ଡାକିବାରୁ କବାଟ କିଳିଦେଲେ ଡାକ୍ତର

ଢେଙ୍କାନାଳ ଅଫିସ, ୨୮।୮: ଦୀର୍ଘ ୨୦ ଘଣ୍ଟା ପରେ ବି ମିଳିଲାନି ରକ୍ତ ନମୁନା ପରୀକ୍ଷା ରିପୋର୍ଟ। ପେଟ ଯନ୍ତ୍ରଣାରେ ଛଟପଟ ହେଉଥିବା ସାନଭାଇକୁ ଦେଖିବାକୁ ନେହୁରା ହେବା ସତ୍ତ୍ୱେ ମୋବାଇଲରେ ବ୍ୟସ୍ତ ଥିବା ଡାକ୍ତର ଶୁଣିଲେ ନାହିଁ। ଓଲଟି କବାଟ କିଳିଦେଲେ। ସକାଳୁ କି ଇଞ୍ଜେକ୍ସନ ଦେଲେ କେଜାଣି, ଟିକେ ପୂର୍ବରୁ ଶୌଚାଳୟକୁ ଯାଇଥିବା ସାନଭାଇର ଜୀବନ ମାତ୍ର ୫ ମିନିଟ୍‌ ଭିତରେ ଚାଲିଗଲା। ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ବଡ଼ ଭାଇ। ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁ ମେଡିକାଲ କୋଠାରୁ ଡେଇଁ ୨ଜଣ ରୋଗୀ ଆତ୍ମହତ୍ୟା କରିବା ଘଟଣାର ଚର୍ଚ୍ଚା ଥମି ନ ଥିବାବେଳେ ପୁନର୍ବାର ଚିକିତ୍ସା ଅବହେଳାରୁ ରୋଗୀମୃତ୍ୟୁ ଆଲୋଡ଼ନ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ଓଡ଼ାପଡ଼ା ବ୍ଲକ ମହୀଧରପୁର ଗ୍ରାମର ପବିତ୍ର ସେଠ୍‌ଙ୍କ ସାନପୁଅ ପିଙ୍କୁନ (୨୪) ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ପେଟ ଯନ୍ତ୍ରଣା ସାଙ୍ଗକୁ ଜ୍ୱରରେ ଆକ୍ରାନ୍ତ ହୋଇ ଜିଲା ଚିକିତ୍ସାଳୟର ଭେଷଜ ବିଭାଗରେ ଭର୍ତ୍ତି ହୋଇଥିଲେ। ଶୁକ୍ରବାର ପୂର୍ବାହ୍ନରୁ ପରୀକ୍ଷା ପାଇଁ ରକ୍ତ ନମୁନା ନିଆଯାଇଥିବା ବେଳେ ଶନିବାର ଭୋର୍‌ ଯାଏ ଏହାର ରିପୋର୍ଟ ପ୍ରଦାନ କରାଗଲାନାହିଁ। ରାତିରେ ପିଙ୍କୁନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ଦାୟିତ୍ୱରେ ଥିବା ଡାକ୍ତର ଓ କର୍ମଚାରୀଙ୍କୁ ଡାକିବାରୁ ସେମାନେ ମୋବାଇଲ୍‌ରେ ବ୍ୟସ୍ତ ଥିଲେ ବି ଆସି ନ ଥିଲେ। ବାରମ୍ବାର ଡାକିବାରୁ ବିରକ୍ତ ହୋଇ ରୁମ ବନ୍ଦ କରିଦେଇଥିଲେ। ଶନିବାର ଭୋର ସାଢେ ୫ଟାରେ ପିଙ୍କୁନ୍‌ଙ୍କ ପେଟ ଯନ୍ତ୍ରଣା ଅସହ୍ୟ ହେବାରୁ ଘର ଲୋକ ଡାକ୍ତରଙ୍କୁ ଡାକିଥିଲେ। ଡାକ୍ତର ଆସି ୩ଟି ଇଞ୍ଜେକ୍ସନ ଦେବାକୁ ଲେଖି ଦେଇଥିଲେ। ଏଥିପୂର୍ବରୁ ପିଙ୍କୁନ ୱାର୍ଡ ନିକଟ ଶୌଚାଳୟକୁ ଶୌଚ ହେବା ପାଇଁ ଯାଇଥିଲେ। ସେ ଫେରିବା ପରେ ତାଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା। ତେବେ ଠିକ୍‌ ୫ ମିନିଟ୍‌ ମଧ୍ୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଚିକିତ୍ସାରେ ଗୁରୁତ୍ୱର ତ୍ରୁଟି ଯୋଗୁ ପିଙ୍କୁନଙ୍କ ମୃତ୍ୟୁ ଘଟିଥିବା ତାଙ୍କ ବଡଭାଇ ମନୋରଞ୍ଜନ ସେଠ୍‌ ଏବଂ ଅନ୍ୟ ପରିବାର ସଦସ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିବାବେଳେ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ଉପରୁ ଲୋକଙ୍କ ଭରସା ତୁଟିଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଯୁବକଙ୍କ ମୃତ୍ୟୁକୁ ନେଇ ଚିକିତ୍ସାଳୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ସଦସ୍ୟ ମୃତଦେହ ଗ୍ରାମକୁ ନେଇ ପଳାଇଥିଲେ।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କୁହନ୍ତି, ସେ ଦିନତମାନ ଜିଲା ଚିକିତ୍ସାଳୟର ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ଏ ସଂକ୍ରାନ୍ତରେ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସିଡିଏମ୍‌ଓଙ୍କ ନିକଟରେ ସୂଚନା ନ ଥିବା ଆଲୋଚନାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri