ବିପଦପୂର୍ଣ୍ଣ ସ୍ଥାନ ସମ୍ପର୍କରେ ଜଣାଇବେ କର୍ପୋରେଟର

ଭୁବନେଶ୍ୱର, ୧୮।୬ (ବ୍ୟୁରୋ): ଓଡ଼ିଶା ଛୁଇଁଛି ମୌସୁମୀ। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଆଗକୁ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ବର୍ଷାଜନିତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଚଳିତ ମୌସୁମୀରେ ଯେପରି ସହରରେ ଜଳବନ୍ଦୀ ଏବଂ ଡ୍ରେନେଜ ସମସ୍ୟା ନ ହେବ ସେଥିପାଇଁ ଏବେଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମୟ ପୂର୍ବରୁ ପଙ୍କ ଉଦ୍ଧାର ସରିଯାଇଥିଲେ ହେଁ, ହଠାତ୍‌ ପଙ୍କ ଜମୁଥିବା ସ୍ଥାନକୁ ଯାଇ ତୁରନ୍ତ ପଙ୍କ ଉଦ୍ଧାର କରିବା, ଜଳବନ୍ଦୀ ସାମ୍ଭାବ୍ୟ ସ୍ଥାନ ଉପରେ କଡ଼ା ନଜର ରଖି ଏହାର ପ୍ରତିକାର ବ୍ୟବସ୍ଥାରେ ଗୋଷ୍ଠୀ ସହଯୋଗ ଲୋଡ଼ିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ନଗର ଯନ୍ତ୍ରୀ ଅରୁଣ କୁମାର ନାୟକ ଏବଂ ଡ୍ରେନେଜ୍‌ ଅଧିକ୍ଷଣ ଯନ୍ତ୍ରୀ ଗୌତମ ଦାସଙ୍କ ଉପସ୍ଥିତିରେ ମେୟର ଦାସ ଗୋଷ୍ଠୀ ସହିତ ଜଡ଼ିତ ଥିବା ଅଭିଜ୍ଞ କର୍ପୋରେଟରଙ୍କୁ ନେଇ ବୈଠକରେ ଆଲୋଚନା କରିଥିଲେ। କର୍ପୋରେଟରମାନଙ୍କୁ ନିଜ ଅଞ୍ଚଳର ବିପଦପୂର୍ଣ୍ଣ ସ୍ଥାନ ଏବଂ ଆବଶ୍ୟକ ସୁରକ୍ଷା ବାବଦରେ ସୂଚନା ଦେବାକୁ କୁହାଯାଇଛି। ଏଥିସହ ଡ୍ରେନ୍‌ରେ ସ୍ଲାବ୍‌ ନ ଥିବା ବା ବ୍ୟାରିକେଡ଼ିଙ୍ଗ୍‌ ନ ଥିବା ଭଳି ସ୍ଥାନକୁ ଚିହ୍ନଟ କରି କର୍ପୋରେଟରମାନେ ସ୍ଥାନୀୟ ନାଗରିକଙ୍କୁ ଏ ବାବଦରେ ସୂଚନା ଦେବେ ଓ କାର୍ଯ୍ୟ ପୂରଣ କରିବାରେ ସହଯୋଗ କରିବାକୁ ମେୟର ଅନୁରୋଧ କରିଥିଲେ। ସେହିଭଳି ସଂଯୁକ୍ତ ବିଭାଗ ୱାଟ୍‌କୋ, ପୂର୍ତ୍ତ ବିଭାଗ, ଟାଟା ପାୱାର୍‌ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ ବସି ବର୍ଷା ମୁକାବିଲା ରଣନୀତି ଆପଣାଯିବ ବୋଲି ସୂଚନା ଦିଆଯାଇଛି।
ଅପରପକ୍ଷେ ବର୍ଷା ବିପତ୍ାତରେ କୌଣସି ସମସ୍ୟା ହେଲେ ନାଗରିକମାନେ ବିଏମ୍‌ସି ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ତରଫରୁ ଜାରି କରାଯାଇଥିବା ଟୋଲ୍‌ ଫ୍ରି ନମ୍ବର ୧୯୨୯ରେ ଫୋନ୍‌ କରି ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହି ନମ୍ବରରେ ଏକକାଳୀନ ଏକାଧିକ ଚୁକ୍ତି ଫୋନ୍‌ ଗ୍ରହଣ କରିବାର ବ୍ୟବସ୍ଥା (ୱାର୍କ ଷ୍ଟେସନ୍‌) ରହିଥିବାବେଳେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଅଧିକ ସଂଖ୍ୟାରେ କରାଯିବ। ଏଦ୍ୱାରା ବିଭିନ୍ନ ବ୍ୟକ୍ତିଙ୍କଠାରୁ ଆସୁଥିବା କଲ୍‌କୁ ରେକର୍ଡ଼ କରି ଜଳବନ୍ଦୀ ସ୍ଥାନଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା କରାଯାଇ ପାରିବ ବୋଲି କୁହାଯାଇଛି। ବିଏମ୍‌ସି ତରଫରୁ ୩୧ଟି ଜଳବନ୍ଦୀ ଓ ୭୫ଟି ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ କରାଯାଇଛି। ଏହା ଉପରେ କଡ଼ା ନଜର ରଖିପାରିଲେ ଆସନ୍ତା ମୌସୁମୀ ଜନିତ ଜଳବନ୍ଦୀ ସମସ୍ୟା ଲାଘବ ହୋଇ ପାରିବ। ତେବେ ଏ ଦିଗରେ କେବଳ ସରକାରୀ କଳ ନୁହେଁ ବରଂ ଗୋଷ୍ଠୀ ସହଯୋଗର ନିତାନ୍ତ ଏବଂ ସମୟ ଉପଯୋଗୀ ଆବଶ୍ୟକତା ରହିଛି ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନଙ୍କୁ ଅବଗତ କଲେ ବିଧାନସଭା ସଚିବ

ଭୁବନେଶ୍ୱର,୧।୨(ବ୍ୟୁରୋ): ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ରବିବାର ଗୁଳିମାଡ଼ରେ ନିହତ ହୋଇଛନ୍ତି। ମଙ୍ଗଳବାର ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ...

‘ମୁଁ ଯେବେ ମୁହଁ ଖୋଲିବି, ରାଜ୍ୟ ବଦଳିବ‘

ଭୁବନେଶ୍ୱର,୬।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣା ନୂଆ ମୋଡ ନେଉଛି। ମଙ୍ଗଳବାର ରିମାଣ୍ଡରେ ଯିବା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଇଛନ୍ତି।...

ଦୁର୍ବଳ ନଦୀବନ୍ଧ, ଡ୍ରେନେଜ ଚିହ୍ନଟ କରି ମରାମତି ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱର ଜିଲାକୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ଲାଗି ସୋମବାର ପୂର୍ବାହ୍ନରେ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି...

ଟପ୍‌ କ୍ୟାଡର ମାଓବାଦୀ ନେତା ପାପା ରାଓଙ୍କ ମୃତ୍ୟୁ ନେଇ ଚର୍ଚ୍ଚା

ମାଲକାନଗିରି, ୨୩ା୧(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ସୁକମା ଅଞ୍ଚଳରେ ସର୍ବଦା ନିଜ ଆଧିପତ୍ୟା ଜାହିର ରଖିଥିବା ମୋଷ୍ଟ ଓ୍ବାଣ୍ଟେଡ ତଥା ଟପ କ୍ୟାଡର ମାଓବାଦୀ...

ଖେଳିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଭଉଣୀ-ଭାଇ

ପାରଳାଖେମୁଣ୍ଡି,୪ା୮(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଘୋରୋଣି ପଞ୍ଚାୟତ ଅନ୍ତର୍ଗତ ଏସ୍‌.ରତନସିଂ ଗାଁରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଖେଳିବାକୁ ଯାଇ ରମେଶ...

ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ସମ୍ବଲପୁର,୩ା୩(ବ୍ୟୁରୋ): ସମ୍ବଲପୁର ଜିଲା ଫ୍ୟାମିଲି କୋର୍ଟରେ ଦୁଇବର୍ଷ ପୂର୍ବରୁ ଘଟିଥିବା ବହୁଚର୍ଚ୍ଚିତ ସଙ୍ଗୀତା ଚୌଧୁରୀ ହତ୍ୟାକାଣ୍ଡର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ବିଭୂତି ନାରାୟଣ...

ନାଲକୋରେ ଭାଙ୍ଗିଲା ପାଚେରୀ: ୪ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୟକ୍ଷତି, ଗୋଟିଏ ଗାଁ ଅନ୍ଧାରରେ

ବଅଁରପାଳ,୨୭।୭(ଡି.ଏନ୍‌.ଏ): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଲକ୍ଷ୍ମଣପୁର ଗଁ। ନିକଟରେ ତିଆରି ହୋଇଥିବା ନାଲକୋ ପାଚେରୀ ଶନିବାର ସକାଳୁ ଭାଙ୍ଗିଯାଇଛି। ଲଗାତାର ବର୍ଷା ହେବା ଯୋଗୁ...

ଆଜି ରାଜ୍ୟରେ ୬୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସବୁଠୁ ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୬,୧୬୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

Advertisement
Archives

Model This Week