ବିଲ୍ଡର ସଂସ୍ଥାର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଫ୍ଲାଟ୍‌ ଦେବାକୁ କହି ଏକାଧିକ ଲୋକଙ୍କଠାରୁ ୧.୧୬ କୋଟି ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମଧ୍ୟସ୍ଥ ସାଜିଥିବା ଜଣେ ବିଲ୍ଡରଙ୍କୁ ଗିରଫ କରିଛି। ସେ ହେଲେ ନୟାଗଡ଼ ଜିଲା ଫତେଗଡ଼ ଥାନା ନୂଆଗାଁ ଗ୍ରାମର ଅମ୍ରେଶ ଷଡ଼ଙ୍ଗୀ। ଇଓଡବ୍ଲ୍ୟୁ ତାଙ୍କୁ ଶୁକ୍ରବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଅମ୍ରେଶ ହେଉଛନ୍ତି ବିଲ୍ଡର ସଂସ୍ଥା ‘କଟେଜ ପ୍ରାଇଭେଟ ଲିମିଟେଡ’ ଓ ‘ଏଲ୍‌ଏକ୍ସ ମାକ୍ସ ଡେଭ୍‌ଲପର୍ସ ପ୍ରାଇଭେଟ ଲିମିଟେଡ’ର ନିର୍ଦ୍ଦେଶକ ତଥା ‘ଷଡଙ୍ଗୀ ଟ୍ରେଡର୍ସ’ର ମାଲିକ। ଇଓଡବ୍ଲ୍ୟୁ ଅଭିଯୁକ୍ତ ଅମ୍ରେଶ ଓ ଠକେଇ ସଂସ୍ଥା ‘ବସେରା ଡିଜାଇନ୍‌ସ ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡିଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଏଥିସହ ଅଭିଯୁକ୍ତଙ୍କଠାରୁ ବହୁ କାଗଜପତ୍ର ଜବତ କରାଯାଇଛି। ସମ୍ପୃକ୍ତ ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ଉଦ୍ୟମ ଚଳାଇଥିବା ଜଣାପଡିଛି।
ଇଓଡବ୍ଲ୍ୟୁର ସୂଚନା ଅନୁଯାୟୀ, ‘ବସେରା ଡିଜାଇନ୍‌ସ ପ୍ରାଇଭେଟ ଲିମିଟେଡ’ ସଂସ୍ଥା ଓ ତାଙ୍କ ସହଯୋଗୀମାନେ ଭୁବନେଶ୍ୱର ସିଜୁଆଠାରେ ‘ବସେରା ପ୍ରେସ୍‌କୋ’ ପ୍ରୋଜେକ୍ଟରେ ଫ୍ଲାଟ୍‌ ଦେବାକୁ କହି ବହୁ ଲୋକଙ୍କୁ ଜାଲରେ ଫସାଇଥିଲା। ଅଭିଯୁକ୍ତ ଅମ୍ରେଶ ଉକ୍ତ ସଂସ୍ଥାର ସହଯୋଗୀ କହି ଫ୍ଲାଟ କିଣିବାକୁ ଲୋକ ଯୋଗାଡ଼ କରୁଥିଲେ। ତାଙ୍କ କଥାରେ ପଡ଼ି ଜ୍ୟୋତିଶେଖର ପଣ୍ଡା ଓ ତାଙ୍କ ଭାଇ ଶୁଭଶଙ୍କର ଉକ୍ତ ପ୍ରୋଜେକ୍ଟରେ ଏକ ୩ ବିଏଚ୍‌କେ ଫ୍ଲାଟ୍‌ ୪୧ ଲକ୍ଷ ୫୦ ହଜାର ଟଙ୍କାରେ କିଣିବାକୁ ନାମ ପଞ୍ଜୀକରଣ କରିଥିଲେ। ଏଥିପାଇଁ ୨୦୧୬ ଏପ୍ରିଲ ୨୫ରେ ମାଲିକାନା ଚୁକ୍ତିପତ୍ର ହୋଇଥିଲା। ୨୦୧୭ ଜୁନ ୩୦ରେ ଫ୍ଲାଟ୍‌ ନଂ.୩୦୬ ଦିଆଯିବାକୁ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ଆଲାହାବାଦ୍‌ ବ୍ୟାଙ୍କର ଓଲ୍ଡ ଷ୍ଟେଶନ ସ୍କୋୟାର ବ୍ରାଞ୍ଚ୍‌ରେ ଉଭୟ ଭାଇ ୩୨ ଲକ୍ଷ ଟଙ୍କାର ଏକ ଗୃହଋଣ କରିଥିଲେ। ବ୍ୟାଙ୍କ, ବିଲ୍ଡର ଓ ଦୁଇ ଭାଇଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ହୋଇଥିଲା। ସେଥିରେ ଅଭିଯୁକ୍ତ ଅମ୍ରେଶ ମଧ୍ୟ ସାକ୍ଷୀ ଥିଲେ। ତେବେ ବ୍ୟାଙ୍କ ପକ୍ଷରୁ ଲୋନ୍‌ ବାବଦକୁ ‘ବସେରା ଡିଜାଇନ୍‌ସ ପ୍ରାଇଭେଟ ଲିମିଟେଡ’ର ବ୍ୟାଙ୍କ ଆକାଉଣ୍ଟକୁ ୧୮ ଲକ୍ଷ ୫୦ ହଜାର ଟଙ୍କା ପଠାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସଂସ୍ଥା ପକ୍ଷରୁ ଅମ୍ରେଶଙ୍କୁ ଫ୍ଲାଟ୍‌ ଦିଆଯାଇ ନ ଥିଲା। ଏପରି କି ପଳାଶୁଣୀଠାରେ ଥିବା ଅଫିସ ବନ୍ଦ କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏନେଇ ଅଭିଯୋଗ ପରେ ଇଓଡବ୍ଲ୍ୟୁ ୨୦୨୦ ଫେବୃୟାରୀ ୨ରେ ଏକ ମାମଲା (ନଂ.୨/୨୦୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡିଛି ଯେ, ଉକ୍ତ ସଂସ୍ଥା ବିଭିନ୍ନ ପ୍ରୋଜେକ୍ଟରେ ଫ୍ଲାଟ ଦେବାକୁ କହି ଏକାଧିକ ଲୋକଙ୍କଠାରୁ ୧.୧୬ କୋଟି ଟଙ୍କା ଠକେଇ କରିଛି। ଏନେଇ ପୂର୍ବରୁ ମଧ୍ୟ ମାମଲା ରହିଛି। ଏପରି କି ‘ବସେରା ଡିଜାଇନ୍‌ସ ପ୍ରାଇଭେଟ ଲିମିଟେଡ୍‌’ରୁ ବିପୁଳ ଟଙ୍କା ‘ଷଡ଼ଙ୍ଗୀ ଟେଡର୍ସ’ ଆକାଉଣ୍ଟକୁ ଯାଇଛି। ତେଣୁ ଅନ୍ୟମାନେ ଗିରଫ ହେଲେ ଏହି ଠକେଇ ରାକେଟର ଅନେକ ତଥ୍ୟ ଆସିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri