ଭକ୍ତର ଠାକୁର

ସେ ବିଶ୍ୱନିଅନ୍ତା, ଜଗତର ନାଥ, ସେଥିପାଇଁ ବୋଧହୁଏ ତାଙ୍କୁ ଜଗନ୍ନାଥ ବୋଲି ସମ୍ବୋଧନ କରାଯାଏ! ଆଜି ସେଇ ବିଶ୍ୱ ନିଅନ୍ତାଙ୍କ ପବିତ୍ର ରଥଯାତ୍ରା। ଗହ ଗହ ଡାକୁଛି ବଡ଼ଦାଣ୍ଡ। ସଭିଏଁ ଏଠି ହୋଇଛନ୍ତି ଏକାକାର। ବର୍ଷରେ ଗୋଟିଏ ଦିନ ଭକ୍ତକୁ ଦର୍ଶନ ଦେବାକୁ ଶ୍ରୀମନ୍ଦିରରୁ ସିଧା ବଡ ଦାଣ୍ଡକୁ ଓହ୍ଲାଇ ଆସିନ୍ତି ପ୍ରଭୁ ଜଗନ୍ନାଥ। ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ସେ ସଭିଙ୍କ ତ୍ରାଣକର୍ତ୍ତା। କୌଣସି ନିର୍ଦ୍ଦିଷ୍ଟ ସୀମାରେ ସେ ସୀମିତ ନୁହନ୍ତି, ସେ ସର୍ବଜନ ପୂଜିତ। ପୁଣି ଭକ୍ତର ଭାବକୁ ଗ୍ରହଣ କରୁଥିବା ହେତୁ ସେ ଭାବଗ୍ରାହୀ। ହାତ ପାଦ ନ ଥାଇ ବି ସେ ସଭିଙ୍କ ତ୍ରାଣକର୍ତ୍ତା, ପ୍ରତିଟି ହୃଦୟର ମଉଡମଣି। ଭକ୍ତର ଭାବରେ ବନ୍ଧା ସେଇ କଳାଠାକୁର। ସେଇଥିପାଇଁ କେବେ ସାଲବେଗ ତ କେବେ ଯବନ ହରିଦାସ, ପୁଣି କେବେ କବୀରଙ୍କ ଭକ୍ତିରେ ବନ୍ଧା ପଡିଛନ୍ତି ଭାବଗ୍ରାହୀ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯଦି କିଏ ନିଜର ଆବେଗମୟ ଅଭିବ୍ୟକ୍ତିରେ ଅଦ୍ବିତୀୟ ଈଶ୍ବର ଭାବେ ଅଭିଷିକ୍ତ କରିଛନ୍ତି, ସେ ହେଉଛନ୍ତି ନିଜକୁ ହୀନ ଯବନ ବୋଲି ଅଭିହିତ କରିଥିବା ଭକ୍ତ ସାଲବେଗ। ଜୀବନର ପରମ ଆରାଧ୍ୟ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସାଲବେଗ ଲେଖିଥିବା କବିତା ‘ଆହେ ନୀଳଶେଳ ପ୍ରବଳ ମତ୍ତ ବାରଣ…’ ଶହ ଶହ ବର୍ଷ ଧରି ପିଢିି ପରେ ପିଢି ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ଗାଇ ଚାଲିଛନ୍ତି। ଏମିତିକି ଛୋଟ ପିଲାମାନଙ୍କୁ ଆରମ୍ଭରୁ ହିଁ ଏହି କବିତା ଗାନ କରିବାକୁ ଶିକ୍ଷା ଦିଆଯାଇଥାଏ।

ମାଆ ଲଳିତା ବ୍ରାହ୍ମଣ ଓ ପିତା ଲାଲବେଗ ଥିଲେ ମୁସଲମାନ। ପୁରୀ ଦାଣ୍ଡମୁକୁନ୍ଦପୁର ତାଙ୍କ ମାମୁଘର ବୋଲି କୁହାଯାଏ। ମୁସଲମାନ ହେଲେ ବି ଜଗନ୍ନାଥଙ୍କ ପ୍ରତି ତାଙ୍କର ଥିଲା ଅତୁଟ ଭକ୍ତି। ତେଣୁ ସ୍ବଧର୍ମୀୟ ସମାଜ ତାଙ୍କୁ ବର୍ଜନ କରିଥିଲା। ସେ ଜୀବନରେ ଅନ୍ତତଃ ଥରଟିଏ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ମନ ବଳାଇଥିଲେ। ଯେହେତୁ ମନ୍ଦିର ପ୍ରବେଶ ବାରଣ ଥିଲା, ରଥାରୁଢ ଜଗନ୍ନାଥଙ୍କୁ ଦେଖିବାକୁ ସେ ଚାଲି ଚାଲି ସୁଦୂର ବଙ୍ଗପ୍ରଦେଶରୁ ଶ୍ରୀକ୍ଷେତ୍ର ଆସୁଥିଲେ। ଯାତ୍ରା ପଥ ସରୁ ନ ଥିଲା। କାଳେ ଯାତ୍ରା ସାରି ପ୍ରଭୁ ବାହୁଡି ଯିବେ, ଏଇ ଆଶଙ୍କାରେ ସେ ଜଗନ୍ନାଥଙ୍କୁ ଘଡିଏ ଅଟକି ରହିବା ପାଇଁ ମିନତି କରି ଗାଇଥିଲେ, ‘ଜଗବନ୍ଧୁ ହେ ଗୋସାଇଁ! ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟଗତି ନାହିଁ…। ସାତଶ ପଞ୍ଚାଶ କୋଶ ଚାଲି ନ ପାରଇ, ମୋହ ଯିବା ଯାଏଁ ନନ୍ଦିଘୋଷେ ଥିବ ରହି।’ ତାଙ୍କ ପ୍ରାର୍ଥନାରେ ମହାପ୍ରଭୁ ଅଟକି ଯାଇଥିଲେ। ନନ୍ଦିଘୋଷ ଆଗକୁ ଗଡି ନ ଥିଲା।

ମହାପ୍ରଭୁଙ୍କର ଆଉ ଜଣେ ଯବନ ଭକ୍ତଙ୍କ କାହାଣୀ ବି ବେଶ ରୋମାଞ୍ଚକର। ସେ ହେଲେ ହରି ଦାସ। ମୂଳତଃ ତାଙ୍କ ଜନ୍ମ ବ୍ରାହ୍ମଣ ପରିବାରରେ। କିନ୍ତୁ ଦୁର୍ଭାଗ୍ୟକୁ ଜନ୍ମର ମାତ୍ର ବର୍ଷକ ମଧ୍ୟରେ ହଇଜାରେ ତାଙ୍କର ମାତାପିତାଙ୍କ ଅକାଳ ବିୟୋଗ ହେଲା। ଶିଶୁଟିକୁ ଏଭଳି ଦୁସ୍ଥିତିରୁ ବଞ୍ଚାଇବା ପାଇଁ ପୋଷ୍ୟ ଭାବେ ଗ୍ରହଣ କଲେ ଜଣେ ମୁସଲମାନ କାଜି। ନୈଷ୍ଠିକ ବ୍ରାହ୍ମଣରୁ ଶିଶୁଟି ପାଲଟିଗଲା ଯବନ ସନ୍ତାନ। ମୁସଲମାନ ପରିବାରର ପିଲା ଭାବେ ନିୟମିତ ନମାଜ କରିବା ଓ କୋରାନ ପଢିବା ଶିଖିଲେ ସେ। ହେତୁ ପାଇବା ପରେ ଥରେ ଏକ ପିତ୍ତଳ ଜଗନ୍ନାଥ ମୂର୍ତ୍ତି ଦେଖି ତାହା କ’ଣ ବୋଲି ଜାଣିବାକୁ ସେ ଉତ୍କଣ୍ଠିତ ହେଲେ। ଏହି ସମୟରେ ଜଣେ ମୂର୍ତ୍ତିବିକାଳିଙ୍କ ଠାରୁ ଜଗନ୍ନାଥଙ୍କ ମହିମା ବିଷୟରେ ଶୁଣି ସେ ମହାପ୍ରଭୁଙ୍କ ନାମଜପ କରିବାକୁ ଲାଗିଲେ। ଏହା ଜାଣିପାରି ତାଙ୍କ ସଂପ୍ରଦାୟର କେତେକ ନାନା ଅତ୍ୟାଚାର କଲେ। ଏସବୁ ଅସହ୍ୟ ହେବାରୁ ସେ ଗାଁ ଛାଡି ଜଗନ୍ନାଥଙ୍କ ଅନ୍ବେଷଣରେ ବାହାରି ଆସିଲେ। ୧୫୧୩ ଖ୍ରୀଷ୍ଟାବ୍ଦରେ ସେ ଶ୍ରୀକ୍ଷେତ୍ରରେ ପଦାର୍ପଣ କରି ଶ୍ରୀଜଗନ୍ନାଥଙ୍କ ଶରଣରେ ରହିଲେ। ସେ ସମୟାନ୍ତରରେ ଭକ୍ତ ଯବନ ହରିଦାସ ଭାବେ ଖ୍ୟାତ ହେଲେ।
ଭାବର ଠାକୁର, ଭକ୍ତର ଠାକୁର ପ୍ରଭୁ ଜଗନ୍ନାଥ। ଭକ୍ତର ଭାବରେ ବନ୍ଧା ପଡିଥିବା ଏହି ଚକାଆଖି ବର୍ଷକୁ ଥରେ ନିଜ ଭକ୍ତକୁ ଦର୍ଶନ ଦେବାକୁ ରଥାରୁଢ ହୋଇ ଥାଆନ୍ତି। ଆଜି କେବଳ ଓଡ଼ିଶା ବା ଦେଶର ଅଗଣିତ ଭକ୍ତ ନୁହେଁ ବରଂ ଅନେକେ ବିଦେଶୀ ଭକ୍ତଙ୍କୁ ବି ରଥଯାତ୍ରା ସମୟ ବଡ଼ ଦାଣ୍ଡରେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?