ବିଭାଗର ଦୃଷ୍ଟି ପଡୁନି, ଯାତାୟାତରେ ଅସୁବିଧା

ଜୁନାଗଡ, ୨୪।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ନିକଟ ହାତୀବ୍ରିଜ୍‌ ୨୬ ନଂ. ଜାତୀୟ ରାଜପଥ-ଆଟିଗାଁକୁ ସଂଯୋଗ କରୁଥିବା ପିଡବ୍ଲ୍ୟୁଡି ରାସ୍ତା ଏବେ ମରଣଯନ୍ତ୍ରା ପାଲଟିଛି। ବିଭାଗ ପକ୍ଷରୁ ମରାମତି କରାଯାଉ ନ ଥିବାରୁ ଏପରି ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାରୁ ପ୍ରକାଶ ଯେ, ଏହି ରାସ୍ତା ହାତୀବ୍ରିଜ୍‌ ୨୬ ନଂ. ଜାତୀୟ ରାଜପଥ କଡରୁ ଚିଚୈଗୁଡା, ନୂଆଗୁଡା, ଯମୁନାବାହାଲ(କ), ଯମୁନାବାହାଲ, ଭେଜିପଦର, ବାଗଡୁଙ୍ଗରୀ, ମିଚାଗାଁ ଓ ଆଟିଗାଁକୁ ସଂଯୋଗ କରୁଛି। ଗତ କିଛିମାସ ତଳେ ରାସ୍ତାର ଚିଚୈଗୁଡା ଖଳିଆସର (ନାଳ)ରେ ହାତୀନଦୀ ବଢିପାଣି ପ୍ରବାହିତ ହୋଇଥିଲା। ଫଳରେ ସେଠାରେ କଂକ୍ରିଟ ରାସ୍ତା ଧୋଇ ବଡବଡ ଖାଲ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମଧ୍ୟ ବିଭାଗ ପକ୍ଷରୁ ଉକ୍ତ ଖାଲଗୁଡିକ ମରାମତି କରାଯାଇନାହିଁ। ଫଳରେ ଉକ୍ତ ଖାଲ ରାସ୍ତାରେ ଯାତାୟାତ ବେଳେ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଳେ ବେଳେ ରାସ୍ତାର ଖାଲରେ ପଡି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହି ରାସ୍ତାରେ ରାତିବେଳା ଯାତାୟାତ କରୁଥିବା ଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଫଳରେ ଏହି ରାସ୍ତାରେ ସେମାନେ ନ ଆସି ବୁଲାଣିଆ ରାସ୍ତା ଦେଇ ଗଁାକୁ ଆସିଥାନ୍ତି। ବର୍ତ୍ତମାନ ଧାନ ମଣ୍ଡି ଚାଲୁଥିବାରୁ ଏହି ରାସ୍ତାରେ ଧାନ ବୋଝେଇ ଗାଡ଼ି ଯାତାୟାତ କରିଥାଏ। ରାସ୍ତାର ଦୁରବସ୍ଥା ଯୋଗୁ କିଛିଦିନ ତଳେ ଧାନ ବୋଝେଇ ଟ୍ରକ ଯାଇ ନ ପାରି ଗୋଟିଏ ଦିନ ଫସିରହିଥିଲା। ଲୋକଙ୍କ ଧନ, ଜୀବନ ନଷ୍ଟ ହେବା ଆଗରୁ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଖାଲ ସ୍ଥାନଗୁଡିକୁ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁନାରାମ ମୁର୍ମୁଙ୍କୁ ପଚାରିବାରୁ ଶୀଘ୍ର ମରାମତି କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

ଭଞ୍ଜନଗର, ୨୬/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସର ପଶ୍ଚିମ ସାଂଗଠନିକ ଜିଲା କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ସହରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା।…

ବିଦ୍ୟୁତ କାଟ ଘୋଷଣାର ୬ ଘଣ୍ଟା ପୂର୍ବରୁ ବିଦ୍ୟୁତ ସେବା ଅଚଳ ଅନ୍ଧାରରେ ଦାରିଙ୍ଗବାଡି ଅଞ୍ଚଳ

ଦାରିଙ୍ଗବାଡି, ୨୬/୭ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ଠପ୍ ହୋଇଯାଇଛି। ବିଳମ୍ବିତ ରାତିଠାରୁ ଉକ୍ତ ବ୍ଲକରେ…

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…

ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଭକ୍ତ ବିଭୋର

ଜି.ଉଦୟଗିରି,୨୫।୭(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠି): ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଛି। ତିନି ରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କ ସୁନା ବେଶ…

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିଯୋଗିତାରେ…

ଭଞ୍ଜନଗର, ୨୫।୭ (ବାବୁଲା ପ୍ରଧାନ): ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବ୍ରହ୍ମପୁରଠାରେ ଶନିବାର ଅନୁଷ୍ଠିତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର…

କାଣ୍ଡେଲରେ ବାହୁଡା ଯାତ୍ରା, ଦ୍ୱିତୀୟ ଦିନରେ ରଥ ଟାଣିଲେ ଶ୍ରଦ୍ଧାଳୁ

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ଆୟୁର୍ବେଦିକ ସେବା ସଦନ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ବାହୁଡା ଯାତ୍ରାର ଦ୍ୱିତୀୟ…

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି…

ସୁନାବେଶରେ ଝଲସିଲେ ମହାପ୍ରଭୁ, ଭାବବିହ୍ବଳ ହେଲେ ଭକ୍ତ

ଛତ୍ରପୁର, ୨୫ା୭ (ଦିଲ୍ଲୀପ ସାମଲ): ପବିତ୍ର ସୁନାବେଶର ଦିବ୍ୟ ରୂପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଝଲସିଛନ୍ତି। ଛତ୍ରପୁର ତାଡେପଲ୍ଲୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri