ବିପଦପୂର୍ଣ୍ଣ ସ୍ଥାନ ସମ୍ପର୍କରେ ଜଣାଇବେ କର୍ପୋରେଟର

ଭୁବନେଶ୍ୱର, ୧୮।୬ (ବ୍ୟୁରୋ): ଓଡ଼ିଶା ଛୁଇଁଛି ମୌସୁମୀ। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଆଗକୁ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ବର୍ଷାଜନିତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଚଳିତ ମୌସୁମୀରେ ଯେପରି ସହରରେ ଜଳବନ୍ଦୀ ଏବଂ ଡ୍ରେନେଜ ସମସ୍ୟା ନ ହେବ ସେଥିପାଇଁ ଏବେଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମୟ ପୂର୍ବରୁ ପଙ୍କ ଉଦ୍ଧାର ସରିଯାଇଥିଲେ ହେଁ, ହଠାତ୍‌ ପଙ୍କ ଜମୁଥିବା ସ୍ଥାନକୁ ଯାଇ ତୁରନ୍ତ ପଙ୍କ ଉଦ୍ଧାର କରିବା, ଜଳବନ୍ଦୀ ସାମ୍ଭାବ୍ୟ ସ୍ଥାନ ଉପରେ କଡ଼ା ନଜର ରଖି ଏହାର ପ୍ରତିକାର ବ୍ୟବସ୍ଥାରେ ଗୋଷ୍ଠୀ ସହଯୋଗ ଲୋଡ଼ିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ନଗର ଯନ୍ତ୍ରୀ ଅରୁଣ କୁମାର ନାୟକ ଏବଂ ଡ୍ରେନେଜ୍‌ ଅଧିକ୍ଷଣ ଯନ୍ତ୍ରୀ ଗୌତମ ଦାସଙ୍କ ଉପସ୍ଥିତିରେ ମେୟର ଦାସ ଗୋଷ୍ଠୀ ସହିତ ଜଡ଼ିତ ଥିବା ଅଭିଜ୍ଞ କର୍ପୋରେଟରଙ୍କୁ ନେଇ ବୈଠକରେ ଆଲୋଚନା କରିଥିଲେ। କର୍ପୋରେଟରମାନଙ୍କୁ ନିଜ ଅଞ୍ଚଳର ବିପଦପୂର୍ଣ୍ଣ ସ୍ଥାନ ଏବଂ ଆବଶ୍ୟକ ସୁରକ୍ଷା ବାବଦରେ ସୂଚନା ଦେବାକୁ କୁହାଯାଇଛି। ଏଥିସହ ଡ୍ରେନ୍‌ରେ ସ୍ଲାବ୍‌ ନ ଥିବା ବା ବ୍ୟାରିକେଡ଼ିଙ୍ଗ୍‌ ନ ଥିବା ଭଳି ସ୍ଥାନକୁ ଚିହ୍ନଟ କରି କର୍ପୋରେଟରମାନେ ସ୍ଥାନୀୟ ନାଗରିକଙ୍କୁ ଏ ବାବଦରେ ସୂଚନା ଦେବେ ଓ କାର୍ଯ୍ୟ ପୂରଣ କରିବାରେ ସହଯୋଗ କରିବାକୁ ମେୟର ଅନୁରୋଧ କରିଥିଲେ। ସେହିଭଳି ସଂଯୁକ୍ତ ବିଭାଗ ୱାଟ୍‌କୋ, ପୂର୍ତ୍ତ ବିଭାଗ, ଟାଟା ପାୱାର୍‌ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ ବସି ବର୍ଷା ମୁକାବିଲା ରଣନୀତି ଆପଣାଯିବ ବୋଲି ସୂଚନା ଦିଆଯାଇଛି।
ଅପରପକ୍ଷେ ବର୍ଷା ବିପତ୍ାତରେ କୌଣସି ସମସ୍ୟା ହେଲେ ନାଗରିକମାନେ ବିଏମ୍‌ସି ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ତରଫରୁ ଜାରି କରାଯାଇଥିବା ଟୋଲ୍‌ ଫ୍ରି ନମ୍ବର ୧୯୨୯ରେ ଫୋନ୍‌ କରି ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହି ନମ୍ବରରେ ଏକକାଳୀନ ଏକାଧିକ ଚୁକ୍ତି ଫୋନ୍‌ ଗ୍ରହଣ କରିବାର ବ୍ୟବସ୍ଥା (ୱାର୍କ ଷ୍ଟେସନ୍‌) ରହିଥିବାବେଳେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଅଧିକ ସଂଖ୍ୟାରେ କରାଯିବ। ଏଦ୍ୱାରା ବିଭିନ୍ନ ବ୍ୟକ୍ତିଙ୍କଠାରୁ ଆସୁଥିବା କଲ୍‌କୁ ରେକର୍ଡ଼ କରି ଜଳବନ୍ଦୀ ସ୍ଥାନଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା କରାଯାଇ ପାରିବ ବୋଲି କୁହାଯାଇଛି। ବିଏମ୍‌ସି ତରଫରୁ ୩୧ଟି ଜଳବନ୍ଦୀ ଓ ୭୫ଟି ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ କରାଯାଇଛି। ଏହା ଉପରେ କଡ଼ା ନଜର ରଖିପାରିଲେ ଆସନ୍ତା ମୌସୁମୀ ଜନିତ ଜଳବନ୍ଦୀ ସମସ୍ୟା ଲାଘବ ହୋଇ ପାରିବ। ତେବେ ଏ ଦିଗରେ କେବଳ ସରକାରୀ କଳ ନୁହେଁ ବରଂ ଗୋଷ୍ଠୀ ସହଯୋଗର ନିତାନ୍ତ ଏବଂ ସମୟ ଉପଯୋଗୀ ଆବଶ୍ୟକତା ରହିଛି ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?