ଗୋଟିଏ ମିନିଟ୍‌ ଟ୍ରେନ୍‌ ବିଳମ୍ବ ହେବାରୁ ଡ୍ରାଇଭର୍‌ଙ୍କୁ ୩୬ ଟଙ୍କା ଜରିମାନା

ଟୋକିଓ,୧୧।୧୧: ଭାରତରେ ଟ୍ରେନ୍‌ ବିଳମ୍ବ ହେବା ସାଧାରଣ କଥା, କିନ୍ତୁ ଦୁନିଆରେ ଏପରି ଅନେକ ଦେଶ ଅଛି, ଯେଉଁଠାରେ ଟ୍ରେନ ଠିକ ସମୟରେ ଚଳାଚଳ କରିଥାଏ। ଟିକେ ବିଳମ୍ବ ହେଲେ ଜରିମାନା ଦେବାକୁ ପଡେ। ଜାପାନ ଏହି ପ୍ରସଙ୍ଗରେ ଶୀର୍ଷରେ ରହିଛି। ଜାପାନର ଟ୍ରେନ ଗୁଡିକ ଏକ ମିନିଟ ପାଇଁ ମଧ୍ୟ ବିଳମ୍ବ ହୁଏ ନାହିଁ ଏବଂ ଯଦି ଏହା ଘଟେ ତେବେ ସେଠାରେ ହଙ୍ଗାମା ସୃଷ୍ଟି ହୁଏ। ନିକଟରେ ଜାପାନରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି। ଡ୍ରାଇଭରଙ୍କ ଭୁଲ ହେତୁ ଟ୍ରେନ ପ୍ରାୟ ଏକ ମିନିଟ ବିଳମ୍ବ ହୋଇଥିଲା ଏବଂ ତା’ପରେ ରେଳବାଇ ଡ୍ରାଇଭରଙ୍କ ବେତନରୁ ୫୬ ୟେନ ଅର୍ଥାତ୍‌ ପ୍ରାୟ ୩୬ ଟଙ୍କା କାଟିବାକୁ ନିର୍ଦ୍ଦେଶ ଦେଇଥିଲା।
ଜାପାନ ରେଳବାଇର ଏହି ଆଦେଶ ପରେ ଟ୍ରେନ ଡ୍ରାଇଭର ଏବେ କୋର୍ଟରେ ପହଞ୍ଚି ୨.୨ ମିଲିୟନ ୟେନ ଅର୍ଥାତ୍‌ ପ୍ରାୟ ୧୪.୩୭ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛି। ଡ୍ରାଇଭର ତାଙ୍କ ଓଭରଟାଇମ ଡ୍ୟୁଟି, ମାନସିକ ଯନ୍ତ୍ରଣା, ଚାକିରିରେ ସମସ୍ୟା ଇତ୍ୟାଦି ଦର୍ଶାଇ ଜାପାନ ରେଳବାଇରୁ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛି।
ଗତ ବର୍ଷ ଜୁନ ୧୮ରେ ଡ୍ରାଇଭର ଓକାୟାମା ଷ୍ଟେଶନରେ ଏକ ଖାଲି ଟ୍ରେନ ନେବାକୁ ନେବାକୁ ଯାଇଥିଲେ, କିନ୍ତୁ ହଠାତ୍‌ ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇ ବାଥରୁମକୁ ଯିବାକୁ ପଡିଥିଲା। ସେ ଏହି ଚାର୍ଜକୁ ତାଙ୍କ ଜୁନିଅର ଡ୍ରାଇଭରକୁ ଦେଇଥିଲେ, କିନ୍ତୁ ସେ ଟ୍ରେନକୁ ଭୁଲ ପ୍ଲାଟଫର୍ମରେ ଚଲାଇଥିଲେ ଏବଂ ଏହି କାରଣରୁ ଟ୍ରେନଟି ଗୋଟିଏ ମିନିଟ ବିଳମ୍ବ ହୋଇଥିଲା। ଏହା ପରେ ପଶ୍ଚିମ ଜାପାନ ରେଳ କମ୍ପାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡ୍ରାଇଭର ବେତନରୁ ୮୫ ୟେନ ଅର୍ଥାତ୍‌ ପ୍ରାୟ ୫୫.୫୭ ଟଙ୍କା କାଟିବାକୁ ନିର୍ଦ୍ଦେଶ ଦେଇଥିଲା।
ଜାପାନ ରେଳବାଇର ନିଷ୍ପତ୍ତି ବିରୋଧରେ ଡ୍ରାଇଭର ଓକାୟାମା ଲେବର ଷ୍ଟାଣ୍ଡାର୍ଡ ଯାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ଜରିମାନା ହଟାଇବା ସହ କ୍ଷତିପୂରଣ ଦାବି କରିଛି। ତେବେ ରେଳବାଇ ଏହି କଟକଣାକୁ ସଠିକ ଦର୍ଶାଇ କହିଛି ଯେ ଏହି ସମୟ ମଧ୍ୟରେ କୌଣସି କାମ କରାଯାଇ ନାହିଁ। ତେବେ କମ୍ପାନୀ ଜରିମାନାକୁ ୫୬ ୟେନକୁ କିମ୍ବା ପ୍ରାୟ ୩୬ ଟଙ୍କାକୁ ହ୍ରାସ କରିଛି। ଏହା ପରେ ଡ୍ରାଇଭର ଓକାୟାମା ଜିଲା କୋର୍ଟରେ ପହଞ୍ଚି ଯୁକ୍ତି ବାଢିଥିଲେ ଯେ,ସେହି ସମୟରେ ଟ୍ରେନ ଖାଲି ଥିବାରୁ ଟ୍ରେନ ବିଳମ୍ବ ହେବା ତାଙ୍କ କାର୍ଯ୍ୟସୂଚୀ ଉପରେ ପ୍ରଭାବ ପକାଇ ନ ଥିଲା। ଏବେ ଏହି ମାମଲା କୋର୍ଟରେ ଚାଲିଛି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?