ଦୁଷ୍ଟମାନଙ୍କ କଥାରେ ଭଦ୍ରଲୋକଙ୍କ ସମ୍ମାନ କମ୍‌ ହୋଇ ନ ଥାଏ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ଜୁଲାଇ ୧୧ରୁ ମୁମ୍ବାଇସ୍ଥିତ ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏଥିରେ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ୟା ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି। ତେବେ ସୋସିଆଲ ମିଡିଆରେ ଅମିତାଭଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଥିବା ବେଳେ ଆଉ କିଛି ଖଳ ପ୍ରବୃତିର ଲୋକ ଦୁର୍ବ୍ୟବହାର କରୁଛନ୍ତି। ନିକଟରେ ଏମିତି କିଛି ଘଟିଥିଲା। କରୋନାରେ ତୁମର ମୃତ୍ୟୁ ଘଟୁ ବୋଲି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଅମିତାଭଙ୍କୁ କହିଥିଲେ। ଏହା ପରେ ବିଗ୍‌ ବି ଉକ୍ତ ଟ୍ରୋଲରଙ୍କର କ୍ଲାସ୍‌ ନେଇଥିଲେ। ଏବେ ପୁଣି ଥରେ ବିଗ୍‌ ବି ଆଉ ଏକ ଟୁଇଟ୍‌କରି ଉକ୍ତ ଟ୍ରୋଲରଙ୍କୁ ଟାର୍ଗେଟ କରିଛନ୍ତି।
ବିଗ୍‌ ବି ସୋସିଆଲ ମିଡିଆରେ କ୍ରମାଗତ ଭାବରେ ପ୍ରଶଂସକଙ୍କ ସହ ସମ୍ପର୍କରେ ରହିଥାନ୍ତି। ଏବେ ସେ ଟୁଇଟ୍‌ କରିଛନ୍ତି, ଦୁଃଷ୍ଟମାନଙ୍କ କଥାରେ ଭଦ୍ରଲୋକଙ୍କ ସମ୍ମାନ କମ୍‌ ହୋଇ ନ ଥାଏ। ପୃଥିବୀ ଧୂଳିରେ ଆବୃତ ଅଳଙ୍କାରର ମୂଲ୍ୟ କେବେ ନଷ୍ଟ ହୋଇ ନ ଥାଏ ବୋଲି ସେ ଲେଖିଛନ୍ତି। ଏହି ଟୁଇଟ୍‌ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ କଙ୍ଗନା ରାଣାଓ୍ବତ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ଫିଲ୍ମ ଏବଂ ପର୍ସନାଲ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ସେ ଅଯୋଧ୍ୟା ରାମ ମନ୍ଦିର ଉପରେ...

୪୪ ବର୍ଷରେ ଛୋଟ ପରଦାର କୁଇନ୍‌ ଏକତା

ଛୋଟ ପରଦାର କୁଇନ୍‌ ଏକତା କପୁରଙ୍କ ଆଜି ହେଉଛି ୪୪ତମ ଜନ୍ମଦିନ। ମେ’ ୭ରେ ଜନ୍ମଗ୍ରହଣ କରିଥିବା ଏକତା ବର୍ତ୍ତମାନ ସମୟରେ ଟେଲିଭିଜନ ଦୁନିଆର ଜଣେ...

ପ୍ରଭାସ ନୁହନ୍ତି, ଏହି ବିବାହିତ ନିର୍ଦ୍ଦେଶକଙ୍କ ପ୍ରେମରେ ଅନୁଷ୍କା: ଶୀଘ୍ର କରିପାରନ୍ତି ବିବାହ

ବମ୍ବେ: ଦକ୍ଷିଣ ଭାରତୀୟ ସିନେ ଜଗତର ଆଗଧାଡ଼ିର ନାୟିକା ଅନୁଷ୍କା ସେଟ୍ଟୀ। ଚଳଚ୍ଚିତ୍ର ‘ବାହୁବଲୀ’ରେ ଚରିତ୍ରକୁ ନେଇ ଅଧିକ ଲୋକପ୍ରିୟ ହୋଇଥିଲେ ସେ। କେବଳ ସେତିକି...

‘ଜୟେଶଭାଇ ଜୋରଦାର୍‌’ରେ ନଜର ଆସିବେ ରଣବୀର: ଲୁକ୍‌ ଭାଇରାଲ

ବଲିଉଡ୍‌ ଫିଲ୍ମ ‘୮୩’ ପରେ ଅଭିନେତା ରଣବୀର ସିଂହ ଖୁବ୍‌ଶୀଘ୍ର ‘ଜୟେଶଭାଇ ଜୋରଦାର’ରେ ନଜର ଆସିବେ। ଏଥିପାଇଁ ସେ ଏବେଠୁ ସଜବାଜ ଆରମ୍ଭ କଲେଣି। ଇନ୍‌ଷ୍ଟାଗ୍ରାମ୍‌ରେ...

ଅପେକ୍ଷାର ଫଳ ମିଠା

କଥାରେ ଅଛି ଅପେକ୍ଷାର ଫଳ ମିଠା। ଦେଖୁନାହାନ୍ତି, ବେଶ୍‌ କିଛି ମାସ ଅପେକ୍ଷା କରିବା ପରେ କେମିତି ସେ ଖୁସିରେ ଉଛୁଳୁଛନ୍ତି। କାରଣ କ’ଣ ଜାଣନ୍ତି...

ବ୍ୟାକ୍‌ଗ୍ରାଉଣ୍ଡ ଭଏସ୍‌ରେ ପିତାଙ୍କ ସହ ତାଳ ଦେବେ ଆର୍ୟନ

ମୁମ୍ବାଇ: ବଡ଼ ପରଦାରେ ବାପା ଶାହରୁଖ ଖାଁଙ୍କ ସହ ନିଜର ପ୍ରଚ୍ଛଦ ସ୍ବର ଦେବାକୁ ଯାଉଛନ୍ତି ପୁଅ ଆର୍ୟନ। ଅନ୍ତରାଷ୍ଟ୍ରୀୟ କମ୍ପାନୀ ଡିଜନୀର ଅପ୍‌ କମିଂ...

ପବ୍‌ଜୀ ପରେ ଏବେ ଆସିବ ଫଉଜୀ: ଅକ୍ଷୟ

ମୁମ୍ବାଇ,୪।୯: ଭାରତ ସରକାର ଚାଇନିଜ୍‌ ଆପ୍‌ ବ୍ୟାନ କରି ପଡୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି ବୋଲି କହୁଛନ୍ତି। ଭାରତ ସରକାର ୧୧୮ ଚାଇନିଜ...

ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଅନୁଷ୍କା

ମୁମ୍ବାଇ: ଫର୍ଚ୍ୟୁନ ଇଣ୍ଡିଆ ୨୦୧୯ର ଶୀର୍ଷ ୫୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସ୍ଥାନ ମିଳିଛି।...

Play 250+ Trending Games
Archives

Model This Week

Why Dharitri