ମେଟାରୁ ଛଟେଇ ହେଲେ ଭାରତୀୟ ମୂଳ ବାସିନ୍ଦା ସୁରଭି ଗୁପ୍ତା, ନେଟଫ୍ଲିକ୍ସ ଶୋ’ରେ ଆସିଥିଲେ ନଜର

ନୂଆଦିଲ୍ଲୀ,୯ ।୧୨: ଏବେ ବଡ ବଡ କମ୍ପାନୀରେ ଛଟେଇ ଅଭିଯାନ ଚାଲିଛି । ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ବି ଏଥିରୁ ଗୋଟିଏ । ନିକଟରେ ମେଟା ତା’ର ହଜାର ହଜାର କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇ ଦେଇଛି ଅର୍ଥାତ୍ ଛଟେଇ କରିଛି । ଭାରତୀୟ ମୂଳ ବାସିନ୍ଦା ସୁରଭି ଗୁପ୍ତା ବି ଏମାନଙ୍କ ମଧ୍ୟରୁ ଜଣେ କର୍ମଚାରୀ । ନିକଟରେ ସୁରଭି ନେଟଫ୍ଲିକ୍ସର ଚର୍ଚ୍ଚତ ଶୋ’ ଇଣ୍ଡିଆ ମ୍ୟାଚମେକିଂରେ ନଜର ଆସିଥିଲେ ।
ସୂଚନାଯୋଗ୍ୟ, ପେଶାରେ ଜଣେ ଇଞ୍ଜିନିୟର ସୁରଭି ୨୦୦୯ରୁ ଆମେରିକାରେ ରହି ଆସୁଥିଲେ ଓ ସେ ମେଟାରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିଲେ । ସେ କହିଛନ୍ତି ମୁଁ କେବେ ଭାବି ନ ଥିଲି ଯେ ଭଲ କାମ କରିବା ପରେ ବି କମ୍ପାନୀ ମୋତେ ବାହାର କରିଦେବ । ସୁରଭି କହିଛନ୍ତି ଦିନେ ସକାଳ ୬ଟାରେ ମୋତେ ଚାକିରିରୁ ଛଟେଇ କରାଯାଇଥିବା ମେଲ ଆସିଥିଲା । ଏହାପରେ ସେ ତାଙ୍କ କମ୍ପ୍ୟୁଟର ଆକ୍ସେସ କରିପାରି ନ ଥିଲେ ଏମିତିକି ଅଫିସର ଜିମ ମଧ୍ୟ ଯାଇ ପାରି ନ ଥିଲେ । ସେ କହିଛନ୍ତି ଏହା ମୋତେ ଖୁବ୍ ନିରାଶ କରିଛି ।
ସୂଚନା ଅନୁଯାୟୀ, ସୁରଭି ୨୦୧୮ରେ ଆମେରିକାରେ ଆୟୋଜିତ ଏକ ବ୍ୟୁଟି କଣ୍ଟେଷ୍ଟରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ । ଏଥିରେ ସେ ମିସ୍ ଭାରତ-କାଲିଫର୍ନିଆ ବିଜୟୀ ହୋଇଥିଲେ । ସେ କହିଛନ୍ତି ଗତ ୧୫ ବର୍ଷ ହେବ ଆମେରିକାରେ ଜୀବନକୁ ସରଳ କରିବାକୁ ସେ ବହୁ ପରିଶ୍ରମ କରିଛନ୍ତି । ହେଲେ କମ୍ପାନୀର ଗୋଟିଏ ମେଲ ପରେ ମୁଁ ଅନୁଭବ କରୁଥିଲି ଯେମିତି ଟାଇଟାନିକ ବୁଡି ବୁଡି ଯାଉଛି କାରଣ ମୁଁ ଗୋଟିକ ପରେ ଗୋଟିଏ ହରାଇ ଚାଲିଥିଲି, ଯେମିତି ୱାର୍କପ୍ଲେସ, ଲ୍ୟାପଟପ, ଇମେଲ ।


Enter your email to get our daily news in your inbox.

