ବିକାଶରେ ଲାଗିଛି ଅଙ୍କୁଶ

ଭୁବନ, ୩୦।୪(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୬ମାସ ହେଲା ମୁରବିବିହୀନ ହୋଇପଡ଼ିଛି। ଏଠାରେ କାର୍ଯ୍ୟ କରୁଥିବା ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳଙ୍କ କରୋନାରେ ମୃତ୍ୟୁ ଘଟିବା ପରେ ୨୦୨୦ ଅକ୍ଟୋବର ୨୫ରୁ ଏହି ପଦବୀ ଖାଲିପଡ଼ିଛି। ତହସିଲଦାର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ପଦବୀ ପୂରଣ ହେଉ ନ ଥିବାରୁ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି। ତେଣୁ ବିକାଶନମୂଳକ କାର୍ଯ୍ୟରେ ଅଙ୍କୁଶ ଲାଗିଛି, ଯାହାକୁ ନେଇ ଏନ୍‌ଏସି ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଏସିଆ ମହାଦେଶର ସର୍ବବୃହତ୍‌ ଗ୍ରାମର ମାନ୍ୟତା ପାଇଛି ଭୁବନ। ଏହା ଢେଙ୍କାନାଳ ଜିଲା ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳ ମଧ୍ୟ। ସହରର ପରିଚାଳନା ଦାୟିତ୍ୱ ଏନ୍‌ଏସି ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି। ଏବେ କୋଭିଡ୍‌ ସମୟରେ ଜନସାଧାରଣଙ୍କୁ ସଚେତନ କରାଇବା, ସମାନ୍ତରାଳ ଭାବେ ସରକାରୀ କାର୍ଯ୍ୟ ତ୍ୱରାନ୍ବିତ କରିବା, ଟିକାକରଣ କାର୍ଯ୍ୟ ଆଗକୁ ନେବାରେ ବିଜ୍ଞପିତ ଅଞ୍ଚଳ ପରିଷଦର ଗୁରୁଦାୟିତ୍ୱ ରହିଛି। ହେଲେ ଏନ୍‌ଏସିର ସରକାରୀ ମୁଖିଆ ପଦବୀ ଖାଲି ପଡ଼ିଥିବାରୁ କରୋନା ପରିଚାଳନା ସମେତ ୧୫ ଓ୍ବାର୍ଡର ଅନ୍ୟ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି।

ଅନ୍ୟପଟେ ତହସିଲଦାର ତହସିଲ କାର୍ଯ୍ୟାଳୟ, ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟ, ରାଜସ୍ବ ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି। ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ଯୋଗୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଏନ୍‌ଏସିର କାର୍ଯ୍ୟ ପ୍ରଭାବିତ ହେଉଛି। ଚଳିତବର୍ଷ ରାଜସ୍ବ ଆଦାୟର ଅନ୍ୟତମ ମାଧ୍ୟମ ପୋଖରୀ, ଗଡ଼ିଆ, ହାଟବଜାର, ପାର୍କିଂ ସ୍ଥଳ ନିଲାମ ହୋଇପାରିନାହିଁ। ନିଲାମ ହୋଇଥିବା ଦୋକାନରୁ ଭଡ଼ା ଆଦାୟ ହୋଇପାରୁନାହିଁ। ବିଭିନ୍ନ ଓ୍ବାର୍ଡରେ ଜଳସଙ୍କଟ ମୁଣ୍ଡ ଟେକିଛି। ପୁନରୁଦ୍ଧାର ହେଉ ନ ଥିବାରୁ ଡ୍ରେନେଜ୍‌, ଜଳାଶୟ ପରିତ୍ୟକ୍ତ ହୋଇପଡ଼ିଛି। ଗତବର୍ଷ କରୋନା ସମୟରେ ଭିଟାମାଟିକୁ ବାହୁଡ଼ିଥିବା ପ୍ରବାସୀଙ୍କ ଲାଗି କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲାଯିବା ସହ କାମ ଯୋଗାଇ ଦିଆଯାଇଥିଲା। ଚଳିତବର୍ଷ ଏଥିରେ ବ୍ୟତିକ୍ରମ ହୋଇଛି। ସହରରେ ଦିନକୁ ଦିନ ସଂକ୍ରମଣ ବଢୁଥିବାବେଳେ କରୋନା ମୁକାବିଲା ପ୍ରସ୍ତୁତି ଆଖିଦୃଶିଆ ହୋଇପାରୁ ନ ଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ସମସ୍ୟାକୁ ଗୁରୁତ୍ୱ ଦେଇ ତୁରନ୍ତ ନିର୍ବାହୀ ଅଧିକାରୀ ପଦବୀ ପୂରଣ କରିବାକୁ ସେମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ନୂତନ ନିର୍ବାହୀ ଅଧିକାରୀ ନିଯୁକ୍ତି କରିବା ଲାଗି ପ୍ରସ୍ତାବ ଦିଆଯାଇଛି। କୋଭିଡ୍‌ କାରଣରୁ ଏଥିରେ ସାମାନ୍ୟ ବିଳମ୍ବ ହୋଇଛି। ୧୫ଦିନ ଭିତରେ ଉକ୍ତ ପଦବୀ ପୂରଣ ହେବ।

କାହାର ଦରଦ ନାହିଁ
ଭୁବନବାସୀଙ୍କ ପାଇଁ କାହାର ଦରଦ ନାହିଁ। ଏସିଆର ସର୍ବବୃହତ୍‌ ଗ୍ରାମ ସବୁକ୍ଷେତ୍ରରେ ଅଣଦେଖାର ଶିକାର ହୋଇ ରହିଛି। ଦିନକୁ ଦିନ କରୋନା ସଂକ୍ରମଣ ମାଡ଼ି ଚାଲିଥିବାବେଳେ ଜନବହୁଳ ଭୁବନରେ ଆଗୁଆ ପ୍ରସ୍ତୁତିର ଅଭାବ ପରିସ୍ଥିତି ବିଗାଡ଼ିଦେବା ଆଶଙ୍କା ସୃଷ୍ଟି କରିଛି।
-ବାସୁଦେବ ବେହେରା, ସହର ସଙ୍ଗଠନ ସଭାପତି

ସବୁଠି ମାଳମାଳ ସମସ୍ୟା
ଏନ୍‌ଏସିରେ ମୁଣ୍ଡ ଉଠାଇଲେ ମାଳମାଳ ସମସ୍ୟା। ଷ୍ଟାଣ୍ଡ୍‌ପୋଷ୍ଟରେ ପାଣି ଆସୁନି। କେଉଁଠି ଷ୍ଟ୍ରୀଟ୍‌ ଲାଇଟ୍‌ ଦିନରାତି ଜଳୁଛି ତ ଅନ୍ୟ କେଉଁଠି ମୋଟେ ଜଳୁନାହିଁ। କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ପୂରଣ ହେଉ ନ ଥିବାରୁ ବିକାଶରେ ବାଧା ସୃଷ୍ଟି ହେଉଛି। ଏଥିପ୍ରତି ଉପଖଣ୍ଡ ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ।
-ସମୀର ସାହୁ, କାଳୀବଜାର ବଣିକ ସଂଘ ସଭାପତି

ଆଗକୁ ଜୋର୍‌ଦାର ଆନ୍ଦୋଳନ
ଭୁବନ ଏନ୍‌ଏସିର ବିକାଶ ଦିଗରେ ଉଭୟ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ଆନ୍ତରିକତା ନ ଥିବା ଭଳି ମନେହେଉଛି। ୬ମାସ ଧରି ନିର୍ବାହୀ ଅଧିକାରୀ ପଦବୀ ପୂରଣ ନ ହେବା ପରିତାପର ବିଷୟ। ତୁରନ୍ତ ସମସ୍ୟା ସମାଧାନ ନ ହେଲେ ଆଗକୁ ଜୋର୍‌ଦାର ଆନ୍ଦୋଳନ କରାଯିବ।
-ରଥ ସେଠୀ, ବରିଷ୍ଠ ନାଗରିକ

ପ୍ରଶାସନ ଦୃଷ୍ଟି ଦେଉ
୨୫ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରରେ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି। ଏନ୍‌ଏସିର ୧୫ ଓ୍ବାର୍ଡର ସୁପରିଚାଳନା ଲାଗି ଜଣେ ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ହେବା ନିହାତି ଆବଶ୍ୟକ। ପ୍ରଶାସନ ସମସ୍ୟାକୁ ଗୁରୁତ୍ୱର ସହ ବିଚାର କଲେ ଲୋକେ ଉପକୃତ ହେବେ। -ମାୟାଧର ଗୁରୁ, ପୂର୍ବତନ କାଉନସିଲର


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?