ଘୁମୁସର ଜିଲା ଆନ୍ଦୋଳନ ତେଜିଲା

ଭଞ୍ଜନଗର,୨୨୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁରକୁ ନୂଆ ଜିଲା କରିବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିଦିନ ପୂର୍ବେ ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲା ଓ ଆଉ କେତେକ ଅଞ୍ଚଳରେ ନୂଆ ଜିଲା ଦାବି ନେଇ ଆନ୍ଦୋଳନ ମୁଣ୍ଡ ଟେକିଛି ।
ଘୁମୁସର ଜିଲା ଘୋଷଣା ପାଇଁ ୨୯ବର୍ଷ ହେବ ଆନ୍ଦୋଳନ ଚଳାଇଥିବା ଭଞ୍ଜନଗର ଉପଖଣ୍ଡବାସୀ ବର୍ତ୍ତମାନ ପୁଣି ଦାବି ଦୋହରାଇବା ଆରମ୍ଭ କରିଦେଇଛନ୍ତି । ସୋମବାର କଂଗ୍ରେସ ଦଳ, ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଭଞ୍ଜନଗର ଗସ୍ତରେ ଆସିଥିବା ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟି ଘୁମୁସର ଜିଲା ଘୋଷଣା ଲାଗି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ପୂର୍ବରୁ ଶନିବାର ସ୍ଥାନୀୟ ନାୟକ ଭବନ ପରିସରରେ ହୋଇଥିବା ବରିଷ୍ଠ ନାଗରିକ ମଞ୍ଚ ବୈଠକରେ ମଧ୍ୟ ଜିଲା ଘୋଷଣା ଦାବି ନେଇ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ବିଭିନ୍ନ ସଙ୍ଗଠନକୁ ନେଇ ଆନ୍ଦୋଳନକୁ ଜୋରଦାର କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାପୁର୍ବରୁ ବାର୍‌ ଆସୋସିଏଶନ କାର୍ଯ୍ୟକାରୀଣି ବୈଠକରେ ମଧ୍ୟ ଘୁମୁସର ଜିଲା ଆନ୍ଦୋଳନ କିଭଳି ସଫଳ ହେବ ସେନେଇ ମୈଖିକ ଆଲୋଚନା ହୋଇଛି। ଆଗାମୀ ଦିନରେ ଆଉ କିଛି ସଙ୍ଗଠନ ଘୁମୁସର ଜିଲା ଦାବି ଆନ୍ଦୋଳନରେ ସାମିଲ ହେବା ସମ୍ଭାବନା ରହିଛି । ଭୌଗଳିକ ଦୃଷ୍ଟି କୋଣରୁ ଭଞ୍ଜନଗର ଉପଖଣ୍ଡ ରାଜ୍ୟର ବଡ଼ ଉପଖଣ୍ଡ। ଜଗନ୍ନାଥପ୍ରସାଦ ବ୍ଲକ ରଗଡ଼ାରୁ ଜଣେ ବ୍ୟକ୍ତିଙ୍କୁ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ହେଲେ ୧୫୦ କିମି ୩ଟି ବସ୍‌ ବଦଳାଇ ଯିବାକୁ ପଡ଼ୁଛି। ଦୂରତ୍ୱ ଏବଂ ଅନ୍ୟାନ୍ୟ କାରଣରୁ ଘୁମୁସର ଜିଲାର ଆବଶ୍ୟକତା ରହିଛି । ୧୯୯୩ରେ ରାଜ୍ୟରେ ୧୩ ଜିଲାରୁ ୩୦ ଜିଲାକୁ ବୃଦ୍ଧି କରାଯାଇଥିଲା । ଏହାପରେ ଆଉ ନୂଆ ଜିଲା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ। କିନ୍ତୁ ୧୩ରୁ ୩୦ ଜିଲାକୁ ବୃଦ୍ଧି ପରେ ଆଉ କିଛି ନୂତନ ଜିଲା ଘୋଷଣା ପାଇଁ କେତକ ଜିଲାରେ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ଅଞ୍ଚଳକୁ ନେଇ ନୂଆ ଜିଲା ଘୋଷଣା ଦାବି ଉଠିଥିଲା। କିନ୍ତୁ ଜନତାଦଳ, କଂଗ୍ରେସ, ବିଜେଡ଼ି ଓ ଭାଜପା ମେଣ୍ଟ ସରକାର ଏବଂ ବର୍ତ୍ତମାନର ବିଜେଡ଼ି ସରକାର ଚାଲିଥିଲେ ମଧ୍ୟ ଜିଲା ଦାବି ପ୍ରତି କୌଣସି ସରକାର ଗୁରୁତ୍ୱ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri