ଜନ୍ମମାଟିରେ ବିଶ୍ୱସ୍ତରୀୟ ସ୍କୁଲ୍‌ କରିଛନ୍ତି ଡାକ୍ତର

କେନ୍ଦୁଝର,୧ା୫(ସ୍ବ.ପ୍ର.):କେନ୍ଦୁଝର ଜିଲାର ଜଣେ ଡାକ୍ତର ନିଜ ଗାଁରେ ଗରିବ ପିଲାଙ୍କ ପାଠ ପଢ଼ିବା ପାଇଁ ଏକ ବିଶ୍ବସ୍ତରୀୟ ସ୍କୁଲ ଖୋଲିଛନ୍ତି। ସେ ପିଲା ଦିନେ ପଢ଼ିବା ପାଇଁ କରିଥିବା କଷ୍ଟକୁ ହୃଦବୋଧ କରି ଶିକ୍ଷାରୁ ବଞ୍ଚତ୍ତ ପିଲାଙ୍କୁ ଏହା ଉପହାର ସ୍ବରୂପ ଦେଇଛନ୍ତି। ଯେଉଁଠାରେ ଗରିବ ପିଲା ମାଗଣାରେ ପାଠ୍ୟ ପୁସ୍ତକ ସହ ଧନ୍ଧାମୂଳକ ଶିକ୍ଷା ଗ୍ରହଣ କରିବାର ସୁବିଧା ଉପଲବ୍ଧ ରହିଛି। ଏଭଳି ମାଗଣାରେ ପାଠ ପଢ଼ାଇବା ବ୍ୟବସ୍ଥା କରି ଦେଶରେ ନୂତନ ଉଦାହରଣ ପାଲଟିଛନ୍ତି ହାଟଡ଼ିହି ବ୍ଲକ୍‌ ବେରୁଣପଦି ଗ୍ରାମର ଡାକ୍ତର ପ୍ରଦୀପ ସେଠୀ। ସେ କେଶ ପ୍ରତ୍ୟାରୋପଣ ବିଶେଷଜ୍ଞ ଭାବେ ମଧ୍ୟ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ହରିୟାଣାରେ ଅବସ୍ଥାପିତ ଅଛନ୍ତି।
ସୂଚନା ଅନୁଯାୟୀ, ଡାକ୍ତର ପ୍ରଦୀପ ପିଲାଟି ଦିନରୁ ପାଠ ପଢ଼ିବା ପାଇଁ ବହୁ ସଂଘର୍ଷ କରିଆସିଛନ୍ତି। ମୂଲ ମଜୁରି ଲାଗି ସ୍କୁଲ ଓ କଲେଜ ପାଠ ପଢ଼ିଥିଲେ। ନୂଆଦିଲ୍ଲୀ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସରେ ଡାକ୍ତରୀ ପାଠ ସାରିଥିଲେ। ଚିକିତ୍ସା କ୍ଷେତ୍ରରେ ୧୫ ବର୍ଷ ପରେ ସେ ନିଜ ଗାଁକୁ ଫେରି ସ୍ଥାନୀୟ ଗରିବ ପିଲାଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଦେବା ପାଇଁ ଚିନ୍ତା କରିଥିଲେ। ଏ ନେଇ ୨୦୨୩ ମାର୍ଚ୍ଚ ୪ରେ ହାଟଡ଼ିହି ବ୍ଲକ୍‌ ବେରୁଣପଦିି ନିଜସ୍ବ ଜନ୍ମ ମାଟିରେ ଉତ୍କଳ ଗୌରବ ଅନ୍ତର୍ଜାତୀୟ ବିଦ୍ୟାଳୟ ନାମରେ ବିଶ୍ୱସ୍ତରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି। ଏଥିରେ ଗ୍ରାମବାସୀ ତାଙ୍କୁ ସହଯୋଗ କରି ଶ୍ରମ ଦାନ ସହ ଜମି ଦାନ କରିଥିବା ମଧ୍ୟ ଜଣାପଡ଼ିଛି। ବିଦ୍ୟାଳୟ ଏବେ ଗରିବ ପିଲାମାନଙ୍କ ପାଇଁ ଦଶ ଏକର ପରିମିତ ଜମିରେ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ପରିସୀମା ୨୦ ଏକରକୁ ବୃଦ୍ଧି କରାଯାଇ ୨୫୦୦ ପିଲାଙ୍କୁ ଆବାସିକ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଡା. ପ୍ରଦୀପ କହିଛନ୍ତି। ସ୍କୁଲ୍‌ରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟତୀତ ଧନ୍ଦାମୂଳକ ଶିକ୍ଷା, ନିଯୁକ୍ତି ଆଦି ବ୍ୟବସ୍ଥା କରାଯିବ। ସେହିପରି ଏଠାରେ ପିଲାମାନେ କୃଷି, ବ୍ୟବସାୟ, କ୍ରୀଡ଼ା, ମନୋରଞ୍ଜନ ଓ ଶିଳ୍ପ ଆଦି କ୍ଷେତ୍ରରେ ମଧ୍ୟ ଅଧ୍ୟୟନ କରିବେ। ଏଥି ପାଇଁ ବିଶେଷ ପ୍ରତିଭାବାନ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ପାଠ ସହିତ ଆଧ୍ୟାତ୍ମିକ ବିଦ୍ୟା ପ୍ରଦାନ ବ୍ୟବସ୍ଥା କରାଯାଇଛି। କ୍ରୀଡ଼ା ପାଇଁ ପୂର୍ବତନ ଭାରତୀୟ କ୍ରିକେଟ୍‌ ଦଳର କ୍ୟାପଟେନ ରବି ଶାସ୍ତ୍ରୀ, ସଙ୍ଗୀତ ଓ କଳା ପାଇଁ ସୋନୁ ନିଗମ, ଯୁବିନ ନଉଟିୟାଲ ଓ ବ୍ୟବସାୟ ପାଇଁ ରାଜୀବ ବଜାଜଙ୍କ ଭଳି ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଇଛି।
ଡା. ପ୍ରଦୀପ ଧରିତ୍ରୀକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଗୁରୁ ଶ୍ରୀ ପରମେଶ୍ବର ଯୋଗାନନ୍ଦଙ୍କ ଭକ୍ତ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏଭଳି ସ୍କୁଲ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜର ଜୀବନ ସାର୍ଥକ ହେବ ଯେତେବେଳେ ନିଜ ସମ୍ବଳର ସଦୁପଯୋଗ କରି ଅବହେଳିତ ଲୋକଙ୍କ ପାଇଁ କିଛି କରିବେ। ଏହା ହିଁ ଗୁରୁଙ୍କ ନୀତିବାଣୀ ଅଛି। ଯାହାକୁ ସେ ପାଳନ କରୁଛନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri