ଜିଲାପାଳ ଦେଉଛନ୍ତି ନିର୍ଯାତନା

ଖୋର୍ଦ୍ଧା ଅଫିସ,୨୫ା୧୧:ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ତାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ହେମନ୍ତ ଭୋଇଙ୍କୁ ମାନସିକ ନିର୍ଯାତନା ଦେଉଥିବା ଗୁରୁବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ଏପରିକି ଜିଲାପାଳ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ବାସଭବନରେ ନିଜସ୍ବ କାମରେ ଲଗାଉଛନ୍ତି। ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହ କାର୍ଯ୍ୟାଳୟକୁ ନ ଆସିବାକୁ ଧମକ ଦେଉଥିବା ହେମନ୍ତଙ୍କ ସ୍ତ୍ରୀ ସବିତା ନାୟକ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣା ପ୍ରଶାସନିକ ମହଲରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ଜିଲାପାଳଙ୍କ କାର୍ଯ୍ୟାଳୟରେ ହେମନ୍ତ ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ଜିଲାପାଳ ହେମନ୍ତଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଉଥିବା ନେଇ ସବିତା ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ ହେମନ୍ତଙ୍କ ବାସଭବନକୁ ଯାଇ ଏହି ଦମ୍ପତିଙ୍କୁ ବୁଝାଶୁଝା କରିଥିଲେ। ତେବେ ହେମନ୍ତ ଓ ସବିତା ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରେ ସଦର ଏସ୍‌ଡିପିଓ ଦିଲୀପ ଦାସ, ଅତିରିକ୍ତ ଜିଲାପାଳ ପାଢ଼ୀ ଥାନାଧିକାରୀଙ୍କ କୋଠରିରେ ଦୀର୍ଘ ସମୟ ଧରି ହେମନ୍ତ ଓ ସବିତାଙ୍କ ସହ ଆଲୋଚନା କରିଥିଲେ। ଖୋର୍ଦ୍ଧା ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ଭୁବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁ ମଧ୍ୟ ସେମାନଙ୍କୁ ବୁଝାଶୁଝା କରିଥିଲେ ସୁଦ୍ଧା ହେମନ୍ତ ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି। ଅପରପକ୍ଷେ ଅପରାହ୍ନ ୫ଟାରେ ଜିଲାର ବିଭିନ୍ନ ଅଧିକାରୀଙ୍କୂ ନେଇ ବୈଠକ ହୋଇଥିବା ଜଣାପଡ଼ିଛି।
ଏନେଇ ସବିତା କହିଛନ୍ତି, ହେମନ୍ତ ଦୀର୍ଘଦିନ ହେବ ମାନସିକ ଚାପରେ ରହିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ଜିଲାପାଳ ତାଙ୍କୁ ନିଜ ବାସଭବନରେ ଖଟାଉଛନ୍ତି। ଜଣେ ସରକାରୀ କର୍ମଚାରୀଙ୍କ ପ୍ରତି ଜିଲାପାଳଙ୍କ ଏଭଳି ଆକ୍ଷେପ କେତେଦୂର ନ୍ୟାୟସଙ୍ଗତ। ସେହିପରି ହେମନ୍ତ କହିଛନ୍ତି, ଏବେ ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଛି। ଜିଲାପାଳ ମୋତେ କାର୍ଯ୍ୟାଳୟରୁ ହଟାଇ ତାଙ୍କ ବାସଭବନରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ ମୁତାବକ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାମ କରୁଛି। ଗୁରୁବାର ସକାଳେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ କୌଣସି କାରଣକୁ ନେଇ ହଠାତ୍‌ ସେ ମୋତେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଜାତିକୁ ନେଇ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କଲେ, ଯାହାକୁ ନେଇ ମୁଁ ମର୍ମାହତ। ମୁଁ ମାନସିକ ସ୍ତରରେ ଭାରସାମ୍ୟ ହରାଇବାରୁ ରକ୍ତଚାପ ବଢିଯାଇଛି। ମେଡିକାଲରୁ ଚିକିତ୍ସିତ ହୋଇ ଫେରିଛି। ସମସ୍ତ ଘଟଣା ସମ୍ପର୍କରେ ଅତିରିକ୍ତ ଜିଲାପାଳ ପାଢ଼ୀଙ୍କୁ ଜଣାଇଛି। ନ୍ୟାୟ ନ ମିଳିଲେ ଅନୁସୂଚିତ ଜାତି ଓ ଜନଜାତି କମିଶନର ଏବଂ ରାଜ୍ୟ ମାନବ ଅଧିକାର କମିଶନରଙ୍କ ଦ୍ୱାରସ୍ଥ ହେବି। ଏନେଇ ପୂର୍ବାହ୍ନ ୧୧ଟା ୧୨ରେ ଜିଲାପାଳଙ୍କ ମୋବାଇଲ ନମ୍ବର(୯୪୩୯୦୩୩୫୬୭)କୁ ଯୋଗାଯୋଗ କରାଯିବାରୁ ସେ ଫୋନ ଉଠାଇ ନ ଥିଲେ। ପରେ ତାଙ୍କ ଫୋନ ସୁଇଚ୍‌ ଅଫ୍‌ ହୋଇଯିବାରୁ କୌଣସି ମତାମତ ମିଳିପାରି ନାହିଁ।
ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ପାଢ଼ୀ କହିଛନ୍ତି, ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ହେମନ୍ତ ଓ ତାଙ୍କ ସ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲି। ଉଭୟଙ୍କ ସହ ଆଲୋଚନା କରିଛି। ଜିଲାର ମୁଖ୍ୟ ହେଉଛନ୍ତି ଜିଲାପାଳ। ଯଦି ସିଏ କୌଣସି କାରଣବଶତଃ କିଛି କହି ଦେଇଛନ୍ତି, ତାହା ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ। କୌଣସି କଥାକୁ ନେଇ ମତାନ୍ତର ରହିବା ସ୍ବାଭାବିକ। େ ତବେ ଏହାର ସମାଧାନ ମଧ୍ୟ ଅଛି। ତେଣୁ ସେମାନଙ୍କ ସହ ଆଲୋଚନା କରାଯାଉଛି ବୋଲି ପାଢ଼ୀ ପ୍ରକାଶ କରିଛନ୍ତି। ସେହିପରି ସଦର ଏସ୍‌ଡିପିଓ ଦାସ କହିଛନ୍ତି, ଜିଲାପାଳ ହେମନ୍ତଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ହେମନ୍ତଙ୍କ ସ୍ତ୍ରୀ ସବିତା ଅଭିଯୋଗ କରିଛନ୍ତି। ଅଭିଯୋଗର ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri