ଡାକିବାରୁ କବାଟ କିଳିଦେଲେ ଡାକ୍ତର

ଢେଙ୍କାନାଳ ଅଫିସ, ୨୮।୮: ଦୀର୍ଘ ୨୦ ଘଣ୍ଟା ପରେ ବି ମିଳିଲାନି ରକ୍ତ ନମୁନା ପରୀକ୍ଷା ରିପୋର୍ଟ। ପେଟ ଯନ୍ତ୍ରଣାରେ ଛଟପଟ ହେଉଥିବା ସାନଭାଇକୁ ଦେଖିବାକୁ ନେହୁରା ହେବା ସତ୍ତ୍ୱେ ମୋବାଇଲରେ ବ୍ୟସ୍ତ ଥିବା ଡାକ୍ତର ଶୁଣିଲେ ନାହିଁ। ଓଲଟି କବାଟ କିଳିଦେଲେ। ସକାଳୁ କି ଇଞ୍ଜେକ୍ସନ ଦେଲେ କେଜାଣି, ଟିକେ ପୂର୍ବରୁ ଶୌଚାଳୟକୁ ଯାଇଥିବା ସାନଭାଇର ଜୀବନ ମାତ୍ର ୫ ମିନିଟ୍‌ ଭିତରେ ଚାଲିଗଲା। ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ବଡ଼ ଭାଇ। ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁ ମେଡିକାଲ କୋଠାରୁ ଡେଇଁ ୨ଜଣ ରୋଗୀ ଆତ୍ମହତ୍ୟା କରିବା ଘଟଣାର ଚର୍ଚ୍ଚା ଥମି ନ ଥିବାବେଳେ ପୁନର୍ବାର ଚିକିତ୍ସା ଅବହେଳାରୁ ରୋଗୀମୃତ୍ୟୁ ଆଲୋଡ଼ନ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ଓଡ଼ାପଡ଼ା ବ୍ଲକ ମହୀଧରପୁର ଗ୍ରାମର ପବିତ୍ର ସେଠ୍‌ଙ୍କ ସାନପୁଅ ପିଙ୍କୁନ (୨୪) ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ପେଟ ଯନ୍ତ୍ରଣା ସାଙ୍ଗକୁ ଜ୍ୱରରେ ଆକ୍ରାନ୍ତ ହୋଇ ଜିଲା ଚିକିତ୍ସାଳୟର ଭେଷଜ ବିଭାଗରେ ଭର୍ତ୍ତି ହୋଇଥିଲେ। ଶୁକ୍ରବାର ପୂର୍ବାହ୍ନରୁ ପରୀକ୍ଷା ପାଇଁ ରକ୍ତ ନମୁନା ନିଆଯାଇଥିବା ବେଳେ ଶନିବାର ଭୋର୍‌ ଯାଏ ଏହାର ରିପୋର୍ଟ ପ୍ରଦାନ କରାଗଲାନାହିଁ। ରାତିରେ ପିଙ୍କୁନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ଦାୟିତ୍ୱରେ ଥିବା ଡାକ୍ତର ଓ କର୍ମଚାରୀଙ୍କୁ ଡାକିବାରୁ ସେମାନେ ମୋବାଇଲ୍‌ରେ ବ୍ୟସ୍ତ ଥିଲେ ବି ଆସି ନ ଥିଲେ। ବାରମ୍ବାର ଡାକିବାରୁ ବିରକ୍ତ ହୋଇ ରୁମ ବନ୍ଦ କରିଦେଇଥିଲେ। ଶନିବାର ଭୋର ସାଢେ ୫ଟାରେ ପିଙ୍କୁନ୍‌ଙ୍କ ପେଟ ଯନ୍ତ୍ରଣା ଅସହ୍ୟ ହେବାରୁ ଘର ଲୋକ ଡାକ୍ତରଙ୍କୁ ଡାକିଥିଲେ। ଡାକ୍ତର ଆସି ୩ଟି ଇଞ୍ଜେକ୍ସନ ଦେବାକୁ ଲେଖି ଦେଇଥିଲେ। ଏଥିପୂର୍ବରୁ ପିଙ୍କୁନ ୱାର୍ଡ ନିକଟ ଶୌଚାଳୟକୁ ଶୌଚ ହେବା ପାଇଁ ଯାଇଥିଲେ। ସେ ଫେରିବା ପରେ ତାଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା। ତେବେ ଠିକ୍‌ ୫ ମିନିଟ୍‌ ମଧ୍ୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଚିକିତ୍ସାରେ ଗୁରୁତ୍ୱର ତ୍ରୁଟି ଯୋଗୁ ପିଙ୍କୁନଙ୍କ ମୃତ୍ୟୁ ଘଟିଥିବା ତାଙ୍କ ବଡଭାଇ ମନୋରଞ୍ଜନ ସେଠ୍‌ ଏବଂ ଅନ୍ୟ ପରିବାର ସଦସ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିବାବେଳେ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ଉପରୁ ଲୋକଙ୍କ ଭରସା ତୁଟିଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଯୁବକଙ୍କ ମୃତ୍ୟୁକୁ ନେଇ ଚିକିତ୍ସାଳୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ସଦସ୍ୟ ମୃତଦେହ ଗ୍ରାମକୁ ନେଇ ପଳାଇଥିଲେ।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କୁହନ୍ତି, ସେ ଦିନତମାନ ଜିଲା ଚିକିତ୍ସାଳୟର ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ଏ ସଂକ୍ରାନ୍ତରେ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସିଡିଏମ୍‌ଓଙ୍କ ନିକଟରେ ସୂଚନା ନ ଥିବା ଆଲୋଚନାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri