ଠିକାଦାର ଶ୍ରମ ଆଇନ ମାନିନାହାନ୍ତି

ଜଗତ୍‌ସିଂହପୁର ଅଫିସ,୩୦ା୩: ସ୍ଥାନୀୟ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ପାର୍ଶ୍ୱ ଜମିରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କାମ ଚାଲିଛି। ବିଲ୍ଡିଂ ପାର୍ଶ୍ୱରେ ବନ୍ଧା ଯାଇଥିବା ବାଉଁଶଭାରା ଭୁଶୁଡ଼ି ପଡ଼ିବାରୁ େସେଠାରେ କାମ କରୁଥିବା ପଶ୍ଚିମବଙ୍ଗର ୩ ଶ୍ରମିକ ତଳେ ପଡ଼ି ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ କଟକ ସ୍ଥାନାନ୍ତର ହୋଇ ପରେ ଅବସ୍ଥାରେ ସୁଧାର ଆସିବାରୁ ପୁଣି ଷ୍ଟାଡିୟମସ୍ଥଳକୁ ଫେରିଆସିଛନ୍ତି। ତେବେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଶେଷକରି ଶ୍ରମିକମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତଥ୍ୟ ନେବାରୁ ଜଣାପଡ଼ିଥିଲା, ସମ୍ପୃକ୍ତ ଠିକାଦାର କୌଣସି ଶ୍ରମ ଆଇନ ପାଳନ କରିନାହାନ୍ତି, ଯାହାକୁ ନେଇ ପ୍ରଭାଗ ଶ୍ରମ ଆୟୁକ୍ତ(ଡିଏଲ୍‌ସି)ବାବା ଆନନ୍ଦ ରଞ୍ଜନ ଦାଶ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଡିଏଲ୍‌ସି କ୍ଷେତ୍ର ପରିଦର୍ଶନ କରି କାମ କରୁଥିବା ସ୍ପେଶାଲ କ୍ଲାସ୍‌ କଣ୍ଟ୍ରାକ୍ଟର ତଥା ନବରଙ୍ଗପୁର ଅଞ୍ଚଳର ରଜତ ମହାପାତ୍ରଙ୍କୁ ନୋଟିସ୍‌ କରି ୭ ଦିନ ମହଲତ ଦେଇଛନ୍ତି। ଏହା ଭିତରେ ପଞ୍ଜୀକରଣ, ଲାଇସେନ୍ସ, ସେସ୍‌ ଆଦି ପୈଠ ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ନୋଟିସ୍‌ରେ ଉଲ୍ଲେଖ ଅଛି, ଦୁର୍ଘଟଣା ସମ୍ପର୍କିତ ଖବରକୁ ଭିତ୍ତିକରି ଶ୍ରମ ବିଭାଗ କର୍ମଚାରୀମାନଙ୍କ ସହ ସେ ଦୁର୍ଘଟଣାସ୍ଥଳ ଅନୁଧ୍ୟାନରେ ଯାଇଥିଲେ। ସେଠାରେ ଯାଇ ଦେଖିଲେ ଯେ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଶ୍ରମ ଆଇନ ପାଳନ କରାଯାଉନାହିଁ। ବଡ଼କଥା ହେଲା, ଦୁର୍ଘଟଣା ସମ୍ପର୍କରେ କୌଣସି ସୂଚନା ମଧ୍ୟ ଦିଆଯାଇନାହିଁ। କାମ ଆରମ୍ଭ ପୂର୍ବରୁ ଶ୍ରମ ବିଭାଗକୁ ଅବଗତ କରାଯାଇନାହିଁ। ଆଇନ ଅନୁଯାୟୀ ନିର୍ମାଣ ପୂର୍ବରୁ ଭିତ୍ତିଭୂମି ଆଦିକୁ ନେଇ ପଞ୍ଜୀକରଣ କରିବା କଥା, ଯାହା ହୋଇନାହିଁ। ନିର୍ମାଣରେ ହେବାକୁଥିବା ବ୍ୟୟ ଉପରେ ସେସ୍‌ ଦେବା ବାଧ୍ୟତାମୂଳକ। ଏ ନେଇ ଆବଶ୍ୟକ ଫର୍ମ-୧ରେ ଆବେଦନ କରାଯାଇନାହିଁ। ଶ୍ରମିକ ନିୟୋଜନ ପୂର୍ବରୁ ଠିକା ଶ୍ରମିକ ଆଇନ(ଆର୍‌ ଆଣ୍ଡ ଏ)୧୯୭୦ର ଅନୁପାଳନ ହୋଇନାହିଁ। ଅର୍ଥାତ୍‌ ଏହି ଅନୁଯାୟୀ ଲାଇସେନ୍ସ କରିବା ବାଧ୍ୟତାମୂଳକ ଥିଲେ ସୁଦ୍ଧା ତାହା କରାଯାଇନାହିଁ। ଅନୁଧ୍ୟାନ ସମୟରେ ୨୦ରୁ ଅଧିକ ଆନ୍ତଃରାଜ୍ୟ ଶ୍ରମିକଙ୍କୁ କାମରେ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ବିନା ଲାଇସେନ୍ସରେ ଏଭଳି ଚାଲିଥିବାରୁ ଡିଏଲ୍‌ସି ଅସନ୍ତୋଷ ପ୍ରକାଶ କରିବା ସହ ଠିକାଦାରଙ୍କୁ ନୋଟିସ୍‌ କରିଛନ୍ତି।
ଆହତ ଶ୍ରମିକ ତଥା କୋଲ୍‌କାତା ମୁର୍ଶିଦାବାଦ୍‌ର ମାଣିଜୁର ଖାନ୍‌ କହିଛନ୍ତି, ପାଖାପାଖି ମାସେହେବ ସେମାନେ ଆସି ଇନ୍‌ଡୋର ଷ୍ଟାଡିୟମ କାମ କରୁଛନ୍ତି। ଗତ ୨୭ ତାରିଖରେ ନିଜ ଗଁାର ଲୁସୁ ସେକ୍‌, ଆରିଫ ସେକ୍‌ ଓ ସେ ମିଶି ବାଉଁଶଭାରା ଉପରେ ଚଢ଼ି ଉପର ଭାଗ ଖୋଲୁଥିଲେ। ହଠାତ୍‌ ଭାରା ଧସିପଡ଼ିଥିଲା। ଫଳରେ ୩ ଜଣଯାକ ତଳେପଡ଼ି ଆହତ ହୋଇଥିଲେ। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ଖରାପ ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ଯୋଗୁ ତାଙ୍କ ଡାହାଣ ଗୋଡ଼ ଗୋଇଠି ଓ ପାଦ ଅଧିକ ଆଘାତ ପାଇଛି। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ପୁଣି ରହୁଥିବା ଷ୍ଟାଡିୟମ ପରିସରକୁ ଫେରିଛନ୍ତି। ଅନ୍ୟମାନେ ଭଲ ସ୍ଥିତିରେ ଅଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ସୌଭାଗ୍ୟବଶତଃ ଦୁର୍ଘଟଣାରେ ଶ୍ରମିକ ୩ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଯଦି ସେଭଳି କିଛି ଅଘଟଣ ଘଟିଥାନ୍ତା ତେବେ ସେମାନଙ୍କୁ କିଏ ନ୍ୟାୟ ଦେଇଥାନ୍ତା। କିନ୍ତୁ ସେମାନଙ୍କୁ ଅସୁରକ୍ଷିତ ଭାବେ କାମ କରାଇବା ଆଇନତଃ ଦଣ୍ଡନୀୟ ଅପରାଧ। ତେଣୁ ଠିକାଦାର ମାନବୀୟ ମୂଲ୍ୟବୋଧକୁ ଭିତ୍ତିକରି ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?