ବାହାରିଲା ଆଡ଼ପ ଅବଢ଼ା, ମହାପ୍ରସାଦ ପାଇ ଭକ୍ତ…

ପୁରୀ,୩୦ା୬: ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା। ସୋମବାର ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବା ସହ ମହାପ୍ରସାଦ ପାଇ ଭକ୍ତମାନେ ଆନନ୍ଦରେ ବିଭୋର ହୋଇପଡ଼ିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ରହିଛି। ରବିବାର ରଥ ଉପରେ ନୀତିକାନ୍ତି ସରି ଚାରମାଳ ବନ୍ଧାହେବା ପରେ ଗୋଟିପହଣ୍ଡିରେ ଶ୍ରୀବିଗ୍ରହମାନେ ଆଡ଼ପମଣ୍ଡପକୁ ବିଜେ କରିଥିଲେ।

ଆଡ଼ପ ପହଣ୍ଡି ନିମନ୍ତେ ରବିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟୁଷ ୬ଟା ୧୫ରୁ ୬ଟା ୨୫ ମଙ୍ଗଳ ଆଳତି, ମଇଲମ ୬ଟା ୨୫ରୁ ୬ଟା ୩୫, ତଡ଼ପଲାଗି ୬ଟା ୩୦ରୁ ୬ଟା ୪୫ ମଧ୍ୟରେ ସମ୍ପନ୍ନ ହୋଇଥିଲା। ତିନିରଥରେ ଅବକାଶ ନୀତି ୬ଟା ୫୦ରୁ ୭ଟା ୧୫, ବେଶ ଶେଷ ୭ଟା ୧୦ରୁ ୭ଟା ୪୦, ଗୋପାଳ ବଲ୍ଲଭ ୮ଟା ୩୦ରୁ ୯ଟା ୦୫, ସକାଳଧୂପ ଶେଷ ୯ଟା ୨୦ରୁ ୧୦ଟା ୩୦, ମଇଲମ ୧୦ଟା ୩୦ରୁ ୧୦ଟା ୫୦, ଯାତ୍ରାଙ୍ଗୀ ମହାସ୍ନାନ ଶେଷ ୧୧ଟା ୩୦, ସର୍ବାଙ୍ଗ ୧୧ଟା ୩୫, ବେଶ ୧୧ଟା ୪୦, ତିନି ରଥର ମଧ୍ୟାହ୍ନ ଧୂପ ଶେଷ ୧୨ଟା ୫୦, ସନ୍ଧ୍ୟା ଆଳତି ୧ଟା ୨୫, ସନ୍ଧ୍ୟାଧୂପ ୨ଟା ୪୫, ସିଂହାସନ ମାଜଣା ପରେ ତିନି ରଥର ଘୋଡ଼ାଫିଟା ଓ ଚାରମାଳ ବନ୍ଧା ହୋଇଥିଲା। ମୁଦିରସ୍ତଙ୍କ ଦ୍ୱାରା ତିନି ରଥରେ ପୁଷ୍ପାଞ୍ଜଳି ପ୍ରଦାନ ପରେ ଶ୍ରୀବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ୭ ପହଣ୍ଡି ନିମନ୍ତେ ବିଜେ କାହାଳୀ ବାଜିଥିଲା। ପ୍ରଥମେ ମଦନମୋହନ, ପରେ ରାମକୃଷ୍ଣ ଓ ଶେଷରେ ଚକ୍ରରାଜ ଶ୍ରୀସୁଦର୍ଶନ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ସେହିପରି ପ୍ରଥମେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗୋଟିପହଣ୍ଡିରେ ଆଡ଼ପମଣ୍ଡପକୁ ବିଜେ କରାଯାଇଥିଲା। ପରମ୍ପରା ଅନୁଯାୟୀ, ଠାକୁରମାନେ ପହଣ୍ଡି ପାଇଁ ରଥ ସିଂହାସନ ଛାଡ଼ି ହଂସପଟା ନିକଟକୁ ଆସିବା ପରେ ଟାହିଆ ଲାଗି କରାଯାଇଥିଲା। ପତିମହାପାତ୍ର ସେବକ ଘଷା ଓ ବିଡ଼ିଆ ମଣୋହୀ ସହ ଆଳତି କରିଥିଲେ। ପରେ ପହଣ୍ଡି ହୋଇ ଠାକୁରମାନେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଘଣ୍ଟ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଧ୍ୱନିରେ ଶରଧାବାଲି ପ୍ରକମ୍ପିତ ହୋଇଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା

ବାରଙ୍ଗ,୭।୭(ଲିଙ୍ଗରାଜ ରାଉତ): ଦ୍ୱିତୀୟ ଥର ପାଇଁ ମା’ ହୋଇଛି ହଳଦିଆ ଆନାକୋଣ୍ଡା। ସୋମବାର ଏହା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ଖୁସିର ମହୋଲ ଖେଳିଯାଇଛି। ନନ୍ଦନକାନନ...

ଓଡ଼ିଶାରେ ଆଉ ୩୭ ଲକ୍ଷ ପରିବାରଙ୍କୁ ପକ୍କା ଘର ମଞ୍ଜୁର କରିବ ସରକାର

ଭୁବନେଶର,୭ା୭: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଅଧୀନରେ ଓଡ଼ିଶାରେ ଆଉ ୩୭ ଲକ୍ଷ ପରିବାରଙ୍କୁ ପକ୍କା ଘର ମଞ୍ଜୁର କରାଯିବ। ଏହି ଘୋଷଣା ଆଜି ପଞ୍ଚାୟତିରାଜ...

ମଙ୍ଗଳବାରଠାରୁ ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର,୭।୭: ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ସାରା ରାଜ୍ୟରେ ‘ଷ୍ଟିଅରିଂ ଛାଡ଼’ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି। ୬ ଦଫା ଦାବି ନେଇ ଏହି...

ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ରେ ଲାଗିଲା ନିଆଁ: ଆତଙ୍କରେ ଧାଇଁଲେ ଲୋକେ

ଭୁବନେଶର,୭ା୭: ଭୁବନେଶ୍ୱର ରେଳଷ୍ଟେଶନରେ ହୀରାକୁଦ ଏକ୍ସପ୍ରେସ୍‌ର ଏକ ବଗିରେ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ ନିଅଁା ଲାଗିଯାଇଥିଲା। ନିଆଁରେ ଜଣେ ଯାତ୍ରୀଙ୍କ କିଛି ଆସବାବପତ୍ର ପୋଡ଼ିଯାଇଥିବା...

ସରିଲା ଶ୍ରୀବିଗ୍ରହଙ୍କ ଅଧରପଣା ନୀତି: ନୀଳାଦ୍ରିିବିଜେକୁ ଭକ୍ତଙ୍କ ଅପେକ୍ଷା

ପୁରୀ,୭ା୭(ଅଜିତ୍‌ ମହାନ୍ତି)- ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ ଅବସ୍ଥାନ...

ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ କୁଜଙ୍ଗ CHCର ଡାକ୍ତର ପ୍ରସାଦ ସେଠୀ, ମାଡି ବସିଲା ଭିଜିଲାନ୍ସ

କୁଜଙ୍ଗ,୭।୭: କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ଡାକ୍ତର ଶିବ ପ୍ରସାଦ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଲାଞ୍ଚ ନେଉଥିବା ଧରାଯାଇଛି। ସେ ଜଣେ ଅଭିଯୋଗକାରୀଙ୍କଠାରୁ...

ଘୁମୁସର କରାଟେ ଏକାଡେମୀର ବଡ଼ ସଫଳତା

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ୧୧ତମ ରାଜ୍ୟସ୍ତରୀୟ ସୋଟୋକନ କରାଟେ ପ୍ରତିଯୋଗିତା ଭୁବନେଶ୍ବରରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଘୁମୁସର କରାଟେ ଏକାଡେମୀକୁ ବଡ ସଫଳତା ମିଳିଛି। ଏକାଡେମୀର...

ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ

ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ୬ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ। ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri