁଜା ହେବା ଆଶଙ୍କା ବୃଦ୍ଧି ପାଇଛି ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏହାକୁ ହିଲଭିୟୁ ଦାୟିତ୍ୱ ନେଇଥିବା ସାଂଜାସରୁ ଉନ୍ନୟନ ଟ୍ରଷ୍ଟକୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦେବାକୁ ବିଭିନ୍ନ ସଂଗଠନ ପକ୍ଷରୁ କନ୍ଧମାଳ ଜିଲାପାଳଙ୍କ ନିକଟରେ ଦାବି ହୋଇଛି।

ଏନେଇ ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ପଚାରିବାରୁ ସେ କହିଛନ୍ତି, ଶୀତଦିନରେ ଡୁଲୁରୀରୁ ବ୍ଲକ ପ୍ରଶାସନ ଆକାଉଣ୍ଟକୁ ୭୦ ହଜାର ଆସିଛି ଏସ୍‌ଏଚ୍‌ଜି ଓ ପ୍ରଶାସନର ଭାଗ ଅଂଶରେ ସେତିକି ରୋଜଗାର ଆସିଛି ଯଦି ନିୟମିତ ଟିକେଟ ସଂଗ୍ରହ କରାଗଲେ ଅଧିକ ରାଜସ୍ବ ଆସିପାରିଥାନ୍ତା ବୋଲି ସେ କହିଛନ୍ତି। ଏନେଇ ଜିଲାପାଳ ଅମ୍ରିତ ଋତୁରାଜଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଜୁନ୍‌ ପହିଲାରୁ ସାଂଜାସରୁ ଉନ୍ନୟନ ଟ୍ରଷ୍ଟକୁ ଦାୟିତ୍ୱ ଦିଆଯିବ। ଏନେଇ ସେ ବିଡିଓଙ୍କ ସହ ଆଲୋଚନା କରିଥିବା କହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମାସର ଅଧା ଦିନ ବିତିଯାଇଥିଲେ ମଧ୍ୟ ଡୁଲୁରୀ ପାଇନବଣ ମୁକୁଳା ପଡ଼ିଛି ତୁରନ୍ତ ଟ୍ରଷ୍ଟକୁ ଦାୟିତ୍ୱ ପ୍ରଦାନ ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?