ବିଲ୍ଡର ସଂସ୍ଥାର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଫ୍ଲାଟ୍‌ ଦେବାକୁ କହି ଏକାଧିକ ଲୋକଙ୍କଠାରୁ ୧.୧୬ କୋଟି ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମଧ୍ୟସ୍ଥ ସାଜିଥିବା ଜଣେ ବିଲ୍ଡରଙ୍କୁ ଗିରଫ କରିଛି। ସେ ହେଲେ ନୟାଗଡ଼ ଜିଲା ଫତେଗଡ଼ ଥାନା ନୂଆଗାଁ ଗ୍ରାମର ଅମ୍ରେଶ ଷଡ଼ଙ୍ଗୀ। ଇଓଡବ୍ଲ୍ୟୁ ତାଙ୍କୁ ଶୁକ୍ରବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଅମ୍ରେଶ ହେଉଛନ୍ତି ବିଲ୍ଡର ସଂସ୍ଥା ‘କଟେଜ ପ୍ରାଇଭେଟ ଲିମିଟେଡ’ ଓ ‘ଏଲ୍‌ଏକ୍ସ ମାକ୍ସ ଡେଭ୍‌ଲପର୍ସ ପ୍ରାଇଭେଟ ଲିମିଟେଡ’ର ନିର୍ଦ୍ଦେଶକ ତଥା ‘ଷଡଙ୍ଗୀ ଟ୍ରେଡର୍ସ’ର ମାଲିକ। ଇଓଡବ୍ଲ୍ୟୁ ଅଭିଯୁକ୍ତ ଅମ୍ରେଶ ଓ ଠକେଇ ସଂସ୍ଥା ‘ବସେରା ଡିଜାଇନ୍‌ସ ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡିଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଏଥିସହ ଅଭିଯୁକ୍ତଙ୍କଠାରୁ ବହୁ କାଗଜପତ୍ର ଜବତ କରାଯାଇଛି। ସମ୍ପୃକ୍ତ ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ଉଦ୍ୟମ ଚଳାଇଥିବା ଜଣାପଡିଛି।
ଇଓଡବ୍ଲ୍ୟୁର ସୂଚନା ଅନୁଯାୟୀ, ‘ବସେରା ଡିଜାଇନ୍‌ସ ପ୍ରାଇଭେଟ ଲିମିଟେଡ’ ସଂସ୍ଥା ଓ ତାଙ୍କ ସହଯୋଗୀମାନେ ଭୁବନେଶ୍ୱର ସିଜୁଆଠାରେ ‘ବସେରା ପ୍ରେସ୍‌କୋ’ ପ୍ରୋଜେକ୍ଟରେ ଫ୍ଲାଟ୍‌ ଦେବାକୁ କହି ବହୁ ଲୋକଙ୍କୁ ଜାଲରେ ଫସାଇଥିଲା। ଅଭିଯୁକ୍ତ ଅମ୍ରେଶ ଉକ୍ତ ସଂସ୍ଥାର ସହଯୋଗୀ କହି ଫ୍ଲାଟ କିଣିବାକୁ ଲୋକ ଯୋଗାଡ଼ କରୁଥିଲେ। ତାଙ୍କ କଥାରେ ପଡ଼ି ଜ୍ୟୋତିଶେଖର ପଣ୍ଡା ଓ ତାଙ୍କ ଭାଇ ଶୁଭଶଙ୍କର ଉକ୍ତ ପ୍ରୋଜେକ୍ଟରେ ଏକ ୩ ବିଏଚ୍‌କେ ଫ୍ଲାଟ୍‌ ୪୧ ଲକ୍ଷ ୫୦ ହଜାର ଟଙ୍କାରେ କିଣିବାକୁ ନାମ ପଞ୍ଜୀକରଣ କରିଥିଲେ। ଏଥିପାଇଁ ୨୦୧୬ ଏପ୍ରିଲ ୨୫ରେ ମାଲିକାନା ଚୁକ୍ତିପତ୍ର ହୋଇଥିଲା। ୨୦୧୭ ଜୁନ ୩୦ରେ ଫ୍ଲାଟ୍‌ ନଂ.୩୦୬ ଦିଆଯିବାକୁ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ଆଲାହାବାଦ୍‌ ବ୍ୟାଙ୍କର ଓଲ୍ଡ ଷ୍ଟେଶନ ସ୍କୋୟାର ବ୍ରାଞ୍ଚ୍‌ରେ ଉଭୟ ଭାଇ ୩୨ ଲକ୍ଷ ଟଙ୍କାର ଏକ ଗୃହଋଣ କରିଥିଲେ। ବ୍ୟାଙ୍କ, ବିଲ୍ଡର ଓ ଦୁଇ ଭାଇଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ହୋଇଥିଲା। ସେଥିରେ ଅଭିଯୁକ୍ତ ଅମ୍ରେଶ ମଧ୍ୟ ସାକ୍ଷୀ ଥିଲେ। ତେବେ ବ୍ୟାଙ୍କ ପକ୍ଷରୁ ଲୋନ୍‌ ବାବଦକୁ ‘ବସେରା ଡିଜାଇନ୍‌ସ ପ୍ରାଇଭେଟ ଲିମିଟେଡ’ର ବ୍ୟାଙ୍କ ଆକାଉଣ୍ଟକୁ ୧୮ ଲକ୍ଷ ୫୦ ହଜାର ଟଙ୍କା ପଠାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସଂସ୍ଥା ପକ୍ଷରୁ ଅମ୍ରେଶଙ୍କୁ ଫ୍ଲାଟ୍‌ ଦିଆଯାଇ ନ ଥିଲା। ଏପରି କି ପଳାଶୁଣୀଠାରେ ଥିବା ଅଫିସ ବନ୍ଦ କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏନେଇ ଅଭିଯୋଗ ପରେ ଇଓଡବ୍ଲ୍ୟୁ ୨୦୨୦ ଫେବୃୟାରୀ ୨ରେ ଏକ ମାମଲା (ନଂ.୨/୨୦୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡିଛି ଯେ, ଉକ୍ତ ସଂସ୍ଥା ବିଭିନ୍ନ ପ୍ରୋଜେକ୍ଟରେ ଫ୍ଲାଟ ଦେବାକୁ କହି ଏକାଧିକ ଲୋକଙ୍କଠାରୁ ୧.୧୬ କୋଟି ଟଙ୍କା ଠକେଇ କରିଛି। ଏନେଇ ପୂର୍ବରୁ ମଧ୍ୟ ମାମଲା ରହିଛି। ଏପରି କି ‘ବସେରା ଡିଜାଇନ୍‌ସ ପ୍ରାଇଭେଟ ଲିମିଟେଡ୍‌’ରୁ ବିପୁଳ ଟଙ୍କା ‘ଷଡ଼ଙ୍ଗୀ ଟେଡର୍ସ’ ଆକାଉଣ୍ଟକୁ ଯାଇଛି। ତେଣୁ ଅନ୍ୟମାନେ ଗିରଫ ହେଲେ ଏହି ଠକେଇ ରାକେଟର ଅନେକ ତଥ୍ୟ ଆସିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?