ସ୍ବତନ୍ତ୍ର ଜିଲା ଗଠନ ଦାବି ତେଜିଲା

ଯାଜପୁର ଅଫିସ,୫ା୧୨:ରାଜ୍ୟର ବିଭିନ୍ନ ଜିଲାରେ ସ୍ବତନ୍ତ୍ର ଜିଲା ଗଠନ ଦାବି ହେଉଥିବାବେଳେ କଳିଙ୍ଗନଗର ମଧ୍ୟ ପଛରେ ପଡ଼ିନାହିଁ। ଏହିକ୍ରମରେ ଯାଜପୁର ଜିଲା ବ୍ୟାସନଗରଠାରେ ରବିବାର ଏକ ବୈଠକରେ କଳିଙ୍ଗନଗର ନାମରେ ସ୍ବତନ୍ତ୍ର ଜିଲା ଗଠନ ଦାବିକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ସହରର ବିଭିନ୍ନ ବର୍ଗର ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଆସନ୍ତା ୨୦ ତାରିଖରେ ଏହି ଦାବିକୁ ନେଇ ରଣକୌଶଳ ପ୍ରସ୍ତୁତ କରାଯିବ ବୋଲି ମତପ୍ରକାଶ ପାଇଛି।
ବୈଠକରେ ରାଜୁ ଦାସ କମିଶନ ରିପୋର୍ଟ ଅନୁଯାୟୀ ପ୍ରସ୍ତାବିତ ଉତ୍ତର କଟକ ଜିଲାଠାରୁ ଦୁଇପାଦ ଆଗକୁ ଯାଇ ବିଜୁ ବାବୁ ୧୯୯୩ରେ ସ୍ବତନ୍ତ୍ର ଯାଜପୁର ଜିଲା ଗଠନ କଲେ ବୋଲି ଆଲୋଚନା ହୋଇଥିଲା ା ତେବେ ଜିଲା ଗଠନର ୨୭ ବର୍ଷ ପରେ ମଧ୍ୟ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବ୍ୟାସନଗର ଓ ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ମିଳିଲା ନାହିଁ। ଫଳରେ ଏହି ଅଞ୍ଚଳ ୨୦ ବର୍ଷ ପଛକୁ ଫେରିଯାଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ବହୁ ଘରୋଇ ଶିଳ୍ପପତି ବଡ଼ ବଡ଼ କାରଖାନା ପ୍ରତିଷ୍ଠା କରିଛନ୍ତି, ହେଲେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରି ବାହାର ରାଜ୍ୟର ଲୋକଙ୍କୁ ଅଗ୍ରାଧିକାର ମିଳୁଛି। ଏଥିଯୋଗୁ ସ୍ଥାନୀୟ ଶିକ୍ଷିତ ଯୁବତୀଯୁବକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଛି। କାରଖାନାର ଧୂଳିଧୂଆଁରେ ଆଉଟୁପାଉଟୁ ହେଉଥିବା ଲୋକେ ବଞ୍ଚିବାର ରାହା ଖୋଜୁଛନ୍ତି। ଶିକ୍ଷା କ୍ଷେତ୍ରରେ ନୂତନ ଭାବେ କୌଣସି ଇଞ୍ଜିନିୟରିଂ କଲେଜ ବା ମେଡିକାଲ କଲେଜ ଏ ଅଞ୍ଚଳ ପାଇଁ ସ୍ବପ୍ନ ହୋଇଛି। କେନ୍ଦ୍ରୀୟ ଯୋଜନାରେ ଜିଲା ପାଇଁ ହେବାକୁ ଥିବା ମେଡିକାଲ କଲେଜ ପାଣିକୋଇଲିରେ କରିବାକୁ ମାସ ମାସ ଧରି ଆନ୍ଦୋଳନ ହୋଇଥିଲେ ହେଁ ଯାଜପୁରରେ ନିର୍ମାଣାଧୀନ ରହିଛି। ସ୍ବାସ୍ଥ୍ୟକ୍ଷେତ୍ରରେ ଦାନଗଦି, ବ୍ୟାସନଗର, ସୁକିନ୍ଦା ଆଦି ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଓ ଯନ୍ତ୍ରପାତି ନାହିଁ। ରୋଗୀମାନଙ୍କ ସେବା ହରି ଭରସାରେ ଚାଲିଛି। ଜିଲା ଖଣିଜ ପାଣ୍ଠିର ଉପଯୋଗ ଠିକ୍‌ ଭାବେ କରାଯାଉନାହିଁ। କାରଖାନାର ସିଏସ୍‌ଆର୍‌ ଫଣ୍ଡ ମଧ୍ୟ ଠିକ୍‌ ଭାବେ ବିନିଯୋଗ ହେଉନାହିଁ। ଅପପୁଷ୍ଟି ପାଇଁ ଚର୍ଚ୍ଚିତ ନଗଡ଼ା କେବଳ ଭାତହାଣ୍ଡିରୁ ଗୋଟିଏ ପରି। ଏବେ ବି ଶତାଧିକ ଗ୍ରାମକୁ ସବୁଦିନିଆ ରାସ୍ତା ସଂଯୋଗ ହୋଇ ପାରିନାହିଁ। ଚୂଡାନ୍ତ ପଟ୍ଟା ପ୍ରକାଶନ ହୋଇ ପାରୁନାହିଁ। ଜଙ୍ଗଲ କିସମ ଜମି ନାମରେ ୧୨୦୦ରୁ ଊର୍ଦ୍ଧ୍ୱ ମାମଲା ପଡ଼ିରହିଛି। ଫଳରେ ବ୍ୟାସନଗରର ବହୁ ସଂଖ୍ୟକ ଲୋକ ଅନିଶ୍ଚିତତାରେ ରହିଛନ୍ତି। ସେମାନଙ୍କୁ ପ୍ରଶାସନ ନ୍ୟାୟ ଦେଇ ପାରୁନାହିଁ। ଭୂମିହୀନଙ୍କୁ ସରକାରୀ ଜମି ପଟ୍ଟା ମିଳିବା ସପନ ହୋଇଛି। ୨୦୧୧ ଜନଗଣନା ଅନୁଯାୟୀ ଯାଜପୁର ଜିଲାର ଲୋକସଂଖ୍ୟା ୧୮ ଲକ୍ଷ ୨୭ ହଜାର ୧୯୨। ବର୍ତ୍ତମାନ ତାହା ପ୍ରାୟ ୨୨ ଲକ୍ଷରୁ ଅଧିକ ହେଲାଣି ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହାବାଦ ଜିଲା ବିଭାଜନ ସମୟରେ କେନ୍ଦୁଝର ଜିଲା ପୂର୍ବବତ ରହିଛି। ଆନନ୍ଦପୁରଠାରୁ କେନ୍ଦୁଝରର ଦୂରତା ୮୦ କିମି। ଆନନ୍ଦପୁର ବ୍ଲକ ସମେତ ଆନନ୍ଦପୁର ମ୍ୟୁନିସିପାଲିଟି, ହାଟଡିହି ଓ ଘସିପୁରା ବ୍ଲକ ଏବଂ ଯାଜପୁର ଜିଲାର କୋରେଇ ଓ ସୁକିନ୍ଦା ନିର୍ବାଚନମଣ୍ଡଳୀର ପାଣିକୋଇଲି, ଯାଜପୁରରୋଡ, କୋରେଇ, ଯଖପୁରା, କଳିଙ୍ଗନଗର, ଟମକା, ସୁକିନ୍ଦା, କାଳିଆପାଣି ଆଦି ଥାନା ଅଞ୍ଚଳକୁ ନେଇ ଏକ ନୂତନ ଜିଲା ଗଠନ ପାଇଁ ବୈଠକରେ ପ୍ରସ୍ତାବ ହୋଇଥିଲା। ଏହିସବୁ ଅଞ୍ଚଳର ଜନସଂଖ୍ୟା ୧୩ ଲକ୍ଷରୁ ଉର୍ଦ୍ଧ୍ୱ ହେବ। ବୈଠକରେ ସୂଚିତ କରାଯାଇଥିଲା ଯେ, ୨୦୧୧ ଜନଗଣନା ଅନୁଯାୟୀ ଅନୁଗୋଳ ଜିଲାର ଲୋକସଂଖ୍ୟା ୧୨,୭୩,୮୨୧ ଥିବାବେଳେ ନବରଙ୍ଗପୁରର ୧୨,୨୦,୯୪୬, ଢେଙ୍କାନାଳର ୧୧,୯୨,୮୧୧ ରହିଥିଲା। ୧୩ ଲକ୍ଷରୁ କମ୍‌ ଲୋକସଂଖ୍ୟା ସତ୍ତ୍ୱେ ଏସବୁ ଜିଲା ହୋଇପାରିଛି ା ତେଣୁ ପ୍ରଶାସନିକ ସୁବିଧା, ସର୍ବାଙ୍ଗୀନ ଉନ୍ନତି ତଥା ସାଧାରଣ ଲୋକଙ୍କ ସମୃଦ୍ଧି ନିମନ୍ତେ ଉପରୋକ୍ତ ଅଞ୍ଚଳକୁ ନେଇ ଏକ ସ୍ବତନ୍ତ୍ର ଜିଲା ଗଠନ କରାଯାଉ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ବୈଠକରେ ଆବାହକ ଚନ୍ଦ୍ରଶେଖର ପଣ୍ଡା, ଚିନ୍ତାମଣି ପାଢ଼ୀ, ପ୍ରଶାନ୍ତ କୁମାର ରାୟ, ସଦାଶିବ ଦାଶ, ସରୋଜ କୁମାର ଦେ, ନିରଞ୍ଜନ ଘଡେଇ, ଜ୍ଞାନରଞ୍ଜନ ରାଉତ, ସୁବାସ ଚନ୍ଦ୍ର ବଳସାମନ୍ତ, ପ୍ରଦୀପ ଚାନ୍ଦ, ରାଇଚରଣ ମହାନ୍ତି, ରଙ୍ଗବଲ୍ଲଭ ସାହୁ, ଅମୀୟରଞ୍ଜନ ଘଡେଇ, ଶୁଭେନ୍ଦୁ କୁମାର ଦାଶ, ମହେଶ୍ୱର ନାୟକ, ରବୀନ୍ଦ୍ର କୁମାର ନାୟକ, ଉମାକାନ୍ତ ରାଉତ, ଶୁଭାଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?