ଢିଙ୍କିଆବାସୀଙ୍କ ପାଟଣା ପ୍ରବେଶ ଉଦ୍ୟମ ବିଫଳ

କୁଜଙ୍ଗ,୪।୧୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଢ଼ିଙ୍କିଆବାସୀଙ୍କ ପାଟଣା ପ୍ରବେଶ ଉଦ୍ୟମ ବୁଧବାର ଦ୍ୱିତୀୟ ଦିନରେ ବିଫଳ ହୋଇଛି। ଏହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ପୋଲିସ୍‌ ଘଟଣାସ୍ଥଳରେ ମୁତୟନ ରହିଛନ୍ତି।
ସୂଚନାଯୋଗ୍ୟ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ ଗ୍ରାମର ପଡ଼ା ଗ୍ରାମ ପାଟଣା ଓ ମାହାଳ ୨ଟି ନୂତନ ରାଜସ୍ବ ଗ୍ରାମର ମାନ୍ୟତା ପାଇଲା ପରେ ଢ଼ିଙ୍କିଆ ଗ୍ରାମବାସୀ ଏହାକୁ ବିରୋଧ କରିଆସୁଛନ୍ତି। ମାତ୍ର ପାଟଣା ଓ ମାହାଳ ଗଁା ରାଜସ୍ବ ଗ୍ରାମର ମାନ୍ୟତା ପାଇଲା ପରେ ଖୁସିବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ନୂଆ ରାଜସ୍ବ ଗ୍ରାମର ମୌଳିକ ଆବଶ୍ୟକତା ପୂରଣ ପାଇଁ ପ୍ରଶାସନ ତପତ୍ର ହୋଇଉଠିଛି। ପାଟଣା ଗ୍ରାମକୁ ରାସ୍ତା ନିର୍ମାଣ କରାଯାଉଛି। କିନ୍ତୁ ଢ଼ିଙ୍କିଆ ସମିତିସଭ୍ୟ ଦେବେନ୍ଦ୍ର ସ୍ବାଇଁ ଅଭିଯୋଗ କରୁଛନ୍ତି ଆମେ ଢ଼ିଙ୍କିଆ ଚାରିଦେଶର ଲୋକ ଜଙ୍ଗଲ ଜମି ଅଧିକାରକୁ ନେଇ ଲଢେଇ କରୁଛୁ। ସରକାର ଆମ୍ଭଙ୍କୁ ଉଚ୍ଛେଦ କରି ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି। ଯାହାକି ଆମର ଜୀବନଜୀବିକା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯିବ। ତେଣୁ ପ୍ରଶାସନ ନୂତନ ରାଜସ୍ବ ଗ୍ରାମ ସୃଷ୍ଟି ଆଳରେ ଆମ୍ଭମାନଙ୍କ ମଧ୍ୟରେ ବିଭାଜନ କରାଇ ଶିଳ୍ପପତିଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ପାଟଣା ଗ୍ରାମକୁ ହେଉଥିବା ରାସ୍ତା ନିର୍ମାଣ କେଉଁ ଅନୁଦାନରେ ହେଉଛି ବ୍ଲକ ପ୍ରଶାସନ ନ ଜଣାଇବାରୁ ଆମ୍ଭେ ବିରୋଧ କରୁଛୁ। କାହିଁକି ନା ପ୍ରଶାସନ କମ୍ପାନୀ ପଇସାରେ ରାସ୍ତା ନିର୍ମାଣ କରୁଥିବା ସେମାନେ ସନ୍ଦେହ ପ୍ରକାଶ କରୁଛନ୍ତି ବୋଲି ସମିତିସଭ୍ୟ ସ୍ବାଇଁ କହିଥିଲେ। ଆମ୍ଭେ ପ୍ରଶାସନର କମ୍ପାନୀ ସମ୍ପର୍କ ବିଷୟରେ ଜନସାଧାରଣଙ୍କୁ ସଭା କରି ଜଣାଇବାକୁ ଯିବାରେ ପାଟଣାର କେତେଜଣ ଲୋକ ଗଁା ମଧ୍ୟକୁ ଯିବାକୁ ବିରୋଧ କଲେ। ଫଳରେ ଆମ୍ଭେ ରେଡ୍‌କ୍ରସ୍‌ ଗୃହଠାରେ ସଭା କରି ଫେରିଲୁ। କେଉଁ ଅନୁଦାନରେ ପାଟଣାରେ ରାସ୍ତା କାମ ହେଉଛି ତାହା କାହିଁକି ସର୍ବସାଧାରଣ ଓ ସମିତି ସଭ୍ୟଙ୍କୁ ଅବଗତ କରାଯାଉନାହିଁ ଏ ସମ୍ପର୍କରେ ପଚାରିବାରେ ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା କହୁଛନ୍ତି, ପ୍ରଶାସନ ଯେତେବେଳେ ଢ଼ିଙ୍କିଆ ପଞ୍ଚାୟତକୁ ଯାଉଛି ସେତେବେଳେ ସମିତି ସଭ୍ୟ ଜାଣିପାରୁଥିବା ବେଳେ, କେଉଁ ଅନୁଦାନରେ ରାସ୍ତା କାମ ହେଉଛି ତାହା ଜାଣି ପାରୁନାହାନ୍ତି କେମିତି। ସେ ଅନ୍ଧାରରେ ବାଡ଼ି ବୁଲାଇ ଜେଏସ୍‌ଡବ୍ଲ୍ୟୁ ପଇସାରେ ରାସ୍ତା କାମ ହେଉଛି ବୋଲି କହୁଛନ୍ତି। ବାସ୍ତବରେ ଜିଲାପାଳଙ୍କ ନିର୍ଦ୍ଦେଶରେ ପାରାଦୀପ ବନ୍ଦର, ପିପିଏଲ୍‌ ଓ ଆଇଓସିଏଲ୍‌ ଦେଇଥିବା ପଇସାରେ ରାସ୍ତା କାମ ହେଉଛି। ଆଜି ୩ ପ୍ଲାଟୁନ୍‌ ପୋଲିସ ଫୋର୍ସ ଉପସ୍ଥିତିରେ ରାସ୍ତା କାମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?