ଭିତରକାଠ ଦର୍ଶନରୁ ଭକ୍ତ ବଞ୍ଚିତ

ପୁରୀ ଅଫିସ,୧୯।୮:ଶ୍ରୀମନ୍ଦିରରେ ଭକ୍ତଙ୍କୁ ଭିତରକାଠ ଦର୍ଶନ ମିଳିପାରୁନାହିଁ। ଦୂରଦୂରାନ୍ତରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସବୁ ସମୟରେ ଭିତରକାଠ ଦର୍ଶନ ପାଉନାହାନ୍ତି। ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ସାଧାରଣତଃ ବାହାରକାଠରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ପଷ୍ଟ ଭାବେ ଦେଖିବା ସମ୍ଭବପର ହୋଇ ନ ଥାଏ। ଏଣୁ ଭିତରକାଠ ଦର୍ଶନର ବ୍ୟବସ୍ଥା ରହିଛି। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ବିଧିବଦ୍ଧ ଭାବେ ଭିତରକାଠ ଦର୍ଶନ ବନ୍ଦ କରି ନ ଥିଲେ ମଧ୍ୟ ଗତ କିଛିଦିନ ହେଲା ଶ୍ରୀମନ୍ଦିର କମାଣ୍ଡର ଏବଂ ଜେଟିପି ମନମୁଖି ଭାବେ ଭକ୍ତଙ୍କୁ ଛାଡ଼ୁ ନ ଥିବା ଅଭିଯୋଗ ହେଉଛି। ସନ୍ଧ୍ୟାଧୂପଠାରୁ ଭକ୍ତଙ୍କୁ ଭିତରକାଠକୁ ଛଡ଼ାଯାଉନାହିଁ। ତେବେ କାହିଁକି ଏହି ଦର୍ଶନ ଅନୁମତି ମିଳୁନାହିଁ ସେନେଇ ଶ୍ରୀମନ୍ଦିର ପ୍ରଶାସନର କେହି ମୁହଁ ଖୋଲୁନାହାନ୍ତି। ଏ ନେଇ ଶ୍ରୀମନ୍ଦିର କମାଣ୍ଡର ରବି ମିଶ୍ରଙ୍କୁ ପଚରାଯିବାରେ କହିଛନ୍ତି, କାରଣ କହିପାରିବି ନାହିଁ। କେବଳ ବର୍ଷା ଯୋଗୁ ଗୋଟିଏ ଦିନ ଦର୍ଶନ ବନ୍ଦ ରହିଥିଲା। ଅନ୍ୟ ସମସ୍ତ ଦିନ ଚନ୍ଦନଲାଗି ପର୍ଯ୍ୟନ୍ତ ଦର୍ଶନ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କେହି ବାନ୍ତି କରିଦେବା ଆଶଙ୍କାରେ ଦର୍ଶନକୁ ବନ୍ଦ କରାଯାଉଥିବା ଶୁଣିବାକୁ ମିଳୁଛି। ତେବେ ଏ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ନ ହେବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ସନ୍ଧ୍ୟାଧୂପଠାରୁ ଚନ୍ଦନଲାଗି ଶେଷ ପର୍ଯ୍ୟନ୍ତ ପ୍ରାୟ ଦେଢ଼ରୁ ୨ଘଣ୍ଟା ସମୟ ରହିଥାଏ। ଯେଉଁ ସମୟରେ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦିଆଯାଉନାହିଁ। ଶ୍ରୀମନ୍ଦିର ପ୍ରଶାସନ ଏ ସମ୍ପର୍କରେ ଜାଣିଶୁଣି ଚୁପ୍‌ ବସିଥିବା ଅଭିଯୋଗ ହେଉଛି। ଭକ୍ତ ସତ୍ୟବ୍ରତ ପରିଡ଼ା କହିଛନ୍ତି, ବାହାରକାଠ ଦର୍ଶନରୁ ଭକ୍ତଙ୍କୁ ରୋକାଯାଉଛି। ଏ ନେଇ ପଚାରିଲେ, ଭକ୍ତମାନେ ବାନ୍ତି କରିଦେଲେ ମହାପ୍ରଭୁଙ୍କ ନୀତି ବାଧାପ୍ରାପ୍ତ ହେବା ଆଶଙ୍କା ଥିବା ଶ୍ରୀମନ୍ଦିର ପୋଲିସ କହୁଛନ୍ତି। ତେବେ ଭିତରକାଠ ଦର୍ଶନ ବେଳେ ଭକ୍ତ ଯଦି ବାନ୍ତି କରନ୍ତି ତେବେ ବି ନୀତି ବିଳମ୍ବ ହେବାର ଆଶଙ୍କା ରହୁଛି। ମଙ୍ଗଳଆଳତି, ସକାଳଧୂପ ଓ ମଧ୍ୟାହ୍ନ ଧୂପ ସମେତ ଅନ୍ୟ ସମୟରେ ବାହାରକାଠ ଦର୍ଶନ ହେଉଛି। ତେବେ ସନ୍ଧ୍ୟାଧୂପ ପରେ ଅଲଗା ନିୟମ କାହିଁକି ବୋଲି ପରିଡ଼ା ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଭିତରକାଠ ଦର୍ଶନ ସମ୍ପର୍କିତ ମାମଲା (ଡବ୍ଲ୍ୟୁପିସି-୯୦୯୮/୨୦୧୬)ର ଶୁଣାଣିରେ ହାଇକୋର୍ଟ ରାୟ ଦେଇଥିଲେ ଯେ, ମଙ୍ଗଳ ଆଳତିଠାରୁ ଚନ୍ଦନଲାଗି ପର୍ଯ୍ୟନ୍ତ ଭକ୍ତମାନେ ଭିତରକାଠ ଦର୍ଶନ ପାଇପାରିବେ। ଏହି କ୍ରମରେ ୨୦୧୮ ଏପ୍ରିଲ ୧୬ ତାରିଖଠାରୁ ଶ୍ରୀମନ୍ଦିରରେ ଭିତରକାଠ ପର୍ଯ୍ୟନ୍ତ ଦର୍ଶନ ହୋଇଥିଲା। ଏହା ପୂର୍ବରୁ ବର୍ଷ ବର୍ଷ ଧରି ଭକ୍ତମାନେ ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଏନେଇ ସ୍ପଷ୍ଟ ମତ ରଖୁ। ଭକ୍ତଙ୍କର ଜାଣିବାର ଅଧିକାର ରହିଛି ଯେ, ସନ୍ଧ୍ୟା ଧୂପ ପରେ ଭିତରକାଠ ଦର୍ଶନ ହେଉଛି କି ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଉଥିଲେ ମଧ୍ୟ ପ୍ରଶାସନ ମିଛ କହୁଛି। ଏଣୁ ଶ୍ରୀମନ୍ଦିର ପ୍ରଶାସନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରି ଏନେଇ ସୂଚନା ଦେବା ଉଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri