ଆରମ୍ଭ ହେଲା ଡିଜିଟାଲ ଠିକଣା ସର୍ଭେ

ଭୁବନେଶ୍ୱର,୩ା୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଘର ଖୋଜିବାକୁ ଆଉ ଅସୁବିଧା ହେବ ନାହିଁ। ବିଏମ୍‌ସି ମଙ୍ଗଳବାରଠାରୁ ଜିଓ ଟ୍ୟାଗ ସ୍ମାର୍ଟ ଆଡ୍ରେସ୍‌ ପ୍ରଦାନ ଆରମ୍ଭ କରିଛି। ନୂତନ ଭାବେ ଆରମ୍ଭ କରାଯାଇଥିବା ଡିଜିଟାଲ ଡୋର ନମ୍ବରିଂ ବ୍ୟବସ୍ଥା ସହରବାସୀଙ୍କ ପାଇଁ ଅଧିକ ସହଜ ହେବ। ଜିଆଇଏସ ଟେକ୍ନୋଲୋଜି ଜରିଆରେ ପ୍ରତ୍ୟେକ ଘର ପାଇଁ ଏକ ଆଲ୍‌ଫା ନ୍ୟୁମେରିକ ନମ୍ବର କରାଯାଇଛି। ଏହାଦ୍ୱାରା ସହରର କେଉଁଠି ଆବାସିକ ଓ ବ୍ୟବସାୟିକ ଗୃହ ରହିଛି ତାହା ସହଜରେ ଚିହ୍ନଟ କରାଯାଇପାରିବ। ଏହାଦ୍ୱାରା ଘର ଘର ବୁଲି ଅଳିଆ ସଂଗ୍ରହ ସହଜ ହୋଇପାରିବ। ଏଥିସହିତ ଡାକ ବିଭାଗ, ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକ କାର୍ଯ୍ୟ ପ୍ରଦାନରେ ମଧ୍ୟ ସହଜ ହେବ। ଓ୍ବାର୍ଡ ନମ୍ବର ୬, ୨୩ ଓ ୩୦ରୁ ଏହି ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି। ସର୍ଭେ ଟିମ୍‌ ଘର ଘର ବୁଲି ଜିଓ ଟ୍ୟାଗିଂ କରି ଠିକଣା ସଂଗ୍ରହ କରି ଅପ୍‌ଲୋଡିଂ କରିବା ସହ ସ୍ମାର୍ଟ ଠିକଣା ପ୍ରସ୍ତୁତ କରିବେ। ଡିଜିଟାଲ ଡୋର ନମ୍ବରିଂ ହେଉଛି ଏକ ସ୍ମାର୍ଟ ଠିକଣା ବ୍ୟବସ୍ଥା। ଜିଓସ୍ପାଟିକାଲ ଟେକ୍ନୋଲୋଜି ବ୍ୟବହାର କରାଯାଇ ଘର ଓ ସମ୍ପତ୍ତିର ଠିକଣା ପ୍ରସ୍ତୁତ କରାଯିବ। ସର୍ଭେରେ ଘର କିମ୍ବା ସମ୍ପତ୍ତିର ଓ୍ବାର୍ଡ, ଗଳି, ପ୍ରକୃତ ସ୍ଥାନ ଏବଂ ନିକଟସ୍ଥ ଏକ ସଙ୍କେତକୁ ସଂଗ୍ରହ କରାଯିବ। ଏହି ପାଇଲଟ ପ୍ରକଳ୍ପ ଫେବୃୟାରୀ ୧ରୁ ଆରମ୍ଭ ହୋଇ ୧୨ରେ ଶେଷ ହେବ। ଅନ୍ୟ ଓ୍ବାର୍ଡଗୁଡ଼ିକରେ ଫେବୃୟାରୀ ୧୩ରୁ ମାର୍ଚ୍ଚ ୩୧ ମଧ୍ୟରେ କାର୍ଯ୍ୟକାରୀ ହେବ। ଏଥିପାଇଁ ୩.୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri