Posted inଫୁରସତ

ନାଚୁ ନାଚୁ ହଠାତ୍‌ ବଦଳିଗଲା ଯୁବତୀଙ୍କ ଡ୍ରେସ୍‌, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏବେ ଏକ ଡ୍ୟାନ୍ସର ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି, ଜଣେ ମହିଳା ଡ୍ୟାନ୍ସରଙ୍କ ଡ୍ରେସ୍‌ ହଠାତ୍‌ ବଦଳି ଯାଉଛି। ଏହା ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓ ଆରମ୍ଭରେ ଦେଖିବାକୁ ମିଳିଛି ଜଣେ ଯୁବତୀ ନୀଳ ରଙ୍ଗର ଏକ ଡ୍ରେସ ପିନ୍ଧି ଠଆ ହୋଇଛନ୍ତି। ସେ ତାଙ୍କ ପାର୍ଟନରଙ୍କ ସହ ଷ୍ଟେଜ୍‌କୁ ଆସୁଛନ୍ତି। ନାଚିବା ପରେ ହଠାତ୍‌ ତାଙ୍କ ଡ୍ରେସ୍‌ ବଦଳିଯାଉଛି।

ଭିଡିଓଟିକୁ ଫିଲ୍ମ ମେକର ଶିରିଶ କୁନ୍ଦର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ୭ଦିନ ପୂର୍ବରୁ ଶେୟାର ହୋଇଥିବା ଭିଡିଓଟିକୁ ବର୍ତ୍ତମାନ ୯୦ ହଜାର ଲୋକ ଦେଖିସାରିଲେଣି। ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ମୁଁ ବର୍ତ୍ତମାନ ସୁଦ୍ଧା ବୁଝି ପାରୁନାହିଁ ତାଙ୍କ ଡ୍ରେସ୍‌ କେମିତି ବଦଳିଗଲା। ଆଉ ଜଣେ ୟୁଜର କହିଛନ୍ତି, ‘ବାରମ୍ବାର ଭିଡିଓ ଦେଖିବା ପରେ ଜାଣିଗଲି ଯେ, ତାଙ୍କ କପଡ଼ା କେମିତି ବଦଳିଲା ମାତ୍ର ମୁଁ କହିବି ନାହିଁ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ୧୫ ମିନିଟ୍‌ ପର୍ଯ୍ୟନ୍ତ ମୁଁ ଏହି ଭିଡିଓ ଦେଖିଲି ମାତ୍ର ଏବେ ସୁଦ୍ଧା ବୁଝିପାରୁନି ଏମିତି କେମିତି ହେଲା’।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନିଶାରେ ନଈ ମଝିକୁ ଚାଲି ଯାଇଥିଲେ ଏହି ଦୁଇ ଯୁବତୀ: ଘଟିଲା ଏଭଳି..

ଯୁବତୀଙ୍କ ସେଲ୍‌ଫି ନିଶା। ସେ ବି ଏମିତି ଯେ ସେଲ୍‌ଫି ପାଇଁ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଲେ। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଚିଣ୍ଡଓ୍ବାରା...

ମା’ ଗର୍ଭରୁ ବାହାରିବା ପରେ ଡାକ୍ତରଙ୍କ ମୁହଁରୁ ମାସ୍କ ଖୋଲିଦେଲା ନବଜାତ

କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିସାରିଛି। ଏଥିରୁ ରକ୍ଷା ପାଇବା ପାଇଁ ସତର୍କତା ଏକମାତ୍ର ବିକଳ୍ପ। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଟିକା ଆସିନାହିଁ।...

ମା’ର ମମତା: କୁକୁର ଛୁଆକୁ କ୍ଷୀର ପିଆଉଛି ଗାଈ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ସମୁଦ୍ରକୂଳରେ ଦେଖାଗଲା ରହସ୍ୟମୟ ଜୀବର ମୃତଦେହ, ଆଉ ତା’ ପରେ..

ସମୁଦ୍ରକୂଳରେ ଜୀବଜନ୍ତୁଙ୍କ ମରଶରୀର ପଡ଼ିରହିବା ଦେଖିବାକୁ ମିଳିଥାଏ। ହେଲେ ବ୍ରିଟେନ୍‌ର ଏନ୍ସଡେଲ୍‌ ସମୁଦ୍ରକୂଳରେ ଏକ ରହସ୍ୟମୟ ଜୀବର ମୃତଦେହ ଦେଖାଯାଇଛି। ଏହାକୁ ନେଇ ସେଠାରେ ଭୟର...

କରୋନା ବିଜୟୀ ପୋଖରୀ ମାନବ

ବେଙ୍ଗାଲୁରୁ: କରୋନାକୁ ଭୟ ନ ଥିଲା। କିନ୍ତୁ ଗାଁରେ ଥିବା ପୋଖରୀ ଓ ଗଛଗୁଡ଼ିକର ସୁରକ୍ଷାକୁ ନେଇ ୧୪ଦିନ ଧରି ମୁଁ ଚିନ୍ତାରେ ଥିଲି। ହସ୍ପିଟାଲରେ...

କରୋନାର ଆୟୁର୍ବେଦୀୟ ଚିକିତ୍ସା

କରୋନା ଅର୍ଥ ବଳୟ। ଗ୍ରହଣ ବେଳେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ବଳୟ ଘେରି ରହିଥାଏ। ସେହି ଆକାର ଭୂତାଣୁ ପ୍ରାଣୀଙ୍କଠାରେ ଦେଖାଦେଇଥାଏ। ଏପରି ଭୂତାଣୁ ପ୍ରାଣୀ...

ଦେବତାଙ୍କ ଦ୍ୱୀପ ବାଲି ଦ୍ୱୀପ

ଦ୍ୱୀପର ଦେଶ ଭାବେ ପରିଚିତ ଇଣ୍ଡୋନେସିଆର ଏକ ପ୍ରସିଦ୍ଧ ଦ୍ୱୀପ ହେଉଛି ବାଲି। ସମୁଦ୍ରତଟର ଆକର୍ଷଣ ସାଙ୍ଗକୁ ପର୍ଯ୍ୟଟକ ଏଠାରେ ଅନେକ ମନ୍ଦିର, ଗୁମ୍ଫା, ଝରଣା,...

ଏହି ଅଭିନେତାଙ୍କୁ ଡରୁଛନ୍ତି ଆନନ୍ଦ ମହିନ୍ଦ୍ରା, ଭିଡିଓ ଦେଖିଲେ

ସୋସିଆଲ ମିଡିଆରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ,...

Advertisement
Archives

Model This Week