All Right Reserved By Dharitri.Com

ସରୋଗେସି ଆଇନକୁ ଅନୁମତି: ଏହାକୁ ନେଇ ଆଉ ହୋଇପାରିବନି ବ୍ୟବସାୟ

ନୂଆଦିଲ୍ଲୀ,୨୭ ।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସରୋଗେସି ଅଧିନିୟମ ୨୦୨୧କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଶନିବାର ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ବେଦା ସହ ଗେଜେଟ...

ମମତାଙ୍କୁ ଟକ୍କର ଦେବେ ଶୁଭେନ୍ଦୁ

କୋଲକାତା,୮ ।୩: ବେଳକୁ ବେଳ ପଶ୍ଚିମବଙ୍ଗ ରାଜନୀତି ହେଉଛି ସରଗରମ । ଗତ ସପ୍ତାହରେ ଶାସକ ତୃଣମୂଳ କଂଗ୍ରେସ ୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ...

ସ୍ବାମୀଙ୍କ ଆତ୍ମହତ୍ୟା ପରେ ଏମିତି କହିଥିଲେ ରେଖା, ହନିମୁନ୍‌ରେ ସବୁ ଜାଣି ସାରିଥିଲି…

ପ୍ରସିଦ୍ଧ ଅଭିନେତ୍ରୀ ରେଖା ତାଙ୍କ ଫିଲ୍ମ କ୍ୟାରିୟର ସହ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ତାଙ୍କ ଫିଲ୍ମ ଜୀବନ ଯେତିକି ସଫଳ...

ଥରିଲା ଆସାମ

ଦିଶପୁର,୭।୭: ଆସାମର ଗୋଲପାରାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ରହିଛି। ସକାଳ ୮ଟା ୪୫ ଉତ୍ତର ବଙ୍ଗାଲ, ଦାର୍ଜିଲିଂ ଓ...

ପାକିସ୍ତାନୀ ମୂଳ ଲେଖକ ତାରିକ ଫତେହଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୪: ଦୀର୍ଘ ଦିନର ଅସୁସ୍ଥତା ପରେ ପାକିସ୍ତାନୀ ମୂଳ ଲେଖକ ତାରିକ ଫତେହଙ୍କ ସୋମବାର ପରଲୋକ ଘଟିଛି। ସେ ୭୩ ବର୍ଷ ବୟସରେ ଶେଷ ନିଶ୍ୱାସ...

ମଧ୍ୟ ଏସିଆ ସୁରକ୍ଷା ପାଇଁ ଭାରତ-ରୁଷିଆ ଏକଜୁଟ…

ନୂଆଦିଲ୍ଲୀ/ମସ୍କୋ,୯।୯: ଆଫଗାନିସ୍ତାନରେ ତାଲିବାନ ଦଖଲ କରିବା ପରଠାରୁ ମଧ୍ୟ ଏସିଆ ପ୍ରତି ବିପଦ ଦେଖାଦେଇଛି। ତାଲିବାନକୁ ହାତ ବାରିସି କରି ପାକିସ୍ତାନ ଏବଂ ତୁର୍କୀ ନିଜ...

ମିଶନ ବଙ୍ଗାଲ ପାଇଁ ପାଗ ଭିଡିଛନ୍ତି ଶାହା

ନୂଆଦିଲ୍ଲୀ,୧୧ ।୨: ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ସମସ୍ତ ଶକ୍ତି ଲାଗାଇବାରେ ବ୍ୟସ୍ତ । ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଦେଶରେ କମିଛି ଅଣକରୋନା ମୃତ୍ୟୁ

ନୂଆଦିଲ୍ଲୀ,୧।୫: କରୋନା ଜନିତ ମୃତ୍ୟୁକୁ ବାଦ୍‌ଦେଲେ ଦେଶରେ ଅନ୍ୟ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ଲକ୍‌ଡାଉନ ଯୋଗୁ ଦୁର୍ଘଟଣା ସଂଖ୍ୟା କମିଛି। ସେହିପରି ହସ୍ପିଟାଲକୁ ଆସୁଥିବା...

Advertisement
Archives

Model This Week