ସ୍ବତନ୍ତ୍ର ଜିଲା ଗଠନ ଦାବି ତେଜିଲା

ଯାଜପୁର ଅଫିସ,୫ା୧୨:ରାଜ୍ୟର ବିଭିନ୍ନ ଜିଲାରେ ସ୍ବତନ୍ତ୍ର ଜିଲା ଗଠନ ଦାବି ହେଉଥିବାବେଳେ କଳିଙ୍ଗନଗର ମଧ୍ୟ ପଛରେ ପଡ଼ିନାହିଁ। ଏହିକ୍ରମରେ ଯାଜପୁର ଜିଲା ବ୍ୟାସନଗରଠାରେ ରବିବାର ଏକ ବୈଠକରେ କଳିଙ୍ଗନଗର ନାମରେ ସ୍ବତନ୍ତ୍ର ଜିଲା ଗଠନ ଦାବିକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ସହରର ବିଭିନ୍ନ ବର୍ଗର ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଆସନ୍ତା ୨୦ ତାରିଖରେ ଏହି ଦାବିକୁ ନେଇ ରଣକୌଶଳ ପ୍ରସ୍ତୁତ କରାଯିବ ବୋଲି ମତପ୍ରକାଶ ପାଇଛି।
ବୈଠକରେ ରାଜୁ ଦାସ କମିଶନ ରିପୋର୍ଟ ଅନୁଯାୟୀ ପ୍ରସ୍ତାବିତ ଉତ୍ତର କଟକ ଜିଲାଠାରୁ ଦୁଇପାଦ ଆଗକୁ ଯାଇ ବିଜୁ ବାବୁ ୧୯୯୩ରେ ସ୍ବତନ୍ତ୍ର ଯାଜପୁର ଜିଲା ଗଠନ କଲେ ବୋଲି ଆଲୋଚନା ହୋଇଥିଲା ା ତେବେ ଜିଲା ଗଠନର ୨୭ ବର୍ଷ ପରେ ମଧ୍ୟ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବ୍ୟାସନଗର ଓ ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ମିଳିଲା ନାହିଁ। ଫଳରେ ଏହି ଅଞ୍ଚଳ ୨୦ ବର୍ଷ ପଛକୁ ଫେରିଯାଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ବହୁ ଘରୋଇ ଶିଳ୍ପପତି ବଡ଼ ବଡ଼ କାରଖାନା ପ୍ରତିଷ୍ଠା କରିଛନ୍ତି, ହେଲେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରି ବାହାର ରାଜ୍ୟର ଲୋକଙ୍କୁ ଅଗ୍ରାଧିକାର ମିଳୁଛି। ଏଥିଯୋଗୁ ସ୍ଥାନୀୟ ଶିକ୍ଷିତ ଯୁବତୀଯୁବକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଛି। କାରଖାନାର ଧୂଳିଧୂଆଁରେ ଆଉଟୁପାଉଟୁ ହେଉଥିବା ଲୋକେ ବଞ୍ଚିବାର ରାହା ଖୋଜୁଛନ୍ତି। ଶିକ୍ଷା କ୍ଷେତ୍ରରେ ନୂତନ ଭାବେ କୌଣସି ଇଞ୍ଜିନିୟରିଂ କଲେଜ ବା ମେଡିକାଲ କଲେଜ ଏ ଅଞ୍ଚଳ ପାଇଁ ସ୍ବପ୍ନ ହୋଇଛି। କେନ୍ଦ୍ରୀୟ ଯୋଜନାରେ ଜିଲା ପାଇଁ ହେବାକୁ ଥିବା ମେଡିକାଲ କଲେଜ ପାଣିକୋଇଲିରେ କରିବାକୁ ମାସ ମାସ ଧରି ଆନ୍ଦୋଳନ ହୋଇଥିଲେ ହେଁ ଯାଜପୁରରେ ନିର୍ମାଣାଧୀନ ରହିଛି। ସ୍ବାସ୍ଥ୍ୟକ୍ଷେତ୍ରରେ ଦାନଗଦି, ବ୍ୟାସନଗର, ସୁକିନ୍ଦା ଆଦି ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଓ ଯନ୍ତ୍ରପାତି ନାହିଁ। ରୋଗୀମାନଙ୍କ ସେବା ହରି ଭରସାରେ ଚାଲିଛି। ଜିଲା ଖଣିଜ ପାଣ୍ଠିର ଉପଯୋଗ ଠିକ୍‌ ଭାବେ କରାଯାଉନାହିଁ। କାରଖାନାର ସିଏସ୍‌ଆର୍‌ ଫଣ୍ଡ ମଧ୍ୟ ଠିକ୍‌ ଭାବେ ବିନିଯୋଗ ହେଉନାହିଁ। ଅପପୁଷ୍ଟି ପାଇଁ ଚର୍ଚ୍ଚିତ ନଗଡ଼ା କେବଳ ଭାତହାଣ୍ଡିରୁ ଗୋଟିଏ ପରି। ଏବେ ବି ଶତାଧିକ ଗ୍ରାମକୁ ସବୁଦିନିଆ ରାସ୍ତା ସଂଯୋଗ ହୋଇ ପାରିନାହିଁ। ଚୂଡାନ୍ତ ପଟ୍ଟା ପ୍ରକାଶନ ହୋଇ ପାରୁନାହିଁ। ଜଙ୍ଗଲ କିସମ ଜମି ନାମରେ ୧୨୦୦ରୁ ଊର୍ଦ୍ଧ୍ୱ ମାମଲା ପଡ଼ିରହିଛି। ଫଳରେ ବ୍ୟାସନଗରର ବହୁ ସଂଖ୍ୟକ ଲୋକ ଅନିଶ୍ଚିତତାରେ ରହିଛନ୍ତି। ସେମାନଙ୍କୁ ପ୍ରଶାସନ ନ୍ୟାୟ ଦେଇ ପାରୁନାହିଁ। ଭୂମିହୀନଙ୍କୁ ସରକାରୀ ଜମି ପଟ୍ଟା ମିଳିବା ସପନ ହୋଇଛି। ୨୦୧୧ ଜନଗଣନା ଅନୁଯାୟୀ ଯାଜପୁର ଜିଲାର ଲୋକସଂଖ୍ୟା ୧୮ ଲକ୍ଷ ୨୭ ହଜାର ୧୯୨। ବର୍ତ୍ତମାନ ତାହା ପ୍ରାୟ ୨୨ ଲକ୍ଷରୁ ଅଧିକ ହେଲାଣି ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହାବାଦ ଜିଲା ବିଭାଜନ ସମୟରେ କେନ୍ଦୁଝର ଜିଲା ପୂର୍ବବତ ରହିଛି। ଆନନ୍ଦପୁରଠାରୁ କେନ୍ଦୁଝରର ଦୂରତା ୮୦ କିମି। ଆନନ୍ଦପୁର ବ୍ଲକ ସମେତ ଆନନ୍ଦପୁର ମ୍ୟୁନିସିପାଲିଟି, ହାଟଡିହି ଓ ଘସିପୁରା ବ୍ଲକ ଏବଂ ଯାଜପୁର ଜିଲାର କୋରେଇ ଓ ସୁକିନ୍ଦା ନିର୍ବାଚନମଣ୍ଡଳୀର ପାଣିକୋଇଲି, ଯାଜପୁରରୋଡ, କୋରେଇ, ଯଖପୁରା, କଳିଙ୍ଗନଗର, ଟମକା, ସୁକିନ୍ଦା, କାଳିଆପାଣି ଆଦି ଥାନା ଅଞ୍ଚଳକୁ ନେଇ ଏକ ନୂତନ ଜିଲା ଗଠନ ପାଇଁ ବୈଠକରେ ପ୍ରସ୍ତାବ ହୋଇଥିଲା। ଏହିସବୁ ଅଞ୍ଚଳର ଜନସଂଖ୍ୟା ୧୩ ଲକ୍ଷରୁ ଉର୍ଦ୍ଧ୍ୱ ହେବ। ବୈଠକରେ ସୂଚିତ କରାଯାଇଥିଲା ଯେ, ୨୦୧୧ ଜନଗଣନା ଅନୁଯାୟୀ ଅନୁଗୋଳ ଜିଲାର ଲୋକସଂଖ୍ୟା ୧୨,୭୩,୮୨୧ ଥିବାବେଳେ ନବରଙ୍ଗପୁରର ୧୨,୨୦,୯୪୬, ଢେଙ୍କାନାଳର ୧୧,୯୨,୮୧୧ ରହିଥିଲା। ୧୩ ଲକ୍ଷରୁ କମ୍‌ ଲୋକସଂଖ୍ୟା ସତ୍ତ୍ୱେ ଏସବୁ ଜିଲା ହୋଇପାରିଛି ା ତେଣୁ ପ୍ରଶାସନିକ ସୁବିଧା, ସର୍ବାଙ୍ଗୀନ ଉନ୍ନତି ତଥା ସାଧାରଣ ଲୋକଙ୍କ ସମୃଦ୍ଧି ନିମନ୍ତେ ଉପରୋକ୍ତ ଅଞ୍ଚଳକୁ ନେଇ ଏକ ସ୍ବତନ୍ତ୍ର ଜିଲା ଗଠନ କରାଯାଉ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ବୈଠକରେ ଆବାହକ ଚନ୍ଦ୍ରଶେଖର ପଣ୍ଡା, ଚିନ୍ତାମଣି ପାଢ଼ୀ, ପ୍ରଶାନ୍ତ କୁମାର ରାୟ, ସଦାଶିବ ଦାଶ, ସରୋଜ କୁମାର ଦେ, ନିରଞ୍ଜନ ଘଡେଇ, ଜ୍ଞାନରଞ୍ଜନ ରାଉତ, ସୁବାସ ଚନ୍ଦ୍ର ବଳସାମନ୍ତ, ପ୍ରଦୀପ ଚାନ୍ଦ, ରାଇଚରଣ ମହାନ୍ତି, ରଙ୍ଗବଲ୍ଲଭ ସାହୁ, ଅମୀୟରଞ୍ଜନ ଘଡେଇ, ଶୁଭେନ୍ଦୁ କୁମାର ଦାଶ, ମହେଶ୍ୱର ନାୟକ, ରବୀନ୍ଦ୍ର କୁମାର ନାୟକ, ଉମାକାନ୍ତ ରାଉତ, ଶୁଭାଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri